ବଜାରକୁ ଆସିଲା ଦୋସା ପ୍ରିଣ୍ଟର୍; ମୁହୂର୍ତ୍ତକରେ ପ୍ଲେଟ୍ ରେଡି

ଆଜିକାଲିର ବିଜ୍ଞାନ ଯୁଗରେ ଲୋକଙ୍କ ପାଇଁ ସବୁକିଛି ସୁବିଧା ହୋଇ ସାରିଲାଣି, ଲୋକମାନଙ୍କୁ ଆଜିକାଲି ଆଉ କୌଣସି କାମ ପାଇଁ ଚିନ୍ତା କରିବାକୁ ପଡୁନାହିଁ କାରଣ ସବୁକିଛି ଏବେ ମେସିନ୍ ସାହାଯ୍ୟରେ ସଠିକ୍ ଭାବେ ଆଉ ବହୁତ କମ୍ ସମୟ ମଧ୍ୟରେ ହୋଇଯାଉଛି। ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ମାନେ ଅଛନ୍ତି ଯେଉଁମାନେ କି କିଛି କିଛି କାମକୁ ସଠିକ୍ ଭାବେ କରି ପାରନ୍ତି ନାହିଁ ଆଉ ଯେଉଁ ମାନଙ୍କ ପାଇଁ ମେସିନ୍ ବହୁତ ସୁବିଧା ଜନକ ହୋଇଥାଏ ଆଉ ତାଙ୍କର ସମୟ ମଧ୍ୟ ବଞ୍ଚି ଥାଏ।

ତେବେ ଆଗରୁ ତ ଆପଣମାନେ ଅନେକ ପ୍ରକାରର ମେସିନ୍ ସମ୍ପର୍କରେ ଶୁଣିଥିବେ ଆଉ ସେହି ସବୁକୁ ଆପଣମାନେ ନିଜର ଡେଲି ଲାଇଫ୍ ରେ ବ୍ୟବହାର ମଧ୍ୟ କରୁଥିବେ, ହେଲେ ଆମେ ଆଜି ଆପଣଙ୍କୁ ଏକ ନୂଆ ମେସିନ୍ ସମ୍ପର୍କରେ କହିବୁ ଯେଉଁଥିରେ ଆପଣମାନେ ସହଜରେ ଦୋସା ତିଆରି କରି ପାରିବେ।ଦୋସା ପ୍ରିଣ୍ଟର୍ କୁହାଯାଉଥିବା ମେସିନ୍‌ର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ମେସିନ୍ ଚମତ୍କାର ଭାବେ ଦୋସା ତିଆରି କରିଦେଉଛି। ଏଥିରେ ଖୁବ୍ ପତଳା ଦୋସା ପ୍ରିଣ୍ଟ୍ ହୋଇ ବାହାରୁ ଯାଉଛି। ସମାନ୍ଥା ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ଏହି ମେସିନ୍‌ର ବିଜ୍ଞାପନର ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି।ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ମେସିନ୍‌ର ଗୋଟିଏ ପଟେ ଦୋସା ପାଇଁ ତିଆରି ସାମଗ୍ରୀ ଢଳାଯାଉଛି।

ଏହା ପରେ, ମେସିନ୍‌ରେ ଦୋସାର ମୋଟେଇ, କଡା, ସଂଖ୍ୟା ଆଦି ସିଲେକ୍ଟ କରାଯାଉଛି। ଟାଇମର୍ ଅନୁଯାୟୀ, କାଗଜ ପରି ଦୋସା ପ୍ରିଣ୍ଟ୍ ହୋଇ ବାହାରିଯାଉଛି। ଖବର ଲେଖାହେବା ବେଳକୁ ଏହି ଭିଡିଓଟି ୬୨୬.୫K ଭ୍ୟୁ ପାଇସାରିଥିଲା। ଏହି ଭିଡିଓକୁ ୧୧ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି। ତେବେ ଦୋସା ପ୍ରେମୀମାନେ ଏହି ମେସିନ୍‌କୁ ପସନ୍ଦ କରି ନାହାନ୍ତି। ଏଥିରେ ଦୋସା ଖରାପ ହେବ ବୋଲି ସେମାନେ କହିଛନ୍ତି। ଜଣେ ଉପହାସ କରି ଲେଖିଛନ୍ତି – ଏହି ମେସିନ୍ ହେତୁ ଦାଦି ଖୁବ ଶୀଘ୍ର ଅବସର ନେଇଯିବେ। ଅନ୍ୟ ପକ୍ଷରେ ଏହି ମେସିନ୍ କୁ ଅନେକ ଲୋକ ପସନ୍ଦ ମଧ୍ୟ କରୁଛନ୍ତି।

odia sambada
Comments (0)
Add Comment