ଗର୍ଭବତୀ ସ୍ତ୍ରୀ ହେଲା ନିଖୋଜ,ଖୋଜି ପରିଲାନି ପୋଲିସ,ସ୍ୱାମୀ ଖାଇଲେ ବିଷ,ଜାଣନ୍ତୁ ପୁରା ଘଟଣା

ଦିଲ୍ଲୀ ସହ ଲାଗିଥିବା ଉତ୍ତରପ୍ରଦେଶର ଗଜିଆବାଦରେ ପତ୍ନୀର ଅପହରଣରେ ପତି ଦୁଃଖି ହୋଇ ବିଷ ଖାଇ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଛନ୍ତି|ପିଡିତର ଗର୍ଭବତୀ ପତ୍ନୀ ଗତ ୧୬ ଜୁଲାଇରୁ ଗାଏବ ହୋଇଛନ୍ତି|ପତ୍ନୀର ଅପହରଣ ମାମଲା ପତି ଦାଖଲ କରିଥିଲେ କିନ୍ତୁ ପୋଲିସ ମହିଳାଙ୍କୁ ଖୋଜି ପାଇଲେ ନାହିଁ|

ଏହି ପୂରା ମାମଲା ଗାଜିଆବାଦର ଅଟେ|ଏଠାରେ ସୁମିତ ନାମକ ଯୁବକଙ୍କ ପତ୍ନୀ ୧୬ ଜୁଲାଇରୁ ଗାଏବ ଅଛନ୍ତି|ତାଙ୍କ ଅପହୃତ ପତ୍ନୀ ଗର୍ଭବତୀ ଅଟନ୍ତି|ପିଡିତ ପୋଲିସ ପାଖରେ ଅଭିଯୋଗ ଦାଖଲ କରିଥିଲେ|କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ସଫଳତା ନ ମିଳିବା ଫଳରେ ସେ ରବିବାର ସକାଳ ୧୧ ଟାରେ ପୋଲିସ ଅଫିସର ପାଖରେ ପହଞ୍ଚି ଶିଶି ବାହାର କରି ବିଷ ପିଇଥିଲେ|ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାରୁ ଅବସ୍ଥା ସ୍ଥିର ରହିଛି|

ସୁମିତ ଗାଜିଆବାଦର ନିବାଡିର ବାସିନ୍ଦା ଅଟେ|ସେ ଅଭିଯୋଗରେ କହିଛନ୍ତି ଏବର୍ଷ ମାର୍ଚ୍ଚରେ ବିବାହ ହୋଇଥିଲା|ଏହାପରେ ଜୁନରେ ତାଙ୍କ ପତ୍ନୀ ପ୍ରେଗନାଂଟ ହୋଇଥିଲା|୧୬ ଜୁଲାଇରେ ଝଗଡା ହେବାପରେ ପତ୍ନୀ ଅଚାନକ କେଉଁଠାକୁ ଚାଲି ଯାଇଥିଲେ|ଏପର୍ଯ୍ୟନ୍ତ କୋୖଣସି ସନ୍ଧାନ ମିଳିନାହିଁ|ପିଡିତା କହିଛନ୍ତି ପୋଲିସ ଏହାକୁ ଗମ୍ଭୀରତା ସହ ନେଉନାହିଁ|

ଅପରପକ୍ଷରେ ତାଙ୍କ ପତ୍ନୀ ଥାନାରେ ରିପୋର୍ଟ ଲେଖି କହିଛନ୍ତି ଯେ ତାଙ୍କ ପତି ମାରପିଟ କରୁଛନ୍ତି|ପୋଲିସ କହିଛି ଏହା ଏକ ପାରିବାରିକ ମାମଲା ଓ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ|

odia sambada
Comments (0)
Add Comment