ବସରେ ମାଆଙ୍କ ସହିତ ଯାଉଥିବା ସମୟରେ କିଛି ଯୁବକ ମାରିଥିଲେ ମୋତେ କମେଣ୍ଟ,ଆଉ ତା ପରେ ରାଗରେ ହୋଇଯାଇଥିଲି ଆଇପିଏସ,ଆଉ ଏପରି ଭାବରେ ବନ୍ଦ କରିଦେଲି ସମସ୍ତଙ୍କ ମୁଁହ,ଜାଣନ୍ତୁ ଶାଳିନୀଙ୍କ ସଫଳତାର ରହସ୍ୟ

ଜୀବନରେ କିଛି ହାସଲ କରିବାପାଇଁ ନିଜ ଭିତରେ ନିଆଁ ଲାଗିବା ଉଚିତ। କୌଣସି କାମ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ସେହି କାମଟିକୁ ବହୁତ ଇଛାଶକ୍ତିର ସହିତ କରାଯାଇଥାଏ। ମଣିଷ ଏହା ସେତେବେଳେ କରେ ଯେତେବେଳେ ତାକୁ କୌଣସି ପ୍ରେରଣା ମିଳିଥାଏ। କିମ୍ବା କେହି ତାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ଉଚିତ। ଏହାପରେ ସେ କଥାକୁ ହୃଦୟକୁ ନେଇଯାଇଥାଏ ଓ ଏହାକୁ ସଫଳତାର ସହିତ ସମାପ୍ତ କରିଥାଏ।

ଗୋଟିଏ କମେଣ୍ଟ ତାଙ୍କୁ ବନାଇଲା ଆଇପିଏସ:-

ଆଇପିଏସ ଶାଲିନୀ ଅଗ୍ନୀହୋତ୍ରୀଙ୍କ ସଫଳତା କିଛି ଏହିପରି ଅଟେ। ଏକଦା ଶାଲିନୀ ନିଜ ମାଆଙ୍କ ସହିତ ବସ ଜରିଆରେ ଟ୍ରାଭେଲ କରୁଥିଲେ। ସେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ଏମିତି କିଛି କହିଦେଲେ ଯାହାଦ୍ୱାରା ତାଙ୍କ ମନରେ ନିଆଁ ଲାଗି ଯାଇଥିଲା ଓ ସେ କିଛି କରି ଦେଖାଇବାକୁ ମନସ୍ଥ କରିନେଲେ।

ଶାଲିନୀ ଦଶମରେ 92 ପ୍ରତିଶତ ମାର୍କ ଆଣି ଟପ୍ପର ହୋଇଥିଲେ ଓ ଏହାପରେ ଯେତେବେଳେ ଦ୍ଵାଦଶରେ 77 ପ୍ରତିଶତ ମାର୍କ ଆସିଥିଲା ସେତେବେଳେ ତାଙ୍କୁ ବହୁତ ଝଟକା ଲାଗିଲା। କିନ୍ତୁ ତାଙ୍କ ପରିବାର ତାଙ୍କୁ ସପୋର୍ଟ କଲେ ଓ ଆଗକୁ ପଠାପଢ଼ା ଜାରି ରଖିବାପାଇଁ ଉପଦେଶ ଦେଲେ।। ସେ ଏହାପରେ ହିମଚଳପ୍ରଦେଶର ଧର୍ମଶାଳା କୃଷି ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ କଲେ। ଏହାପରେ ସେ ୟୁପିଏସସି ପ୍ରସ୍ତୁତିରେ ଲାଗିଗଲେ।

ବସ ରେ ଘଟିଥିବା ଏହି ଘଟଣା ତାଙ୍କୁ ଖରାପ ଲାଗିଥିଲା:-

ୟୁପିଏସସି କୁ ବାଛିବା ପଛରେ ଶାଲିନୀଙ୍କର ବଡ଼ କାରଣ ହେଉଛି, ଦିନେ ସେ ବସରେ ଯାତାୟାତ କରୁଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ମାଆଙ୍କ ସିଟ ପଛପଟେ ହାତ ରଖିଦେଲେ ଓ ତାଙ୍କ ମାଆ ସଠିକ ଭାବରେ ବସି ପାରିନଥିଲେ। ଏହାପରେ ସେ ଏକ ବଡ଼ ଅଧିକାରୀ ହେବାକୁ ମନସ୍ଥ କଲେ ଓ ସଫଳତା ହାସଲ କଲେ।

ଏହାପରେ ଶାଲିନୀ ସେହି ଲୋକକୁ ସିଟ ଉପରୁ ହାତ ଉଠାଇବାକୁ କହିଲେ କିନ୍ତୁ ସେ ଲୋକ ହାତ କାଢ଼ିବା ବଦଳରେ ଓଲଟା ରାଗିଯାଇ ଶାଲିନୀଙ୍କୁ କହିଥିଲା, ତୁମେ କେଉଁ ଜାଗାର ଡ଼ିସି ହୁଅନ୍ତୁ ନା କାହିଁ, ମୁଁ ତୁମ କଥା ଶୁଣିବି ନାହିଁ। ଏହାପରେ ଶାଲିନୀ ମନସ୍ଥ କଲେ ସେ ବଡ଼ ଅଧିକାରୀ ହୋଇ ଏହିପର ଅସାମାଜିକ ଲୋକଙ୍କୁ ଠିକଣା ଜାଗାରେ ପହଞ୍ଚେଇବେ।

ବିନା କୋଚିଂରେ କ୍ରାକ କଲେ ୟୁପିଏସସି:-

ଶାଲିନୀ ଯେତେବେଳେ ୟୁପିଏସସି ପରୀକ୍ଷା ପ୍ରସ୍ତୁତି ଆରମ୍ଭ କଲେ ସେତେବେଳେ ନିଜ ପରିବାର ଲୋକଙ୍କୁ ଜଣାଇନଥିଲେ। ସେ କୌଣସି କୋଚିଂ ନେଇନଥିଲେ ଓ ନିଜେ ସେଲ୍ଫ ଷ୍ଟଡ଼ି ଆରମ୍ଭ କରିଥିଲେ। 2011 ୟୁପିଏସସି ପରୀକ୍ଷାରେ ସେ ଅଲ ଇଣ୍ଡିଆ ରାଙ୍କ 285 ହାସଲ କଲେ। ୟୁପିଏସସିରେ ସଫଳ ହେବାପରେ ସେ ଇଣ୍ଡିଆନ ପୋଲିସ ସର୍ଭିସ ବାଛିଥିଲେ। ଯେତେବେଳେ ତାଙ୍କର ଟ୍ରେନିଂ ଶେଷ ହେଲା ତାଙ୍କୁ ପୋଷ୍ଟିଂ ହିମଚଳପ୍ରଦେଶ ରେ ମିଳିଗଲା। ସେ କୁଲୁରେ ପୋଲିସ ଅଧୀକ୍ଷକ ମଧ୍ୟ ରହିଲେ।

ଶାଲିନୀଙ୍କ ପିତା ରମେଶ ଅଗ୍ନୀହୋତ୍ରୀ ଏକ ମିଡ଼ିଲ କ୍ଲାସ ଫ୍ୟାମିଲିର ତାଲୁକ ରଖନ୍ତି। ସେ ପେଶାରେ ଜଣେ ବସ କଣ୍ଡକଟର ଅଟନ୍ତି। ଏହାସହ ସେ ନିଜ ପିଲାଙ୍କ ପଠାପଢ଼ାରେ ମଧ୍ୟ କୌଣସି ହେଳା କରିନଥିଲେ। ଶାଲିନୀଙ୍କ ବଡ଼ ଭଉଣୀ ଡ଼କ୍ଟର ଅଟନ୍ତି ତ ତାଙ୍କ ଭାଇ ଜଣେ ଆର୍ମି ଅଟନ୍ତି।

odia sambada
Comments (0)
Add Comment