ଅଙ୍ଗନବାଡ଼ି ସୁପରଭାଇଜରଙ୍କ ପାଇଁ ଖୁସି ଖବର, ନିୟମିତ ହେବା ନେଇ ଓଡ଼ିଶା ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

ତେବେ ବନ୍ଧୁଗଣ ଦେଶର ଶିଶୁ ମାନଙ୍କର ସାମଗ୍ରୀକ ବିକାଶ ପାଇଁ ବର୍ଷ ବର୍ଷ ଧରି ସମନ୍ଵିତ ଶିଶୁ ବିକାଶ ଯୋଜନା ସବୁ କାର୍ଯ୍ୟକାରୀ ହୋଇ ଆସୁଛି । ୬ ବର୍ଷରୁ କମ୍‌ ଶିଶୁ ଓ ସେମାନଙ୍କର ମା’ ମାନଙ୍କୁ ପୁଷ୍ଟିକର ଖାଦ୍ୟ, ପ୍ରାରମ୍ଭିକ ସ୍କୁଲ ଶିକ୍ଷା, ପ୍ରାଥମିକ ସ୍ୱାସ୍ଥ୍ୟ ଓ ଯତ୍ନ, ପ୍ରତିରୋପଣ, ସ୍ୱାସ୍ଥ୍ୟ ଯାଞ୍ଚ ଓ ଶିଶୁ ସଂପର୍କିତ ଅନ୍ୟାନ୍ୟ ଅସୁବିଧାର ସମାଧାନ କରିବା ଲକ୍ଷ୍ୟ ନେଇ ଅଙ୍ଗନବାଡ଼ି ବିଭାଗ କାମ କରୁଛି । ତେବେ ବର୍ତମାନ ସମୟରେ ଯାହା ଏକ ଗୁରୁତ୍ୱପୂର୍ଣ ନିଷ୍ପତି ଆମ ଓଡ଼ିଶା ସରକାର ଅଙ୍ଗନବାଡ଼ି କର୍ମୀ ମାନଙ୍କ ପାଇଁ ନେଇଛନ୍ତି ତାହା ହେଲା ୧୨ ବର୍ଷ କାର୍ଯ୍ୟ କରିଥିଲେ, ଅଙ୍ଗନବାଡ଼ି ସୁପର ଭାଇଜରଙ୍କ ପୋଷ୍ଟ ନିୟମିତ ହୋଇ ପାରିବ ।

ନିୟମିତ ହେବ ଅଙ୍ଗନବାଡ଼ି ସୁପରଭାଇଜରଙ୍କ ଚାକିରି । ଚୟନ କମିଟି ସୁପାରିସ ଆଧାରରେ ୨୦୧୦ରୁ ଅଙ୍ଗନବାଡି ସୁପରଭାଇଜର ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ଚାକିରି ନିୟମିତ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ବର୍ତମାନ ସମୟରେ ଯାହା ସୂଚନା ରହିଛି ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଶ୍ରୀ ସଂଗୀତା ସାମନ୍ତରାୟଙ୍କ ସମେତ ଅନ୍ୟ ଚାରି ଜଣଙ୍କ ଆବେଦନର ଶୁଣାଣି କରି ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ୨ମାସ ଭିତରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ କହିଛନ୍ତି ।

ନିୟମ ଅନୁସାରେ ସ୍ନାତକ ଡିଗ୍ରୀ ହାସଲ କରି ଅଙ୍ଗନବାଡି ସୁପରଭାଇଜର ଭାବରେ ନିଯୁକ୍ତି ପାଉଥିଲେ । ଏହା ସହିତ ଯେଉଁ ଅଙ୍ଗନବାଡ଼ି କର୍ମୀ ମାନେ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଛନ୍ତି କାର୍ଯ୍ୟରେ ଅଭିଜ୍ଞତା ଅଛି ସେମାନଙ୍କୁ ମଧ୍ୟ ସୁପରଭାଇଜର ପୋଷ୍ଟ ଦିଆ ଯାଉଥିଲା ଆଉ ଯାହାକି ୨୦୧୦ ମସିହା ଅଗଷ୍ଟ ୧୦ ତାରିଖରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ।

ତେବେ ଅନ୍ୟ ସରକାରୀ ଚାକିରି ଭଳି ଅଙ୍ଗନବାଡ଼ି ସୁପରଭାଇଜର ପଦବିରେ ନିଯୁକ୍ତି ପରେ ଆବେଦନକାରୀଙ୍କ ଚାକିରି ନିୟମିତ କରାଯିବା କଥା କିନ୍ତୁ କରା ଯାଇନଥିଲା କି ସରକାରୀ ଚାକିରୀର ସୁବିଧା ସୁଯୋଗ ଯୋଗାଇ ଦିଆ ଯାଇନଥିଲା । ଏଥିପାଇଁ ଆବେଦନକାରୀ ମାନେ ୨୦୧୭ରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲଙ୍କ ଠାରେ ଅଭିଯୋଗ କରି । ଆଉ ଏବେ କୋର୍ଟଙ୍କ ରାୟ ଆବେଦନକାରୀଙ୍କୁ ଆଶ୍ବସ୍ତ କରିବା ସହ ମନରେ ଆଶା ସଞ୍ଚାର କରିଛି ।

odia sambada
Comments (0)
Add Comment