ଓଜନ ବୃଦ୍ଧି ଏକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ଅନ୍ୟତମ|ଓଜନ ହ୍ରାସ ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣେଇ ଥାନ୍ତି|ଓଜନ ହ୍ରାସ ପାଇଁ ଲୋକମାନେ ଖାନା ପିନା ଛାଡି ଦେଇଥାନ୍ତି ଓ ବିଭିନ୍ନ ଡାଏଟ୍ ପ୍ଲାନ୍ ଅନୁସରଣ କରନ୍ତି ବା ଜିମ୍ ଯାଇ ଘଣ୍ଟା ଘଣ୍ଟା ପରିଶ୍ରମ କରିଥାନ୍ତି|ଓଜନ ହ୍ରାସର ଉପାୟ ? ଓଜନ କମାଇବା ସହଜ ନୁହେଁ କିନ୍ତୁ ଖାଦ୍ୟ ପାନୀୟ ସହ କିଛି ଅଭ୍ୟାସକୁ ଧ୍ୟାନ ଦେଲେ ଏହା କମି ପାରିବ|
ଏଭଳି ମାନାଯାଏ ଅଲିଭ୍ ଅଏଲ୍ ଶୁଙ୍ଘିଲେ,ଜଳଖିଆରେ କଠୋର ଖାଦ୍ୟ ପଦାର୍ଥ ସେବନ ବା କ୍ୟାଲସିୟମ ଭଳି ସପ୍ଲିମେଣ୍ଟ ନେଲେ ଓଜନ ହ୍ରାସ ହେବ ବୋଲି ବିଜ୍ଞାନ କହିଥାଏ|ଯଦି ଆପଣ ମୋଟାପାରେ ପିଡିତ ତେବେ ଏହି ଅଭ୍ୟାସକୁ ଧ୍ୟାନ ଦିଅନ୍ତୁ ସହଜରେ ଓଜନ ହ୍ରାସ ହେବ|
ହେଲ୍ଦି ଫ୍ୟାଟ୍ ନିଅନ୍ତୁ;
ଦେଖାଯାଏ ଲୋକେ ଏକ୍ସଟ୍ରା କ୍ୟାଲୋରୀ ଛାଡିବା ଚକ୍କରରେ ନଟ୍,ମଞ୍ଜି,ପନିର,ମଖନ ଭଳି ଖାଦ୍ୟ ଖାଇବା ବନ୍ଦ କରିଥାନ୍ତି|ଏଥିରେ ଥିବା ପ୍ରୋଟିନ ଓ ଫାଇବର ହଜମ ପାଇଁ ଅଧିକ ସମୟ ଲାଗେ ଏଥିପାଇଁ ଭୋକ କମ ଲାଗେ|ବୈଜ୍ଞାନିକ ମାନେ ପାଇଛନ୍ତି ସାଧାରଣତଃ ବ୍ୟାୟାମ ସମୟରେ ବର୍ନ କ୍ୟାଲୋରୀ କାଉଣ୍ଟ କମ କରି ଦିଅନ୍ତି|
ଫଳ ଓ ପରିବାକୁ ଭଲରେ ଧୋଇ ନିଅନ୍ତୁ:
ଫଳ ଓ ପରିବା ଓଜନ ବଢ଼ାଇବାରେ ଏକ ମୁଖ୍ୟ କାରଣ ହୋଇପାରେ ଯଦି ଆପଣ ଭଲରେ ନ ଧୁଅନ୍ତି|କାରଣ କୀଟନାଶକ ହଜମ କମ କରେ|
ଅଲିଭ ତେଲକୁ ସୁଙ୍ଘିବା ବଢିଆ ବିଚାର:
ବୈଜ୍ଞାନିକ ପାଇଛନ୍ତି ଯେ ଜୈତୁନ ତେଲକୁ ଖାଦ୍ୟରେ ସାମିଲ କଲେ ଆପଣ ଭୋକିଲା ଲାଗିବେନି|ଭୋକକୁ ଘ୍ରାଲିନ ନାମକ ହରମୋନ ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରିବ|ଏହାକୁ ଶୁଙ୍ଘିଲେ ଓଜନ ହ୍ରାସ ପାଇବ|
ଡେରି ଉତ୍ପାଦ ନଖାଉଥିବା ଲୋକ କ୍ୟାଲସିୟମ ଭିଟାମିନ ନିଅନ୍ତୁ:
ବୈଜ୍ଞାନିକ ଅନୁସାରେ ଦୁଗ୍ଧ ଜାତୀୟ ପଦାର୍ଥ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ|କ୍ୟାଲସିୟମ ଭିଟାମିନ ନେବା ଫଳରେ ଓଜନ ୨୬-୭୦% ହ୍ରାସ ହୋଇଥାଏ|
ସକାଳେ ଠୋସ ଭୋଜନ କରନ୍ତୁ:
ସକାଳେ ଠୋସ ଭୋଜନ କଲେ ପ୍ରୋଟିନ ଦକ୍ଷତା ବଢ଼ିଥାଏ|ଯଦି ଆପଣ ସ୍ମୁଥ ପରିବର୍ତ୍ତେ ପନିର ଖାଆନ୍ତି ତେବେ ଲେଟରେ ଭୋକ ଲାଗିବ|
ଡାର୍କ ଚକୋଲେଟ ଖାଆନ୍ତୁ:
ଡାର୍କ ଚକୋଲେଟ ଓଜନ ହ୍ରାସ ଓ ମେଣ୍ଟେନ କରିବାରେ ସହାୟକ ହୋଇଥାଏ|ଯେଉଁ ଲୋକମାନେ କାର୍ବ ଆହାର ନିଅନ୍ତି ଡାର୍କ ଚକୋଲେଟ୍ ଖାଇଲେ ଓଜନ ହ୍ରାସ ହୋଇଥାଏ|