ଭୁତ-ପ୍ରେତ ନା ରୋଗ! ଏଠାରେ କ୍ଳାସରେ ଅଚାନକ ଚିଲାଇବାକୁ ଲାଗିଲେ ଛାତ୍ର, ଦେଖନ୍ତୁ ଭିଡିଓ

ଉତ୍ତରାଖଣ୍ଡର ବାଗେଶ୍ଵର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଏଠାରେ ରାଇଖୋଲି ଅଞ୍ଚଳର ଏକ ସରକାରୀ ସ୍କୁଲରେ ଛାତ୍ରୀଙ୍କର ଏକ ଗୃପ ଅଚାନକ ଚିଲାଇବାକୁ ଲାଗିଲେ। ଓ ନିଜର ମୁଣ୍ଡକୁ ପିଟିବା ଓ ଜମିରେ ଗଡିବାକୁ ଲାଗିଲେ। ଏହି ଦୃଶ୍ୟ ବହୁତ ଭୟାନକ ଥିଲା। ଏହାକୁ ଦେଖି ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀ ତଥା ସ୍କୁଲର ଅନ୍ୟ କର୍ମଚାରୀମାନେ ମଧ୍ୟ ଡରିଗଲେ। ତାଙ୍କୁ କିଛିବି ବୁଝାପଡିଲା ନାହିଁ। ସ୍କୁଲର ଶିକ୍ଷକ=ଶିକ୍ଷୟତ୍ରୀ ଛାତ୍ରୀମାନଙ୍କୁ ଶାନ୍ତ କରିବାକୁ ବହୁତ ଚେଷ୍ଟା କରିଲେ କିନ୍ତୁ ସେମାନେ ଶାନ୍ତ ହେଲେ ନାହିଁକି ଏମିତି କାହିଁକି ହେଉଛନ୍ତି ତାର କାରଣ ମଧ୍ୟ କହିଲେ ନାହିଁ? ସୋସିଆଲ ମିଡିଆରେ ଏହି ଭିଡିଓ ତୀବ୍ର ଭାବରେ ଭାଇରାଲ ହେଉଅଛି। ଏହା ଉପରେ ଲୋକମାନେ ଅଲଗା ଅଲଗା ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସ୍କୁଲରେ ଚିଲାଇବାକୁ ଲାଗିଲେ ଛାତ୍ରୀ:-

ଆମର ସହଯୋଗୀ ୱେବସାଇଟର ଏକ ରିପୋର୍ଟ ଅନୁସାରେ, ସ୍କୁଲର ପ୍ରଧାନଶିକ୍ଷକ କହିଲେକି ଛାତ୍ରୀଙ୍କର ବ୍ୟବହାରରେ ପ୍ରଥମ ପରିବର୍ତ୍ତନ ମଙ୍ଗଳବାର ଦିନ ଦେଖିବାକୁ ମିଳିଥିଲା। ଏମିତି ଗୁରୁବାର ଦିନ ମଧ୍ୟ ଦେଖାଯାଇଥିଲା। ସେମାନେ ଜୋର ଜୋର ସେ କାନ୍ଦିବାକୁ ଓ ଚିଲାଇବାକୁ ଲାଗିଲେ। ଏହା ବ୍ଯତୀତ ସେମାନେ ନିଜର ମୁଣ୍ଡକୁ କାନ୍ଥରେ ପିଟିବାକୁ ଲାଗିଲେ। ଏହି ଘଟଣା ପରେ ଆମେ ସେମାନଙ୍କର ମାତା-ପିତାଙ୍କୁ ଏହି ବିଷୟରେ ସୂଚନା ଦେଇଥିଲୁ। ବର୍ତ୍ତମାନ ଏହି ମାମଲା ନିୟନ୍ତ୍ରଣରେ ଅଛି।

ଭାଇରାଲ ଭିଡିଓରେ ଦେଖାଗଲା ଏମିତି ଦୃଶ୍ୟ:-

ଭାଇରାଳ ଭିଡିଓରେ ଦେଖାଯାଉଛିକି ଅନେକ ଛାତ୍ରୀ କ୍ଳାସ ଛାଡି ସ୍କୁଲର ପଡିଆରେ ଯାଇ ବସିଲେ। ସେମାନେ ଲଗାତାର ଚିଲାଇବାକୁ ଲାଗିଲେ ଓ କାନ୍ଦିବାକୁ ମଧ୍ୟ ଲାଗିଲେ। ଶିକ୍ଷକ-ଶିକ୍ଷୟତ୍ରୀ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଲେ କିନ୍ତୁ ସେଥିରେ ସେମାନେ ସଫଳ ହେଲେନାହିଁ। ସ୍କୁଲରେ ଚାରିଆଡୁ କନ୍ଦିବାର ଶବ୍ଦ ଶୁଭିବାକୁ ଲାଗିଲା।

ମାସ ହିଷ୍ଟିରିୟା କଣ ଅଟେ?:-

ବର୍ତ୍ତମାନ ଆଶଙ୍କା କରାଯାଉଛିକି ଏମିତି ମାସ ହିଷ୍ଟିରିୟା ପାଇଁ ହୋଇଥିବ। ମାସ ହିଷ୍ଟିରିୟା ଏକ ଏମିତି ସମସ୍ଯା ଯେତେବେଳେ କୌଣସି ଗୃପର ଲୋକଙ୍କ ସହିତ ଅଚାନକ ଅସାମାନ୍ୟ ବ୍ୟବାହାର କରିବାକୁ ଲାଗେ। ସେଥିରେ ଏକପରି ସ୍ୱାସ୍ଥ୍ୟ ଲକ୍ଷଣ କିମ୍ବା ବିଚାର ଓ ଭାବନା ଦେଖିବାକୁ ମିଳେ। ଏକ୍ସପର୍ଟଙ୍କ ଅନୁସାରେ ମାସ ହିଷ୍ଟିରିୟା ଏକ ପ୍ରକାରର କନଭର୍ଜନ ଡିସଅର୍ଡର କିମ୍ବା ମାନସିକ ସ୍ଥିତି ଅଟେ। ଏଥିରେ ଭାବନାତ୍ମକ କିମ୍ବା ମାନସିକ ଚିନ୍ତାରେ ପ୍ରେରିତ ଶାରୀରିକ ଲକ୍ଷଣ ସାମିଲ ଅଛି।

odia sambada
Comments (0)
Add Comment