ବନ୍ଧୁଗଣ ଅଣ୍ଡା ଖାଇବା ଦ୍ୱାରା ଶରୀରକୁ କଣ ସବୁ ଲାଭ ମିଳିଥାଏ ତାହା ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ବିଶ୍ବ ଅଣ୍ଡା ଦିବସ ପାଳିତ ହୋଇଥାଏ । ଅଣ୍ଡା ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ହେଲେ ଏହା ମଧ୍ୟ ସତ ଠିକ ସମୟରେ ଠିକ ଜିନିଷ ଖାଇବା ଆବଶ୍ୟକ ଏହାଦ୍ବାରା ହିଁ ଶରୀରକୁ ଲାଭ ମିଳିଥାଏ । ଅଣ୍ଡା ଖାଇବା ଦ୍ବାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ।
ଏହା ଦ୍ବାରା ଲୋକେ ଅନେକ ପ୍ରକାରରେ ଅଣ୍ଡାକୁ ତିଆରି କରି ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଖାଇବା ସମୟରେ ଦୁଇଟି ଜିନିଷ ଅଲଗା ଅଲଗା ସମୟରେ ଖାଇଲେ ଏହା ଦେହ ପାଇଁ ଲାଭଦାୟକ ହୋଇପାରେ ହେଲେ ଏକା ସାଙ୍ଗରେ କିଛି ଖାଇବା ଖାଇଲେ ଦେହ ପାଇଁ ଖରାପ ହୋଇପାରେ । ଅନେକ ସମୟରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଏନେଇ ଧ୍ୟାନ ଦେବାକୁ ପରାମର୍ଶ ଦେଇଥାନ୍ତି । ହେଲେ ସ୍ବାସ୍ଥ ବିଶେଷଜ୍ଞଙ୍କ ଅନୁସାରେ ଅଣ୍ଡା ସହ ଏପରି କିଛି ଜିନିଷ ଅଛି ଯାହା ଖାଇବା ଉଚିତ ନୁହେଁ । ତାହା ବିଷୟରେ ଆସନ୍ତୁ ଜାଣିବା ।
୧. ଚିନି: ଅଣ୍ଡା ସହ କେବେ ମଧ୍ୟ ଚିନି ଖାଇବା କଥା ନୁହେଁ । ଯଦି ଆପଣ ଚିନି ସହ ଅଣ୍ଡା ଖାଉଛନ୍ତି ତାହେଲେ ହୋଇଯାନ୍ତୁ ସାବଧାନ । କାରଣ ରୋଷେଇ କରିବା ସମୟରେ ଚିନି ସହ ଅଣ୍ଡା ମିଶିଲେ ଏଥିରୁ ଏମିନୋ ଏସିଡ୍ ବାହାରିଥାଏ । ଯାହା ଦେହ ପାଇଁ ବହୁତ କ୍ଷତିକାରକ। ଏହି ମିଶ୍ରଣ ଦ୍ୱାରା ରକ୍ତ ଜମାଟ ବାନ୍ଧିବାର ମଧ୍ୟ ସମ୍ଭାବନା ରହିଥାଏ ।
୨. ସୋୟା ମିଲ୍କ: ଏହାକୁ ଅଲଗା ଅଲଗା ବ୍ୟବହାର କଲେ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ । ହେଲେ ଅଣ୍ଡା ସହ ଏହାକୁ ଗୋଟିଏ ସମୟରେ ଖାଇଲେ ଶରୀରରେ ପ୍ରୋଟିନ ଅବଶୋଷଣ ବନ୍ଦ ହୋଇଯାଉଥିବା ବିଶେଷଜ୍ଞ କହିଛନ୍ତି ।
୩. ଚା: ଏହାକୁ ଲୋକେ ଭିନ୍ନ ଭିନ୍ନ ଉପାୟରେ ତିଆରି କରି ପିଇବାକୁ ପସନ୍ଦ କରନ୍ତି । କିଛି ଲୋକେ ଅଣ୍ଡାରେ ତିଆରି ହୋଇଥିବା ଖାଦ୍ୟ ଖାଇବା ପରେ ହଜମ ପାଇଁ ଚା ପିଇବାକୁ ପସନ୍ଦ କରିଥାନ୍ତି । ହେଲେ ବିଶେଷଜ୍ଞଙ୍କ ମତରେ ଏହା ଦ୍ବାରା କୋଷ୍ଟକାଠିନ୍ୟ ଜନିତ ସମସ୍ୟା ଉପୁଜିଥାଏ ।
୪. ମାଛ ଓ ମାଂସ: ତେବେ ଅଣ୍ଡା ସହ ମାଛ କିମ୍ବା ମାଂସ ଖାଇବା ଦ୍ୱାରା ଏଥିରୁ ଶରୀରକୁ ପ୍ରୋଟିନ ମିଳିବା ସହ ଫ୍ୟାଟ୍ ମଧ୍ୟ ମିଲିଥାଏ । ଯାହା ଫଳରେ ଲୋକ ଅଳସୁଆ ହୋଇଯାଇଥାଏ । ଆଉ ଏହା ଖାଇବା ଦ୍ବାରା ଏଲର୍ଜୀ ଭଳି ସମସ୍ୟାର ସମ୍ମୁଖିନ ହେବାକୁ ମଧ୍ୟ ପଡିପାରେ ।
ତେବେ କେବଳ ଏହା ନୁହେଁ ଅଣ୍ଡା ସହ ପନୀର କିମ୍ବା ଅନ୍ୟ କ୍ଷୀର ଜାତ ଦ୍ରବ୍ୟ ସହିତ ଫଳ ମଧ୍ୟ ଖାଇବା କଥା ନୁହେଁ । ଏହା ଦ୍ୱାରା ମଧ୍ୟ ଅନେକ ରୋଗ ସମସ୍ୟା ଉପୁଜିପାରେ । ଉପରୋକ୍ତ ସାମଗ୍ରୀ ସବୁ ଅଣ୍ଡା ସହ ନଖାଇଲେ ଶରୀରକୁ ଏସବୁ ସମସ୍ତ୍ୟରୁ ନିବୃତ ରଖି ପାରିବେ ।