ପେନସିଲ-ରବର ସବୁ ମହଙ୍ଗା କରିଦେଲ, ମ୍ୟାଗିକୁ ବି ଛାଡିଲନି, ଏମିତି କହି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଥମ ଶ୍ରେଣୀ ଛାତ୍ରୀ……

ଦର ବୃଦ୍ଧିକୁ ନେଇ କଲବଲ ହେଉଛନ୍ତି ସାଧାରଣ ଲୋକେ । ଗତ ଜୁଲାଇ ୧୮ରୁ ଅନେକ ଜିନିଷ ମହଙ୍ଗା ହୋଇ ଯାଇଛି । ଯେଉଁଥିପାଇଁ ଲୋକଙ୍କ ପକେଟରେ ଭାର ଆହୁରି ବଢ଼ି ଯାଇଛି । ଜିଏସଟି ପରିଷଦ ବୈଠକରେ ସର୍ବସମ୍ମତି କ୍ରମେ ଅନେକ ଦୈନିକ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ମଧ୍ୟ ଘଟିଛି । ଏହି ଜିନିଷଗୁଡ଼ିକ ଉପରେ ଜିଏସଟି ହାର ବୃଦ୍ଧି ହୋଇଛି । ଏହାପରେ ସାଧାରଣ ଲୋକଙ୍କୁ ନିଜର ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ୁଛି । ଆଉ ଏଥିରୁ ବାଦ୍ ପଡ଼ିନାହିଁ ଗୋଟେ କୁନିଝିଅ ।

ଦରଦାମ ପ୍ରଭାବରେ ବଢୁଛି ପେନସିଲ ଓ ମ୍ୟାଗିର ଦାମ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଜଣେ ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ରୀ । ଏହି କୁନି ଝିଅଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶର କନୌଜ ଜିଲ୍ଲାର 6 ବର୍ଷୀୟା ଖୁସି ଦୁବେ । ଚିଠିରେ ଦରଦାମ କିପରି ତାଙ୍କୁ ପ୍ରଭାବିତ କରିଛି ତାହା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବା ପାଇଁ ପେନସିଲ, ରବର ଓ ମ୍ୟାଗି ଦମ ବଢୁଥିବା ଯୋଗୁଁ ସେ ପ୍ରଭାବିତ ହୋଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ଖୁସି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି, ”ମୋର ନାମ କୃତି ଦୁବେ। ମୁଁ ପ୍ରଥମ ଶ୍ରେଣୀରେ ପଢୁଛି । ମୋଦି ଜୀ ଆପଣ ଅନ୍ୟ ସାମଗ୍ରୀ ସହ ପେନସିଲ, ରବର ଦାମ ମଧ୍ୟ ବହୁତ ବଢ଼େଇ ଦେଉଛନ୍ତି । ଏବେ ପେନସିଲ ଖଣ୍ଡେ ମାଗିଲେ ମାଆ ବିରକ୍ତ ହେଉଛନ୍ତି । ଅନ୍ୟ ପିଲାମାନେ ମଧ୍ୟ ମୋ ପେନସିଲ ଚୋରାଇ ନେଉଛନ୍ତି । ପୁଣି ମୋ ମ୍ୟାଗିର ଦାମ ବଢାଇ ଦେଲେ । ତେବେ ଏପରି ହେଲେ ମୁଁ କଣ କରିବି ?” ତେବେ ଖୁସି ଲେଖିଥିବା ଏହି ହିନ୍ଦି ଚିଠିଟି ଏବେ ଭାଇରାଲ ହେବାରେ ଲାଗିଛି । ଖୁସିର ବାପା ଭିସାଲ ଦୁବେ ଜଣେ ଆଇନଜୀବି ।

ଝିଅର ଏପରି କାର୍ଯ୍ୟରେ ସେ ଖୁସି ପ୍ରକାଶ କରିବା ସହ ଏହା ତାର ମନ କି ବାତ ବୋଲି ମଧ୍ୟ କହିଛନ୍ତି । ସେହିପରି ଏହି ପ୍ରସଙ୍ଗ ମଧ୍ୟ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଛି । ସୋସିଆଲ ମିଡିଆରୁ ଏପରି ଖବର ପାଇଥିବା ସ୍ଥାନୀୟ ଏସ-ଡି-ଏମ ସୂଚନା ଦେବା ସହ ସେ ଏହି କୁନି ଛାତ୍ରୀଙ୍କୁ ସହଯୋଗ ଯୋଗାଇ ଦେବା ନେଇ କହିଛନ୍ତି ।

odia sambada
Comments (0)
Add Comment