ବାଦାମୀ, ସବୁଜ କିମ୍ବା ନୀଳ ଆପଣଙ୍କ ଆଖି କିପରି, ଏପରି ସ୍ଥିର ହୋଇଥାଏ ଆଖିର ରଙ୍ଗ, ଜାଣନ୍ତୁ ଏହା ପଛର ବିଜ୍ଞାନ

ଆଖି ଆମ ଶରୀରର ବହୁତ୍ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ଜିନିଷକୁ ଦେଖିବା ବ୍ୟତୀତ ଏହା ଆମ ଶରୀରର ସୁନ୍ଦରତା ରଖିବାର କାମ ମଧ୍ଯ କରିଥାଏ । ଆପଣ ନୋଟିସ କରିଥିବେ ଯେ ଅଲଗା ଅଲଗା ଲୋକଙ୍କ ଆଖିର ରଙ୍ଗ ଅଲଗା ଅଲଗା ହୋଇଥାଏ । ତେବେ କହିବାକୁ ଗଲେ ତ ଅଧିକାଂଶ ଲୋକଙ୍କ ଆଖି ବାଦାମୀ ରଙ୍ଗର ସେଡସରେ ହୋଇଥାଏ । କିନ୍ତୁ କିଛି ଲୋକଙ୍କର ନୀଳ କିମ୍ବା ସବୁଜ ରଙ୍ଗର ମଧ୍ୟ ହୋଇଥାଏ । ଚାଲନ୍ତୁ ଏହା ପଛର ବିଜ୍ଞାନ ଜାଣିବା ।

ଏହିପରି ସ୍ଥିର ହୋଇଥାଏ ଆଖିର ରଙ୍ଗ :-

ବାସ୍ତବରେ ଆପଣଙ୍କ ଆଖିର ପିପିଲିରେ ଥିବା ମେଲାନିନର ପରିମାଣ ସ୍ଥିର କରିଥାଏ ଯେ ଆପଣଙ୍କ ଆଖିର ରଙ୍ଗ କ’ଣ ହେବ । ସେହି ସମୟରେ, ପ୍ରୋଟିନର ଘନତା ଏବଂ ଆଖପାଖ ଆଲୋକ ଉପରେ ମଧ୍ୟ ଆଖିର ରଙ୍ଗ ନିର୍ଭର କରେ । ସାଧାରଣତ ଆଖିର ରଙ୍ଗ ନଅଟି ଶ୍ରେଣୀରେ ବିଭକ୍ତ ହୋଇଥାଏ ।

ଏଥିରେ 16 ଟି ଜିନ ମଧ୍ୟ ଥାଏ, ଯାହାର ସମ୍ପର୍କ ଆଖିର ରଙ୍ଗ ସହ ଥାଏ । ଏଥିରେ OCA2 ଏବଂ HERC2 ଦୁଇଟି ମୁଖ୍ୟ ଜିନ ହୋଇଥାଏ । ଏହି କ୍ରୋମୋଜୋମ 15 ଟି ହୋଇଥାଏ । ଏଠାରେ HERPC2 ଜିନ OCA2 ର ଏକ୍ସପ୍ରେସନକୁ ନିୟନ୍ତ୍ରଣ କରିଥାଏ । ଏଥିରେ HERC2 ଥିବା କାରଣରୁ ନୀଳ ଆଖି ହୋଇଥାଏ । ସେହିପରି OCA2 ର କିଛି ପ୍ରଭାବ ନୀଳ ଏବଂ ସବୁଜ ଆଖି ଉପରେ ପଡ଼ିଥାଏ ।

ବହୁତ୍ କମ୍ ଦେଖାଯାଆନ୍ତି ନୀଳ ଆଖି ବାଲା :-

ବାଦାମୀ ଆଖି ଥିବା ଲୋକ ବିଶ୍ୱରେ ସବୁଠାରୁ ଅଧିକ ଦେଖାଯାନ୍ତି । ଏହାର କାରଣ ଏହାକୁ ଡେଭଲପ କରୁଥିବା ଜିନର ଅଧିକ ଲୋକମାନଙ୍କ ଠାରେ ଥିବା । ଏହାର ବିପରୀତ ନୀଳ ଆଖି ବାଲା ଲୋକଙ୍କ ସଂଖ୍ୟା ଦୁନିଆରେ କମ୍ ଥାଆନ୍ତି । କୁହାଯାଏ ଯେ ନୀଳ ଆଖି ବାଲାଙ୍କ ପୂର୍ବପୁରୁଷ ଜଣେ ଅଟନ୍ତି । ବାସ୍ତବରେ 6 ରୁ 10 ହଜାର ବର୍ଷ ପୂର୍ବେ ମଣିଷ ଜିନରେ ଗୋଟିଏ ପରିବର୍ତ୍ତନ ହୋଇଥିଲା । ଏହାପରଠାରୁ ଲୋକଙ୍କ ଆଖିର ରଙ୍ଗ ନୀଳ ହେବାକୁ ଲାଗିଲା ।

କିଛି ଲୋକଙ୍କ ଆଖି ଗ୍ରେ କଲର ମଧ୍ୟ ହୋଇଥାଏ । ଏହି ନୀଳ ଆଖି ଠାରୁ ଅଧିକ ଗଭୀର ରଙ୍ଗର ହୋଇଥାଏ । ଏହା କମ୍ ମେଲାନିନର ପରିମାଣ ଏବଂ କମ୍ ପ୍ରୋଟିନର ଘନତ୍ଵ କାରଣରୁ ହୋଇଥାଏ । ସବୁଜ ଆଖି ବାଲା ଲୋକ ବହୁତ୍ କମ ଦେଖିବାକୁ ମିଳିଥାନ୍ତି । ଏମାନଙ୍କ ସଂଖ୍ୟା ଦୁନିଆରେ ମାତ୍ର 2 ପ୍ରତିଶତ ରହିଛନ୍ତି । ସବୁଜ ଆଖି ପିପିଲିର ବାହାର ଅଂଶରେ ମେଲାନିନର କମ୍ ପରିମାଣ କାରଣରୁ ହୋଇଥାଏ । ଏହି ରଙ୍ଗ ନୀଳ ଏବଂ ବାଦାମୀ ମଧ୍ୟରେ ହୋଇଥାଏ ।

ବେଳେବେଳେ ବଦଳିଥାଏ ଆଖିର ରଙ୍ଗ :-

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କିଛି ଲୋକଙ୍କ ଆଖିର ରଙ୍ଗ ମଧ୍ୟ ବଦଳିଥାଏ । ଏପରି ଜୀବନର ଆରମ୍ଭ ପର୍ଯ୍ୟାୟରେ ହିଁ ଘଟିଥାଏ । ଉଦାହରଣ ପାଇଁ ଯେତେବେଳେ କୌଣସି ନୀଳ ଆଖି ଥିବା ପିଲା ଜନ୍ମ ହୁଏ, ତେବେ ଏହା ମଧ୍ୟ ସମ୍ଭବ ଯେ ପରବର୍ତ୍ତୀ ସମୟରେ ତାର ଆଖିର ରଙ୍ଗ ବଦଳିଯାଇ ବାଦାମୀ ହୋଇଯାଏ ।

odia sambada
Comments (0)
Add Comment