ଧନୀ ଯୁବକଙ୍କୁ ଫସାଇବା ପାଇଁ ରଖାଯାଇଥିଲା ସୁନ୍ଦର ସୁନ୍ଦର୍ ଯୁବତୀ, ଏଣ୍ଟ୍ରି ପାଇଁ 2 ଲକ୍ଷ ଟଙ୍କାର ଫିସ, କରୁଥିଲେ ଏହି କାମ

ଜୟପୁରରେ ପୋଲିସ ଗୋଟିଏ ହାଇପ୍ରୋଫାଇଲ୍ ଡାନ୍ସ ଏବଂ ଜୁଆ ପାର୍ଟିର ଖୁଲାସା କରିଛି । ଏଠାରେ ଜୁଆ ଖେଳିବା ପାଇଁ 7 କ୍ୟାସିନୋ ଟେବୁଲ୍ ଲଗାଯାଇଥିଲା । ଆଶ୍ଚର୍ଯ୍ୟର କଥା ଏହା ଯେ ଏହାର ଚାରିପଟେ ସିସିଟିଭି କ୍ୟାମେରା ଲୁଚାଯାଇଥିଲା । ପାଖରେ ଗୋଟିଏ ମିନି କଣ୍ଟ୍ରୋଲ ରୁମ୍ ମଧ୍ୟ ତିଆରି କରାଯାଇଥିଲା । ଏଠାରେ ବସିଥିବା ଲୋକମାନେ ସିସିଟିଭି ଫୁଟେଜ ମାଧ୍ୟମରେ ଜୁଆ ଖେଳୁଥିବା ଲୋକଙ୍କ ସହିତ ଚିଟିଙ୍ଗ କରୁଥିଲେ । ସେମାନେ ଜୁଆ ଟେବୁଲରେ ବସିଥିବା ନିଜ ଲୋକଙ୍କୁ ସବୁ ସୂଚନା ଦେଇ ଏହା ସୁନିଶ୍ଚିତ କରୁଥିଲେ ଯେ ପଇସା ଲଗାଉଥିବା ଲୋକ ଅଧିକରୁ ଅଧିକ ପଇସା ହାରିବ ।

ଏହି ପାର୍ଟିରେ ଦିଲ୍ଲୀ, ନେପାଲ, ୟୁପି ଏବଂ ମୁମ୍ବାଇର ଝିଅମାନଙ୍କର ବ୍ୟବସ୍ଥା ମଧ୍ୟ ରହିଥିଲା । ଏମାନେ ସବୁ ହାଇପ୍ରୋଫାଇଲ୍ ଝିଅ ଥିଲେ । ଏମାନଙ୍କୁ ଦୁଇ ଦିନ ପାଇଁ 20 ରୁ 50 ହଜାର ଟଙ୍କା ଦିଆଯାଉଥିଲା । ଏମାନଙ୍କ କାମ ଜୁଆ ଖେଳୁଥିବା ପୁରୁଷଙ୍କୁ କଥାରେ ବ୍ୟସ୍ତ ରଖିବାର ଥିଲା । ଯେପରିକି ହାରିବା ପରେ ମଧ୍ୟ ସେମାନେ ଆହୁରି ଜୁଆ ଖେଳିଚାଲିବେ ।

ସରକାରୀ ଅଧିକାରୀ ମଧ୍ୟ ଖେଳୁଥିଲେ ଜୁଆ :-

ଜୁଆ ଖେଳୁଥିବା ଲୋକଙ୍କ ମଧ୍ୟରେ ସରକାରୀ ଅଧିକାରୀ ମଧ୍ୟ ସାମିଲ ଥିଲେ । କର୍ଣାଟକ ପୋଲିସର ଇନ୍ସପେକ୍ଟର ଅଞ୍ଜୟା, ତହସିଲଦାର ଶ୍ରୀନାଥ, କଲେଜ ପ୍ରଫେସର କେ ଏଲ ରମେଶ କହିଛନ୍ତି ଯେ ସେମାନେ ଘରେ ଜୟପୁର ବୁଲିବାକୁ ଯାଉଛନ୍ତି କହି ଏହି ପାର୍ଟିକୁ ଆସିଥିଲେ । ପାର୍ଟିର ଆୟୋଜକ ତାଙ୍କୁ କହିଥିଲେ ଯେ ସେମାନଙ୍କ ପ୍ରାଇଭେସିର ଧ୍ୟାନ ରଖାଯିବ । କିନ୍ତୁ ସେମାନେ ଆଶା କରିନଥିଲେ ଯେ ପୋଲିସ ସେମାନଙ୍କୁ ଜୁଆ ଖେଳୁଥିବା ସମୟରେ ଧରିନେବ । ବର୍ତ୍ତମାନ୍ ଏମାନଙ୍କ ପରିବାର ଲୋକେ ଏବଂ ଓକିଲ ଜୟପୁର ଆସୁଛନ୍ତି ।

ଏହି କାରଣରୁ ବାଛିଲେ ଜୟପୁର ସହର :-

ପୋଲିସ ନିଜ ରେଡରେ ଅଭିଯୁକ୍ତ ନରେଶ ମଲ୍ହୋତ୍ରା, ତାଙ୍କ ପୁଅ ମନବେଶ, ମେରଠ ନିବାସୀ ମନୀଷ ଶର୍ମା ଏବଂ ଇଭେଣ୍ଟର ବ୍ୟବସ୍ଥା କରିଥିବା କିଶନଙ୍କୁ ଧରିଛି । ସେହିପରି ପୋଲିସ ପରିଚାଳନା କାରୀ ଅମଜଦ ଏବଂ ଆଯମଙ୍କୁ ମଧ୍ୟ ଖୋଜୁଛି । ସେମାନେ ଚଢ଼ାଉ ସମୟରେ ପଳାଇ ଯାଇଥିଲେ । ଆୟୋଜକ ପୋଲିସକୁ କହିଛନ୍ତି ଯେ ସେମାନେ ଜୟପୁର ସହରକୁ ଏଥିପାଇଁ ବାଛିଲେ, କାରଣ ଏଠାରେ ପୋଲିସ ଭୟ ବହୁତ୍ କମ ।

ଚଢ଼ାଉ ସମୟରେ ମିଳିଲା ଏହି ଜିନିଷ :-

ଜୟପୁର କମିଶନରଙ୍କ ଆମେର ପୋଲିସ ଷ୍ଟେସନ ଏହି ଘଟଣାର ତଦନ୍ତ କରୁଛି । ସେମାନେ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ କରିଛନ୍ତି । ଗତ ଦୁଇରୁ ତିନିମାସ ପର୍ଯ୍ୟନ୍ତ ବ୍ୟାଙ୍କ କାରବାରର ରେକର୍ଡ ମଧ୍ୟ ସ୍କାନ କରାଯିବ । ଏହି ଚଢାଉ ପରେ ପୋଲିସ ଘଟଣାସ୍ଥଳରୁ 9 ଟି ହୁକା, 7 ଟି କ୍ୟାସିନୋ ଟେବୁଲ, 44 ଟି ବୋତଲ ବିଦେଶୀ ମଦ, 66 ଟି ବିୟର ବୋତଲ, 14 ଟି ବିଳାସପୂର୍ଣ୍ଣ କାର, 23 ଲକ୍ଷ 71 ହଜାର 408 ଟଙ୍କା ଏବଂ ଗୋଟିଏ ଟ୍ରକ ଜବତ କରିଛି ।

ପାର୍ଟିରେ ସାମିଲ ହେବାପାଇଁ ଆଦାୟ କରିଥିଲେ 2 ଲକ୍ଷ ଟଙ୍କା :-

ଏହି ପାର୍ଟିରୁ ପୋଲିସ ଘଟଣାସ୍ଥଳରେ 84 ଜଣଙ୍କୁ ଧରିଛି । ଏଥିରେ 13 ଜଣ ମହିଳା ମଧ୍ୟ ଅଛନ୍ତି । ଅବଶିଷ୍ଟ 79 ପୁରୁଷଙ୍କ ମଧ୍ୟରୁ 4 ଜଣ ସଂଗଠକ ଅଟନ୍ତି । 75 ଲୋକ ଜୁଆ ଖେଳିବାକୁ ଆସିଥିଲେ । ଆୟୋଜକମାନେ ସମସ୍ତଙ୍କଠାରୁ ଦୁଇ ଲକ୍ଷ ଟଙ୍କା ନେଇଥିଲେ । ମୋଟ ଦେଢ଼ କୋଟି ଟଙ୍କା ଜମା କରାଯାଇଥିଲା । ବର୍ତ୍ତମାନ ଆମେର ପୋଲିସ ଷ୍ଟେସନ ଆୟୋଜକଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ କହିଛି ।

odia sambada
Comments (0)
Add Comment