ବିଜୟା ଦଶମୀରେ ଚାଲିଗଲା ଗୋଟିଏ ପରିବାରର ୩ଟି ଜୀବନ, ମା ପୁଅ ସହ ଦିଅର ମୃତ

ବିଜୟା ଦଶମୀରେ ଚାଲିଗଲା ଗୋଟିଏ ପରିବାରର ୩ଟି ଜୀବନ, ମା ପୁଅ ସହ ଦିଅର ମୃତ

ଆଜି ଥିଲା ବିଜୟ ଦଶମୀ, ଆଉ ମାଙ୍କ ପାଖରେ ପୂଜା ଅର୍ଚ୍ଚନା କରିବାପାଇଁ ମା ବି ଗାଧେଇ ସାରିଥିଲା । ଶାଢ଼ୀ ଶୁଖାଇବା ପାଇଁ ପଦାକୁ ଆସିଥିଲେ, ଆଉ ବିଦ୍ୟୁତ ସଂସ୍ପର୍ଶରେ ଆସିଗଲା । ତାପରେ ମାକୁ ବଞ୍ଚାଇବା ପାଇଁ ପୁଅ ଏବଂ ପୁତୁରାକୁ ବଞ୍ଚାଇବା ପାଇଁ ଦାଦା, ଅର୍ଥାତ୍ ଦିଅର, ପୁଅ ଓ ମା ସବୁ ଆରପାରିକୁ ଚାଲିଗଲେ ।

ବିଜୟ ଦଶମୀରେ ଗୋଟିଏ ପରିବାରର ତିନି ତିନିଟି ଜୀବନ ଚାଲିଗଲା । ଆଜ୍ଞା ହଁ, ମୃତକ ହେଲେ ସୁକାନ୍ତି ବେହେରା, ପୁଅ ଶୋହନ ବେହେରା ଏବଂ ଦିଅର ସୁଶିଲ ବେହେରା । ତାପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନିଆଗଲା, ଆଉ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଦେଲେ । ଆଉ ତାପରେ ଗାଁରେ ଶୋକାକୁଳା ପରିବେଶ, କାହାରି ଆଖିରୁ ଲୁହ ସୁଖୁନି । ଆଜି ଭଳି ଗୋଟିଏ ପବିତ୍ର ଦିନରେ ଏପରି ଗୋଟିଏ ଅଘଟଣ ଘଟିଯିବ ବୋଲି ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି ।

ଆଜ୍ଞା ହଁ, ଆମେ କହୁଛୁ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗ୍ରାମର ସୁକାନ୍ତି ବେହେରାଙ୍କ କଥା । ସୁକାନ୍ତି ଗାଧୋଇ ସାରି ଓଦା ଲୁଗା ଶୁଖାଇବା ବେଳେ ପାଖରେ ଥିବା ମିଟରରେ ଲୁଗାଟି ପଡ଼ି ଯାଇଥିଲା, ଫଳରେ ସୁକାନ୍ତି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ । ଏହି ଚିତ୍କାର ଶୁଣିବା ପରେ ମାକୁ ବଞ୍ଚାଇବା ପାଇଁ 11 ବର୍ଷର ପୁଅ ଧାଇଁ ଆସିଥିଲା, ହେଲେ ସେ ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲା । ତେବେ ସୁକାନ୍ତିଙ୍କ ଦିଅର ସୁଶିଲ ବେହେରା ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ ।

ଏହାପରେ ଗାଁ ଲୋକେ ପାଟି ଶୁଣି ଗାଁର ବିଦ୍ୟୁତ୍ କାଟି ତିନିଜଣଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ତିନିଜଣଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚିଛି ଏବଂ ତଦନ୍ତ ଆରମ୍ଭ ଆରମ୍ଭ କରୁଛି । ଆଉ ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

odia sambada
Comments (0)
Add Comment