ଏସିଆ କପ ୨୦୨୨ ଶ୍ରୀଲଙ୍କା ବନାମ ଆଫଗାନିସ୍ଥାନ:-
ଏସିଆ କପ ୨୦୨୨ର ଆରମ୍ଭ ହୋଇସାରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ଯାଚ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଆଫଗାନିସ୍ଥାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳଯାଉଛି। ଏସିଆ କପ ୨୦୨୨ର ପ୍ରଥମ ମ୍ଯାଚରେ ଏକ ଏକ ଏମିତି ଘଟଣା ଦେଖିବାକୁ ମିଳିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଶ୍ରୀଲଙ୍କାର ବ୍ୟାଟିଂ ସମୟରେ ଥାର୍ଡ ଅମ୍ପାୟାରଙ୍କ ଏକ ନିଷ୍ପତ୍ତି ଦେଇଥିଲେ ଯାହାକୁ ଦେଖି ଶ୍ରୀଲଙ୍କାର ଦଳ ମଧ୍ୟରେ ରାଗ ଦେଖାଯାଇଥିଲା।
ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ହେଲା ବବାଲ:-
ଶ୍ରୀଲଙ୍କା ଓ ଆଫଗାନିସ୍ଥାନର ଦଳ ଏସିଆ କପ ୨୦୨୨ର ଗୃପ ବିରେ ଅଛି। ଏହି ମ୍ୟାଚରେ ଆଫଗାନିସ୍ଥାନ ଟସ ଜିତ୍ୟ ପ୍ରଥମେ ବୋଲିଂ କରିବ ବୋଲି ନିଷ୍ପତ୍ତି ନେଲା। ମ୍ଯାଚର ଦ୍ଵିତୀୟ ଓଭରରେ ଏକ ବବାଲ ଦେଖାଯାଇଥିଲା। ଶ୍ରୀଲଙ୍କାର ଇନିଙ୍ଗ୍ସର ଦ୍ଵିତୀୟ ଓଭରରେ ଡାହାଣହାତୀ ଦୃତ ବୋଲର ନବୀନ ଉଲ ହକ ବୋଲିଂ କରୁଥିଲେ। ସେ ଏହି ଓଭରର ଶେଷ ବୋଲ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ପାଥୁମ ନିସଙ୍କାଙ୍କୁ ଆଉଟ କରିଲେ। ଯାହାପରେ ପଡିଆ ମଝିରେ ବିବାଦ ଦେଖିବାକୁ ମିଳିଥିଲା।
ଶ୍ରୀଲଙ୍କା ଦଳ ମଧ୍ୟରେ ରାଗ ଦେଖାଗଲା:-
ନବୀନ ଉଲ ହକଙ୍କ ବୋଲରେ ବ୍ୟାଟ୍ସମ୍ୟାନ ପାଥୁମ ନିସଙ୍କା ୱିକେଟକିପରଙ୍କୁ କ୍ୟାଚ ଦେଇ ଦେଇଦେଲେ, କିନ୍ତୁ ଅମ୍ପାୟାର ଏହାକୁ ଆଉଟ ଦେଇନଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଆଫଗାନିସ୍ଥାନ ଦଳ ଡ଼ିଆରଏସ ନେଇଥିଲେ। ରିପ୍ଲେ ଦେଖିବା ମାତ୍ରେ ଲାଗୁଥିଲାକି ବୋଲ ବ୍ୟାଟରେ ବାଜି ନଥିଲା, କିନ୍ତୁ ଥାର୍ଡ ଅମ୍ପାୟାର ଜୟରମନ ମଦନଗୋପାଳ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ଦେଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଦେଲେ। ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ପରେ ଡ୍ରେସିଂ ରୁମରେ ବସିଥିବା ଶ୍ରୀଲଙ୍କା ଦଳର କୋଚ କ୍ରିସ ସିଲ୍ବରବୁଡ ଓ ଅଧିନାୟକ ଦାସୁନ ଶନାକା ବହୁତ ରାଗରେ ଦେଖାଯାଉଥିଲେ। ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ଦେଖି ପଡିଆରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଆଫଗାନିସ୍ଥାନର ଘାତକ ବୋଲିଂ:-
ଏସିଆ କପ ୨୦୨୨ର ମ୍ୟାଚରେ ଆଫଗାନିସ୍ଥାନର ବୋଲରଙ୍କ ବୋଲିଂ ଦେଖିବାକୁ ମିଳିଥିଲା। ଶ୍ରୀଲଙ୍କାର କୌଣସି ବ୍ୟାଟ୍ସମ୍ୟାନ ପଡିଆରେ ବେଶୀ ସମୟ ରହିପାରୁନଥିଲେ। ଓ ସମ୍ପୂର୍ଣ ଦଳ ୧୦୫ ରନରେ ଅଲଆଉଟ ହୋଇଗଲେ। ଆଫଗାନିସ୍ଥାନର ଫଜଲହକ ଫାରୁକି ସବୁଠାରୁ ଅଧିକ ୩ଟି ୱିକେଟ ହାସିଲ କରିଲେ। ମୁଜୀବ ଓର ରହମାନ ଓ ମହମ୍ମଦ ନବୀ ୨-୨ଟି ୱିକେଟ ନିଜ ନାମରେ କରିଲେ। ଆଫଗାନିସ୍ଥାନର ଦଳ ୧୦୬ ରନର ଲକ୍ଷ୍ୟକୁ ସହଜରେ ହାସିଲ କରିନେଲେ।