ସମସ୍ତ ଘରେ ଲଗାଯିବ ପ୍ରିପେଡ ସ୍ମାର୍ଟ ମିଟର । ଗ୍ରାହକଙ୍କୁ ବିଦ୍ୟୁତ୍ ବିଲ୍ ରୁ ମିଳିବ ମୁକ୍ତି

ବନ୍ଧୁଗଣ ଆପଣ ଡିଜିଟାଲ ଚାଇନା ମିଟର ନାମ ଶୁଣିଥିବେ । କିନ୍ତୁ ଏବେ ଆସିଯାଇଛି ୪ଜି ମିଟର । ତେବେ ଆସନ୍ତୁ ଜାଣିବା କଣ ଅଟେ ଏହି ୪ଜି ବିଦ୍ୟୁତ ମିଟର? ଶକ୍ତି ବିଭାଗରୁ ଆସିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଣିକି ପ୍ରତ୍ୟେକ ଘରେ ଲାଗିବ ପ୍ରିପେଡ୍‌ ମିଟର । ବିଦ୍ୟୁତ ଚୋରି ଓ ଟାମ୍ପରିଂ ରୋକିବାକୁ ଶକ୍ତି ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଆମ ଶକ୍ତିମନ୍ତ୍ରୀ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଏଣିକି ଘର ମାନଙ୍କରେ ସ୍ମାର୍ଟ ମିଟର ଲଗାଯିବ ।

ବାହାର ରାଜ୍ୟରେ ଏହାର ଶୁଭାରମ୍ଭ ହୋଇ ସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳରେ ଏହି ସେବା ଆରମ୍ଭ ହୋଇଛି । ତେବେ ଏହି ସ୍ମାର୍ଟ ମିଟରରେ ଯଦି କେହି ଗଫ୍‌ଲାତି କରିବାକୁ ଚେଷ୍ଟା କରନ୍ତି ତେବେ ତାହା ସହଜରେ ଜଣାପଡ଼ିବ । ଏହି ମିଟରକୁ କେହି ସ୍ଲୋ କିମ୍ବା ଟାମ୍ପରିଂ କରିପାରିବେ ନାହିଁ ସେଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଆଉ ଆଗକୁ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଏହି ସେବା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଟାଟା ପକ୍ଷରୁ ପଦକ୍ଷେପ ନିଆ ଯାଉଛି ।

ସ୍ମାର୍ଟ ମିଟର ସାଧାରଣ ଲୋକଙ୍କ ପାଇଁ କେତେ ଉପକାରୀ ହେବ ତାହା ତ ସମୟ କହିବ । ତେବେ ଏହି ବ୍ୟବସ୍ଥା ଦ୍ୱାରା ବିଦ୍ୟୁତ୍‌ ବିଲ୍‌ର ଭରଣା ସମୟ ଅନୁସାରେ ହୋଇ ପାରିବ ଏବଂ ଲୋକମାନେ ନିଜ ନିଜର ଆବଶ୍ୟକତା ହିସାବରେ ମଧ୍ୟ ବିଦ୍ୟୁତ୍‌ ବ୍ୟବହାର କରି ପାରିବେ । ଏପରି କି, ବିଦ୍ୟୁତ୍‌ ଚୋରି, ବେଆଇନ ଭାବେ ମିଟର ସ୍ଥାପନ ଭଳି କାର୍ଯ୍ୟ ଉପରେ ମଧ୍ୟ ଲଗାମ୍‌ ଲାଗି ପାରିବ । ଏହି ପ୍ରିପେଡ୍‌ ସ୍ମାର୍ଟ ମିଟର କଥା ଦେଖିବାକୁ ଗଲେ ବିଲ୍‌କୁଲ ମୋବାଇଲ ପ୍ଲାନ ଭଳି କାମ କରିବ ।

ଏଥିରେ ଆପଣଙ୍କୁ ବିଦ୍ୟୁତ୍‌ ବ୍ୟବହାର ପାଇଁ ସମୟ ଅନୁସାରେ ରିଚାର୍ଜ କରିବାକୁ ପଡ଼ିବ । ଯଦ୍ଦ୍ଵାରା ପ୍ରତ୍ୟେକ ମାସରେ ବିଦ୍ୟୁତ୍‌ ବିଲ୍‌ ଭରିବାର ଝିନ୍‌ଝଟରୁ ମୁକ୍ତି ମିଳି ପାରିବ । ଆପଣଙ୍କ ମିଟର ଆକାଉଣ୍ଟରେ ଯେତିକି ପଇସା ବା ବାଲାନ୍ସ ଥିବ, ସେହି ହିସାବରେ ହିଁ ବିଦ୍ୟୁତ୍‌ ଆପଣ ବ୍ୟବହାର କରି ପାରିବେ । ଏହା ଠିକ ମୋବାଇଲ ଫୋନ ସିମ କାର୍ଡ଼ ରିଚାର୍ଜ ଭଳି । ପଇସା ସରିଗଲେ, ରିଚାର୍ଜ କରାଇବାକୁ ହେବ । ନଚେତ୍‌ ଆପଣ ବିଦ୍ୟୁତ୍‌ ପାଇ ପାରିବେ ନାହିଁ ।

odia sambada
Comments (0)
Add Comment