ଏହାକୁ କହନ୍ତି ଭାଗ୍ୟ ! ବ୍ୟକ୍ତି ଅର୍ଡର କଲା ଆଇଫୋନ ୧୩ ଓ ଘରେ ପହଞ୍ଚିଲା ଆଇଫୋନ ୧୪; ଦେଖିକରି ଖୁସିରେ ଡେଇଁଲା

ଫେଷ୍ଟିଭ ସିଜନରେ ଇ କମର୍ସ ୱେବସାଇଟରେ ସେଲ ଚାଲୁଅଛି|ଏହି ସେଲରେ ସ୍ମାର୍ଟ ଫୋନ ଓ ଇଲେକ୍ଟ୍ରୋନିକ ପ୍ରଡକ୍ଟ ଧମାକାଦାର ଡିସ୍କାଉଣ୍ଟ ଚାଲୁଅଛି|ଫ୍ଲିପକାର୍ଟରେ ବିଗ ବିଲିଅନ ଡେଜ୍ ଚାଲୁଥିଲା ଯାହା ଏବେ ସମାପ୍ତ ହୋଇ ଯାଇଛି|ଏହି ସେଲରେ ବହୁ କମ୍ ଦାମରେ ଜିନିଷ ବିକ୍ରି କରାଗଲା|କିନ୍ତୁ ସେଲରେ ଏଭଳି ବହୁ ସାମାନ ସାମ୍ନାକୁ ଆସିଛି ଯେଉଁଥିରେ ଲୋକଙ୍କ ଓଲଟା ସାମାନ ମିଳିଛି|ନିକଟରେ ଜଣେ ବ୍ୟକ୍ତି ଆଇଫୋନ ଅର୍ଡର କରିଥିଲେ ଓ ବାକ୍ସରେ ସାବୁନ ମିଳିଲା|କିଛି ଲୋକଙ୍କୁ ଆଶାଠାରୁ ଅଧିକ ମିଳିଲା|ନିକଟରେ ଜଣେ ବ୍ୟକ୍ତି ଆଇଫୋନ ୧୩ ଅର୍ଡର କରିଥିଲେ କିନ୍ତୁ ତାଙ୍କୁ ଆଇଫୋନ ୧୪ ଡେଲିଭର ହୋଇଗଲା|ଜାଣନ୍ତୁ ମାମଲା:

ଟୁଇଟରରେ ଜଣେ ବ୍ୟକ୍ତି ଦୁଇଟି ଫଟୋ ସେୟାର କରିଛନ୍ତି ଓ କହିଛନ୍ତି ଯେ କିପରି ତାଙ୍କ ଫଲୋୟରକୁ ୫୦ ହଜାରରେ ଆଇଫୋନ ୧୩ ପରିବର୍ତ୍ତେ ଆଇଫୋନ ୧୪ ମିଳିଲା|Ashwin Hegde ନାମକ ଟୁଇଟର ୟୁଜର ଦୁଇଟି ଫଟୋ ସେୟାର କରିଛନ୍ତି|ଗୋଟିଏରେ ଫ୍ଲିପକାର୍ଟରୁ ଅର୍ଡର‌ କରିଥିବା ଆଇଫୋନ ୧୩ ଓ ଅନ୍ୟ ଫଟୋରେ ଆଇଫୋନ ୧୪ର ବାକ୍ସ ଥିଲା|ସେ କ୍ୟାପ୍ସନରେ ଲେଖିଛନ୍ତି ମୋ ଜଣେ ଫଲୋୟରକୁ ଆଇଫୋନ ୧୩ ପରିବର୍ତ୍ତେ ଆଇଫୋନ ୧୪ ମିଳିଲା|

ଟୁଇଟ ବହୁ ଭାଇରାଲ ହୋଇଛି|ଦୁଇ ଦିନରେ ଟୁଇଟକୁ ୮ ହଜାରରୁ ଉର୍ଦ୍ଧ୍ବ ଲାଇକ ଓ ୪୦୦ ରୁ ଉର୍ଦ୍ଧ୍ବ ରିଟୁଇଟ୍ କରାଯାଇଛି|କିଛି ଲୋକ ଫ୍ଲିପକାର୍ଟର ମଜାକ ଉଡାଉଥିଲା ବେଳେ କିଛି ଲୋକ କହିଛନ୍ତି ଯିଏ ଆଇଫୋନ ୧୪ ଅର୍ଡର କରିଥିଲା ତାକୁ ମିଳିବା କଥା|

odia sambada
Comments (0)
Add Comment