ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଏରୋନ ଫିଞ୍ଚ ଏକଦିବସୀୟ କ୍ରିକେଟରୁ ଅବସର ନେବା ପାଇଁ ଘୋଷଣା କରି ସାରିଛନ୍ତି|ଅଷ୍ଟ୍ରେଲିଆ କ୍ରିକେଟ ଦଳର ଏକଦିବସୀୟ ଓ ଟି-୨୦ କ୍ୟାପଟେନ ଶନିବାର ସକାଳ ୧୦.୩୦ ରେ ମିଡିଆକୁ ସମ୍ବୋଧିତ କରି କହିଛନ୍ତି|ସେ ରବିବାର ଦିନ କର୍ନ୍ସରେ ନ୍ୟୁଜଲାଣ୍ଡ ବିରୁଦ୍ଧରେ ନିଜର ୧୪୬ ତମ ଓ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳିବେ|ଯଦିଓ ସେ ଟି-୨୦ କ୍ରିକେଟ ଖେଳ ଜାରି ରଖିବେ|
କହିରଖେ ଅଷ୍ଟ୍ରେଲିଆ ଫିଞ୍ଚଙ୍କ ଅଧିନାୟକତ୍ୱରେ ୨୦୨୧ ଟି-୨୦ ବିଶ୍ୱକପ ଜିତିଥିଲେ|ସେତେବେଳେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ହରାଇ ଏହି ବିଜୟ ହାସଲ କରିଥିଲେ|ସେ ତାଙ୍କ କ୍ୟାରିଅରର ଏପର୍ଯ୍ୟନ୍ତ ୫ ଟେଷ୍ଟ,୧୪୫ ଏକଦିବସୀୟ,୯୨ ଟି ୨୦ ମ୍ୟାଚ ଖେଳିଛନ୍ତି|
ସୂଚନାଯୋଗ୍ୟ ସେ ଗତ କିଛି ଦିନ ଧରି ଖରାପ ଫର୍ମ ଦେଇ ଗତି କରୁଛନ୍ତି|ସେ ଏବର୍ଷ ୧୩ ଏକଦିବସୀୟ ମ୍ୟାଚରୁ ୧୩% ହାରାହାରି ରନ କରିଥିଲେ|ସେ ୫ ଥର ଶୂନ୍ୟରେ ଆଉଟ ହୋଇଥିଲେ|ନ୍ୟୁଜଲାଣ୍ଡ ସହ ଦ୍ୱିତୀୟ ଏକଦିବସୀୟରେ ଶୂନରେ ଆଉଟ ହୋଇଥିଲେ|ସେ ଏକ କ୍ୟାଲେଣ୍ଡରରେ ସର୍ବାଧିକ ଶୂନରେ ଆଉଟ ହେବା ଅଷ୍ଟ୍ରେଲିଆ ଅଧିନାୟକ ବନିଗଲେ|
ତାଙ୍କ କ୍ରିକେଟ କ୍ୟାରିଅର କଥା ଯଦି କହିବା ସେ ୫ ଟି ଟେଷ୍ଟ ଖେଳିଛନ୍ତି|ଏକଦିବସୀୟ ଓ ଟି-୨୦ ରେ ତାଙ୍କର ପ୍ରଦର୍ଶନ ଭଲ ରହିଛି|ସେ ୧୪୫ ଏକଦିବସୀୟ ମ୍ୟାଚରୁ ୧୭ ଶତକ ଓ ୩୦ ଅର୍ଦ୍ଧ ଶତକ ଲଗାଇଛନ୍ତି|ସେ ଏଥିରେ ୩୯ ହାରାହାରିରେ ୫୪୦୧ ରନ କରିଛନ୍ତି|ଟି-୨୦ ରେ ଦୁଇଟି ଶତକ ଓ ୧୭ ଅର୍ଦ୍ଧ ଶତକ ଲଗାଇଛନ୍ତି|ସେ ଆଇପିଏଲରେ ୯୨ ମ୍ୟାଚରୁ ୨୦୯୧ ରନ କରିଛନ୍ତି|ଆଇପିଏଲରେ ସେ ୧୫ ଅର୍ଦ୍ଧ ଶତକ ଲଗାଇଛନ୍ତି|