X-Ray ରେ ବାହାରିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ,ମହିଳାଙ୍କ ପେଟରୁ ବାହାରିଲା ୫୫ଟି ବ୍ୟାଟେରୀ,ଜାଣନ୍ତୁ ପୁରା ଘଟଣା

ଅନେକ ସମୟରେ ଡାକ୍ତରମାନେ ରୋଗୀଙ୍କ ପେଟରୁ ଅନେକ କିଛି ଜିନିଷ ବାହାର କରିଥିବା କଥା ନିଶ୍ଚିତ ଶୁଣିଥିବେ। ଏଭଳି ଅନେକ ସମୟରେ ଅନେକ ଖବର ମଧ୍ୟ ଆସିଛି। ବର୍ତ୍ତମାନ ସମୟରେ ଏମିତି ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହେବେ। ଜଣେ ୬୬ ବର୍ଷୀୟ ମହିଳାଙ୍କ ପେଟରୁ ଡାକ୍ତର ୫୫ଟି ବ୍ୟାଟେରୀ ବାହାର କରିଥିବା କଥା ଜଣାପଡିଛି।

ଆପଣ ପେଟରୁ ବ୍ୟାଟେରୀ ବାହାରିଥିବା କଥାଟି ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଘଟଣାଟି ଆଶ୍ଚର୍ଯ୍ୟକର ହେଲେ ମଧ୍ୟ ସତ ଅଟେ। ସେ ପୁଣି ଗୋଟିଏ କି ଦୁଇଟି ନୁହେଁ ବରଂ ବାହାରିଛି ୫୫ଟି ବ୍ୟାଟେରୀ। ଏକ ରିପୋର୍ଟ ଅନୁସାରେ ଏହି ଘଟଣାଟି ହେଉଛି ଆୟର୍ଲାଣ୍ଡର। ଆୟର୍ଲାଣ୍ଡରେ ରହୁଥିବା ଜଣେ ମହିଳାଙ୍କ ପେଟରୁ ୫୫ଟି ବ୍ୟାଟେରୀ ବାହାରିଛି। ତେବେ ମହିଳାଜଣକ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହି ବ୍ୟାଟେରୀଗୁଡିକ ମହିଳାଙ୍କ ପେଟ ଭିତରେ ଫଶି ରହିଥିଲା, ଯାହାଫଳରେ ମହିଳାଙ୍କୁ ତୀବ୍ର ଯନ୍ତ୍ରଣା ମଧ୍ୟ ହେଉଥିଲା। ତାପରେ ଡାକ୍ତର ତାଙ୍କର ଏକ୍ସ-ରେ କରିଥିଲେ, ଆଉ ଏକ୍ସ-ରେ କରିବା ପରେ ଯାହା ସାମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଡାକ୍ତର ସେହି ବ୍ୟାଟେରୀଗୁଡିକୁ ବାହାର କରିବା ଅପରେସନ କରିଥିଲେ। ତେବେ ବର୍ତ୍ତମାନ କୁହାଯାଉଛିକି ମହିଳା ନିଜକୁ କ୍ଷଟି ପହଞ୍ଚାଇବା ପାଇଁ ଏମିତି ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ମହିଳାଜଣକ ସୁସ୍ଥ ଅଛନ୍ତି।

odia sambada
Comments (0)
Add Comment