ଦୁନିଆରେ ପ୍ରତ୍ୟେକ ନିଜ ଜୀବନରେ ବଡ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ସଫଳତା କାହାରିକୁ ମଧ୍ୟ ଏତେ ସହଜରେ ମିଳେନାହିଁ। ସଫଳତା ପାଇବା ପାଇଁ କଡା ପରିଶ୍ରମ ଓ ସଂଘର୍ଷ କରିବାକୁ ପଡେ। ବର୍ତ୍ତମାନ ସମୟରେ ଦେଖାଗଲେ ପ୍ରତ୍ୟେକ ଆଇଏଏସ ଅଧିକାରୀ ହେବାର ସ୍ଵପ୍ନ ଦେଖନ୍ତି କିନ୍ତୁ ସଂଘ ଲୋକ ସେବା ଆୟୋଗ(UPSC) ଦେଶର ସବୁଠାରୁ ବଡ ଓ କଠିନ ପରୀକ୍ଷା ମନାଯାଏ। ଏହି ପରୀକ୍ଷାର ପ୍ରସ୍ତୁତି କରିବା ଅଭ୍ୟାର୍ଥୀଙ୍କ ପାଇଁ ଆଦୌ ସହଜ ନୁହେଁ। ଏହି ପରୀକ୍ଷାର ପ୍ରସ୍ତୁତି ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକ କରନ୍ତି ପରନ୍ତୁ ସେଥିରେ କିଛି ଥାନ୍ତି ଯେଉଁମାନଙ୍କୁ ଏହି ପରୀକ୍ଷାରେ ସଫଳତା ମିଳିପାରେ।
ବର୍ଷଯାକର ପ୍ରୟାସ ସତ୍ବେ ଲକ୍ଷ ଲକ୍ଷ ଲୋକଙ୍କୁ ସଫଳତା ମିଳିପାରେ ନାହିଁ। ଅସଫଳତାର କାରଣ ଅଧିକାଂଶ ଲୋକ ପରାଜୟ ମାନିନିଅନ୍ତି ଓ ନିଜର ପ୍ରସ୍ତୁତି ଛାଡି ଦିଅନ୍ତି କିନ୍ତୁ ଅନେକ ଅଭ୍ୟାର୍ଥୀ ଏମିତି ଥାନ୍ତି, ଯେଉଁମାନେ ଅସଫଳ ସତ୍ବେ ହିମ୍ମତ ଆଦୌ ହାରନ୍ତି ନାହିଁ ଓ ନିଜର ପ୍ରୟାସ ଜାରି ରଖନ୍ତି। ଶେଷରେ ଜୀବନର ପ୍ରତ୍ୟେକ କଷ୍ଟକୁ ଅତିକ୍ରମ କରି ଏହି କଠିନ ପରୀକ୍ଷାକୁ ପାସ କରିନିଅନ୍ତି। ଇତି ମଧ୍ୟରେ ଆଜି ଆମେ ଆପଣଙ୍କୁ ୟୁପିଏସସି ପରୀକ୍ଷାରେ ୧୭୭ ରେଙ୍କ ଥିବା ଶିବାଙ୍ଗୀ ଗୋଏଲଙ୍କ ସଂଘର୍ଷର କାହାଣୀ କହିବାକୁ ଯାଉଛୁ।
ଶିବାଙ୍ଗୀ ଗୋଏଲଙ୍କ ଜୀବନ ବହୁତ ଦୁଃଖଦପୂର୍ଣ ଅଟେ। ତାଙ୍କ ପାଇଁ ୟୁପିଏସସି ପରୀକ୍ଷା ପାସ କରିବା ଏତେ ସହଜ ନଥିଲା। ତାଙ୍କୁ ନିଜ ଜୀବନରେ ଏତେ କଠିନର ସାମ୍ନା କରିବା ପରେ କେହିବି ଭାଙ୍ଗିଯିବ। ପରନ୍ତୁ ସେ କୌଣସି କଠିନ ସାମ୍ନାରେ ହିମ୍ମତ ହାରିନାହାନ୍ତି, ପ୍ରତ୍ୟେକ କଠିନକୁ ସାମ୍ନା କରି ଶିବାଙ୍ଗୀ ଗୋଏଲ ୟୁପିଏସସି ପରୀକ୍ଷାରେ ୧୭୭ ରେଙ୍କ ହାସିଲ କରି ନିଜର ଜିଲ୍ଲାରେ ନୁହେଁ ବରଂ ନିଜର ମାତା-ପିତାଙ୍କ ନାମ ରୋଶନ କରିଛନ୍ତି।
ସିଭିଲ ସର୍ଭିସରେ ହାସିଲ କରିଛନ୍ତି ୧୭୭ ରେଙ୍କ:-
ଶିବାଙ୍ଗୀ ଗୋଏଲ ମୂଳତ ଉତ୍ତରପ୍ରଦେଶର ହାପୁଡ ଆସିଛନ୍ତି। ତାଙ୍କ ପିତା ରାଜେଶ ଗୋଏଲ ଜଣେ ବ୍ୟବସାୟୀ ଏବଂ ମା ଜଣେ ଗୃହିଣୀ। ଏକ ସାକ୍ଷାତକାର ସମୟରେ ଶିବାଙ୍ଗୀ ଗୋଏଲ କହିଥିଲେଯେ ଯେତେବେଳେ ସେ ସ୍କୁଲରେ ପଢୁଥିଲେ, ସେତେବେଳେ ତାଙ୍କର ପ୍ରିନ୍ସିପାଲ ତାଙ୍କୁ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ, ସେବେଠାରୁ ଶିବଙ୍ଗୀଙ୍କର ସ୍ୱପ୍ନ ଆଇଏଏସ ହେବାର ଥିଲା। ତେବେ ବହୁ ସଂଘର୍ଷ କରିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି।
ୟୁପିଏସସି ପରୀକ୍ଷାରେ ୧୭୭ ତମ ସ୍ଥାନ ହାସଲ କରିଥିବା ଶିବାଙ୍ଗୀ ଗୋଏଲଙ୍କ ଆଲୋଚନା ଆଜି ସମଗ୍ର ଭାରତରେ ହେଉଅଛି। ଶିବାଙ୍ଗୀ ଗୋଏଲ ଆଜି ଭାରତର ମହିଳାମାନଙ୍କ ପାଇଁ ଏକ ଉଦାହରଣ ଭାବରେ ଦେଖାଯାଉଛି। ଆଜି ଆମେ ଆପଣଙ୍କୁ ଶିବାଙ୍ଗୀ ଗୋଏଲଙ୍କ ବ୍ୟକ୍ତିଗତ ଜୀବନର ଅସୁବିଧା ବିଷୟରେ କହିବାକୁ ଯାଉଛୁ। ଅନେକ ଅସୁବିଧାର ସମ୍ମୁଖୀନ ହେବା ପରେ ସେ ଏହି ପଦବୀକୁ ଆଜି ହାସଲ କରିଛନ୍ତି।
ଶ୍ଵଶୁର ଘରେ ସାମ୍ନା ହୋଇଥିଲେ ହିଂସାର ଶିକାର:-
ଜଣାଇଦେଉଛୁକି ଶିବାଙ୍ଗୀ ଗୋଏଲ ଦ୍ଵିତୀୟ ଥର ପରୀକ୍ଷା ଦେଇଛନ୍ତି କିନ୍ତୁ ତାଙ୍କୁ ସଫଳତା ମିଳିପାରି ନାହିଁ। ସେ ବିବାହ ପୂର୍ବରୁ ଜଣାଇଦେଇଥିଲେକି ସେ ଆଇଏଏସ ଅଧିକାରୀ ହେବାକୁ ଚାହାନ୍ତି। ଦୁଇଥର ବିଫଳତା ହାତ ଲାଗିବା ପରେ ଶିବାଙ୍ଗୀ ଗୋଏଲଙ୍କ ପରିବାର ଲୋକ ତାଙ୍କର ବିବାହ କରିଦେଲେ କିନ୍ତୁ ବୈବାହିକ ଜୀବନ ମଧ୍ୟ କିଛି ଭଲ ଗଲା ନାହିଁ। ବିବାହର କିଛି ବର୍ଷ ପରେ ଶିବାଙ୍ଗୀ ଗୋଏଲଙ୍କ ଶ୍ଵଶୁର ଘର ଲୋକ ତାଙ୍କ ସହିତ ଦୁର୍ବ୍ୟବହାର କରିବାକୁ ଲାଗିଲେ। କଥା ଏତେ ବଢିଗଲାକି ମାମଲା ଛାଡପତ୍ର ପର୍ଯ୍ଯନ୍ତ ପହଞ୍ଚିଯାଇଥିଲା।
ବିବାହ ପରେ ଘରୋଇ ହିଂସା କାରଣରୁ ସେ ୭ ବର୍ଷର ଝିଅ ସହିତ ବାପଘରକୁ ଫେରିଆସିଲେ। ତାଙ୍କର ନିଜର ସ୍ଵାମୀଙ୍କ ସହିତ ଛାଡପତ୍ର ମାମଲା ମଧ୍ୟ ଚାଲିଥିଲା। ଏହି ସମୟରେ ଶିବାଙ୍ଗୀଙ୍କ ପିତା ତାଙ୍କୁ ଭରପୁର ସହଯୋଗ କରୁଥିଲେ ଓ ତାଙ୍କୁ ପଢିବା ପାଇଁ ପ୍ରତ୍ସାହିତ କରୁଥିଲେ।
ସେଲ୍ଫ ଷ୍ଟଡି ବଳରେ ପାଇଲେ ସଫଳତା:-
ଶିବାଙ୍ଗୀ ଅନେକ ପରିଶ୍ରମ ଓ ନିଷ୍ଠା ଫଳରେ ୟୁପିଏସସି ସିଭିଲ ସେବା ପରୀକ୍ଷା ୨୦୨୨ ରେ ୧୭୭ତମ ରେଙ୍କ ହାସିଲ କରିଲେ। ଏହି ସଫଳତା ସେ ତୃତୀୟ ପ୍ରୟାସରେ ପାଇଲେ। ୟୁପିଏସସିର ପ୍ରସ୍ତୁତି ସମୟରେ ସେ କୋଚିଂ ବଦଳରେ ସେ ସେଲ୍ଫ ଷ୍ଟଡି କରିବାର ନିର୍ଣ୍ଣୟ ନେଲେ। ଶିବାଙ୍ଗୀ ନିଜର ଏହି ସଫଳତାର ଶ୍ରେୟ ନିଜର ମାତା-ପିତା ଓ ଝିଅକୁ ଦିଅନ୍ତି।