ଉତ୍ତରପ୍ରଦେଶର ବାରାଣସୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବିବାହିତ ମହିଳା ଜଣେ ପର ପୁରୁଷକୁ ଭଲପାଇ ବସିଲେ । ମହିଳା ଭାବୁଥିଲେ ସେହି ପର ପୁରୁଷ ମଧ୍ୟ ତାଙ୍କୁ ସେତିକି ଭଲ ପାଉଛନ୍ତି, କିନ୍ତୁ ସେ କେବଳ ମହିଳାଙ୍କର ଫାଇଦା ଉଠେଇବାକୁ ଚାହୁଁଥିଲା ଏବଂ ବ୍ୟକ୍ତି ଏଥିରେ ସଫଳ ମଧ୍ୟ ହେଲେ ।
ଜଣେ ବ୍ୟକ୍ତି ଜଣେ ବିବାହିତା ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପାଇଁ ଚେଷ୍ଟା କଲେ । ଶେଷରେ ମହିଳା ମଧ୍ୟ ସେହି ବ୍ୟକ୍ତିଙ୍କ ପ୍ରେମରେ ଦିବାନି ହୋଇଗଲା । ପର ପୁରୁଷ ସହିତ ପ୍ରେମ ସମ୍ପର୍କ ରଖିବା ପାଇଁ ମହିଳା ଟିକେ ବି ସଙ୍କୋଚ କରିନଥିଲେ । ମହିଳା ନିଜର ମର୍ଯ୍ୟାଦାର ସୀମା ଉଲଂଘନ କରିସାରିଥିଲେ । ଆଉ ସେପଟେ ସେହି ବ୍ୟକ୍ତି ମଧ୍ୟ ସବୁ ସୀମା ଭାଙ୍ଗିବାକୁ ପ୍ଲାନ୍ କରି ସାରିଥିଲା ।
ପ୍ରଥମେ ବ୍ୟକ୍ତିଜଣକ ବିବାହିତା ମହିଳାଙ୍କୁ ଭାଉଜ ଭାଉଜ କହି ଡାକିବା ଆରମ୍ଭ କଲା । ତାଙ୍କ ସହ ନିକଟତର ହେବାକୁ ଲାଗିଲା ଏବଂ ତାଙ୍କୁ ନିଜ ମିଛ ପ୍ରେମରେ ଫସାଇ ଦେଲା । ମହିଳା କେବେ ଭାବି ମଧ୍ୟ ନଥିବେ ଯେ ଏହି ମିଛ ପ୍ରେମ ତାଙ୍କ ଜୀବନକୁ ନଷ୍ଟ କରିଦେବ । ଚଣ୍ଡୋଲିର ସକଲଡିହା ଥାନା ଅଂଚଳର ବାସିନ୍ଦାଙ୍କ ସହ ମହିଳାଙ୍କ ବିବାହ ହୋଇଥିଲା । କିନ୍ତୁ ଶାଶୁଘରେ କିଛି ଝଗଡା କାରଣରୁ ସେ ବାପଘର ଚାଲି ଆସିଥିଲେ ଏବଂ ସେଠାରେ ରହିବାକୁ ଲାଗିଲେ ।
ପାଣ୍ଡେପୂର୍ ଥାନା ଅଂଚଳରେ ଭଡ଼ାରେ ରହୁଥିବା ଅମରଜିତ୍ ଯାଦବ ନାମକ ବ୍ୟକ୍ତି ମହିଳାଙ୍କ ପାଖକୁ ଆସିଲା । ଅମରଜିତ୍ ମହିଳାଙ୍କ ପରିସ୍ଥିତିର ଫାଇଦା ଉଠାଇଲା । ମହିଳାଙ୍କ ସହ ଅଧିକ କଥାବାର୍ତ୍ତା ହେଲା ଏବଂ ତାପରେ ତାଙ୍କ ହୃଦୟରେ ଜାଗା ସୃଷ୍ଟି କଲା । ଏହାପରେ ଦୁହେଁ ବିବାହ କରିବାକୁ ସ୍ଥିର କଲେ । ଲକ୍ ଡାଉନ୍ ସମୟରେ ଦୁହେଁ ମେ 19 ତାରିଖ 2021 ରେ ବିବାହ କଲେ ଏବଂ ଦୁହେଁ ଏକାଠି ରହିବାକୁ ଲାଗିଲେ ।
ବିବାହ ପରେ ମହିଳା ଏବଂ ଅମରଜିତ୍ ଯାଦବ ଏକାଠି ଲାଲପୂର୍ ପାଣ୍ଡେପୁରରେ ଭଡ଼ାରେ ରହିବାକୁ ଲାଗିଲେ । ତେବେ ମହିଳାଙ୍କ ସହ ଅମରଜିତଙ୍କ ବ୍ୟବହାର ବିଲକୁଲ ଠିକ୍ ନଥିଲା । ସେ କିଛି ଦିନ ପରେ ମହିଳାଙ୍କ ସହ ମାରପିଟ କରିବାକୁ ଲାଗିଲା ଏବଂ ତାଙ୍କ ସହ ଜବରଦସ୍ତି ଯୌନ ସଂପର୍କ ରଖିଲା । ମହିଳା ନିଜ ସହ ଘଟିଥିବା ଘଟଣା ପୋଲିସକୁ ଶୁଣାଇଲେ ଏବଂ ସ୍ବାମୀ ବିରୋଧରେ କେସ କଲେ ।
ଅମରଜିତ୍ କଲା ନିଜ ସ୍ତ୍ରୀ ସହ ବଳାତ୍କାର, ଗର୍ଭପାତ କରାଇଲା, ମାଗିଲା 50 ଲକ୍ଷ ଟଙ୍କା :-
ଅମରଜିତ୍ ମହିଳାଙ୍କୁ ଅନେକ ଗଭୀର ଆଘାତ ଦେଇଛି । ପ୍ରଥମେ ନିଜ ସ୍ତ୍ରୀ ସହ ବଳାତ୍କାର କଲା । ଏହା ମଧ୍ୟରେ ଯେତେବେଳେ ମହିଳା ଗର୍ଭବତୀ ହୋଇଗଲେ, ସେତେବେଳେ ପିଲାକୁ ଜନ୍ମ ହେବାକୁ ମଧ୍ୟ ଦେଲାନାହିଁ ଏବଂ ଜୁଲାଇ 13 ତାରିଖ 2022 ରେ ଅମରଜିତ୍ ସ୍ତ୍ରୀର ଜବରଦସ୍ତି ଗର୍ଭପାତ କରିଦେଲା । କେବଳ ଏତିକି ନୁହେଁ, ସ୍ତ୍ରୀ ଠାରୁ ଯୌତୁକରେ 50 ଲକ୍ଷ ଟଙ୍କା ମଧ୍ୟ ମାଗିଲା ।
ଅନ୍ୟ ଲୋକମାନେ ମଧ୍ୟ ଉଠାଇଲେ ଫାଇଦା :-
ମହିଳା ନିଜ ସ୍ବାମୀ ସହ ତା ଘରର ଇନ୍ଦ୍ରଜିତ, ଅର୍ଜୁନ, ଧୀରେନ୍ଦ୍ର, ସିବକୁମାର ସୋମାରୁ, ଭଗବାନୀ ଦେବୀ, ଦୀବ୍ୟା, ମନୋହର, ଭାନୁ ପ୍ରତାପ ସହିତ 10 ଜଣ ଲୋକଙ୍କ ବିରୋଧରେ ଯୌତୁକ ପାଇଁ ନିର୍ଯ୍ୟାତନା, ମାରପିଟ ଏବଂ ଗର୍ଭପାତ କରାଇବାର ଆରୋପ ଲଗାଇ ମାମଲା ରୁଜ୍ଜୁ କରିଛନ୍ତି । ଯେତେବେଳେ କି ପୀଡ଼ିତାଙ୍କ ସହ ଅନ୍ୟ ଲୋକମାନେ ଗହଣା ଲୁଟିବା ଏବଂ ଅସଦାଚରଣ ପରି କାମ ମଧ୍ୟ କରିଛନ୍ତି ।