ସୋସିଆଲ ମିଡ଼ିଆରେ ବହୁତସାରା ଭିଡ଼ିଓ ଭାଇରାଲ ହେଉଛି। କିଛି ଭିଡ଼ିଓ ଆମକୁ ଭଲ ଲାଗେନାହିଁ ଓ କିଛି ଭିଡ଼ିଓ ଆମ ଚେହେରାରେ ଖୁସି ଆଣିଦେଇଥାଏ। କନ୍ଦାଇବା ଓ ହସାଇବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଅଗଣିତ ମିଳୁଛି। ଏବେଏବେ ଏକ ଭାଇରାଲ ଭିଡ଼ିଓ ବହୁତ ଚର୍ଚ୍ଚାରେ ରହିଛି ଯେଉଁଥିରେ ଏକ ବିଦେଶୀ ନାଗରିକ ହିନ୍ଦୀ ଗୀତରେ ଥରି ଉଠୁଛି।
ଜଣେ ଯୁବକ ଇଂଷ୍ଟାଗ୍ରାମ ଜରିଆରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଯେଉଁ ଗୀତରେ ବ୍ୟକ୍ତି ଜଣକ ମୈୟା ଯଶୋଦା ଗୀତରେ ବହୁତ ସୁନ୍ଦର ଭାବରେ ନାଚୁଛନ୍ତି। ଏତିକି ହିଁ ନୁହେଁ ବ୍ୟକ୍ତି ଜଣକ ମହିଳାଙ୍କ ଭଳି ନିଜକୁ ସଜାଇ ନିଜ ମୁଣ୍ଡରେ ଓଢଣୀ ମଧ୍ୟ ଘୋଡ଼ାଇ ହୋଇଥିଲେ। ବ୍ୟକ୍ତି ଜଣକ ହମ ସାଥ ସାଥ ହୈ ଫିଲ୍ମର ଏକ ଗୀତରେ ଡ଼୍ୟାନ୍ସ କରୁଥିବାର ନଜର ଆସୁଥିଲେ।
ଜଣାଇଦେଉଛୁ ଏହି ବିଦେଶୀ ବ୍ୟକ୍ତି ଜଣକ ଭିଡ଼ିଓ ଶେୟର କରି କ୍ୟାପ୍ସନରେ ଲେଖିଥିଲେ ଯେ, ମୈୟା ଯଶୋଦା(ଦ୍ଵିତୀୟ ଭାଗ)। ଏହି ଗୀତରେ ସେ ଅଭିନେତ୍ରୀ ସୋନାଲି ବେନ୍ଦ୍ରଙ୍କୁ ମଧ୍ୟ ଟାଗ କରିଥିଲେ। ଯୁବକଙ୍କ ଭିଡ଼ିଓକୁ 2 ଲକ୍ଷ 58 ହଜାରରୁ ଅଧିକ ଲୋକ ଲାଇକ ମଧ୍ୟ କରିସାରିଛନ୍ତି। ସୋସିଆଲ ମିଡ଼ିଆ ୟୁଜର୍ସ ମଧ୍ୟ ଏହାଉପରେ ବହୁତ କମେଣ୍ଟ କରିଛନ୍ତି।
ଏହି ଭିଡ଼ିଓରେ ଯୁବଜ ଜଣକ ଯେଉଁଭଳି ଏକ୍ସପ୍ରେସନ ଦେଉଛନ୍ତି ତାହା ସୋନାଲିଙ୍କୁ ମଧ୍ୟ ଟକ୍କର ଦେବ। ଜଣେ ୟୁଜର୍ସ କମେଣ୍ଟ କରି ଲେଖିଥିଲେ, ଆପଣ ଏହାକୁ ନିଜର ଭାବ ଦେଇ ପ୍ରକାଶିତ କରିଛନ୍ତି। ଜଣେ ୟୁଜର କମେଣ୍ଟ କରିଥିଲେ, ବାସ୍ତବରେ ଏହା ସବୁଠାରୁ ଭଲ ଅଟେ। ଆଉଜଣେ ୟୁଜର ଏହି ଡ଼୍ୟାନ୍ସକୁ ସୋନାଲିଙ୍କ ଠାରୁ ମଧ୍ୟ ଭଲ ବୋଲି କହିଥିଲେ ଓ ଆଉଜଣେ କହିଥିଲେ, ସୋନାଲିଙ୍କୁ ତାଙ୍କ ମେଲ ଭର୍ସନ ଦେଖିବାକୁ ହେବ।
ଭାରତରେ ବହୁତସାରା ଲୋକେ ବିଦେଶୀ ଗୀତରେ ଝୁମନ୍ତି। କିନ୍ତୁ କେହି ଜଣେ ବିଦେଶୀ ଆମ ହିନ୍ଦୀ ଗୀତରେ ନାଚିବା ସୋସିଆଲ ମିଡ଼ିଆରେ ରୋମାଞ୍ଚ ଭରି ଦେଉଛି। ଏମିତି ଆମେ ଆପଣଙ୍କୁ ଜଣାଇଦେଉଛୁ କି, ଏହି ଯୁବକ ଜଣକ ବଲିଉଡ ଓ ବଲିଉଡ ଗୀତରେ ବହୁତ ଶୋଉକ ରଖିଥାଏ। ବ୍ୟକ୍ତି ଜଣକ ସାଧାରଣତଃ ରୂପେ ନିଜ ଇଂଷ୍ଟାରେ ବଲିଉଡ ଗୀତରର ଭିଡ଼ିଓ ପୋଷ୍ଟ କରନ୍ତି।