1989 ମସିହାରେ ହୋଇଥିଲା ରିଟାୟାରମେଣ୍ଟ, 93 ବର୍ଷ ବୟସରେ ପୁଣି କଲେଜକୁ ଯାଇ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପ୍ରଫେସର ସନ୍ତମା

ଦୁନିଆରେ ଶିକ୍ଷକତା ପେଶାକୁ ସବୁଠାରୁ ଇଜ୍ଵତ ଓ ସମ୍ମାନ ମିଳିଥାଏ। ଜଣେ ଶିକ୍ଷକ ନିଜର ଜ୍ଞାନକୁ ବାଣ୍ଟିବା ଦ୍ୱାରା ଜଣେ ଛାତ୍ରର ଜୀବନକୁ ସୁଧାରିଥାଏ ଓ ଯେତେବେଳେ ଜଣେ ଛାତ୍ର। ପଢ଼ିଲେଖି ଜୀବନରେ କିଛି ବନିଯାଆନ୍ତି ସେତେବେଳେ ସବୁଠାରୁ ଖୁସି ତାଙ୍କ ଶିକ୍ଷକ ହିଁ ହୋଇଥାଆନ୍ତି।

ଏମିତିରେ ଶିକ୍ଷକତା କରିବା କିଛି ଶିକ୍ଷକଙ୍କ ଆବଶ୍ୟକତା ଥାଏ ତ କିଛି ଶିକ୍ଷକଙ୍କ ପ୍ୟାସନ ଥାଏ। ସେମାନେ ଚାହାଁନ୍ତି ଅଧିକରୁ ଅଧିକ ଛାତ୍ରଙ୍କୁ ତାଙ୍କ ଶିକ୍ଷା ବାଣ୍ଟିବା। ଏମିତିରେ ସରକାର ବି ଯଦି ତାଙ୍କୁ ରିଟାୟାରମେଣ୍ଟ କରାନ୍ତି ତାହେଲେ ଏଥିରେ ବି ତାଙ୍କୁ କୌଣସି ଫରକ ପଡିନଥାଏ।

ଆଜି ଆମେ ଆପଣଙ୍କୁ ଗୁରୁ ଚିଲୁକୁରୀ ସନ୍ତମାଙ୍କ ବିଷୟରେ କହିବାକୁ ଯାଉଛୁ। ଯାହାଙ୍କ ପ୍ୟାସନ ହେଉଛି ପିଲାଙ୍କୁ ଶିକ୍ଷା ଦେବା ଓ ସେ ଫିଜିକ୍ସ ପଢ଼ାନ୍ତି। 93 ବର୍ଷୀୟ ଏହି ପ୍ରଫେସରଙ୍କ ଆଣ୍ଠୁ ସର୍ଜରୀ ହୋଇଛି କିନ୍ତୁ ସେ ସେଥିରେ ମଧ୍ୟ ହସ ହସ ମୁହଁରେ ଶିକ୍ଷାଦାନ କରୁଛନ୍ତି।

5 ବର୍ଷ ବୟସରେ ତାଙ୍କ ପିତା ଚାଲିଯାଇଥିଲେ:-

ପ୍ରଫେସର ସନ୍ତମାଙ୍କ ଜନ୍ମ ମାର୍ଚ୍ଚ 8 ତାରିଖ 1929 ମସିହାରେ ମଛଲିପଟନମ ଠାରେ ହୋଇଥିଲା। ଯେତେବେଳେ ତାଙ୍କୁ ମାତ୍ର 5 ମାସ ହୋଇଥିଲା ସେତେବେଳେ ତାଙ୍କ ପିତା ଚାଲିଯାଇଥିଲେ। ଏହାପରେ ତାଙ୍କ ମାଆ ତାଙ୍କୁ ପାଳିପୋଷି ବଡ଼ କରିଥିଲେ। ଯେତେବେଳେ ସେ 1945 ମସିହାରେ ବିଶାଖାପାଟନମ ଏଭିଏନ କଲେଜର ଛାତ୍ରୀ ଥିଲେ। ସେତେବେଳେ ତାଙ୍କୁ ମହାରାଜ ବିକ୍ରମ ଦେବ ବର୍ମାଙ୍କ ଠାରୁ ଫିଜିକ୍ସରେ ଗୋଲଡ଼ ମେଡାଲ ମିଳିଥିଲା।

ପ୍ରଫେସର ସନ୍ତମା ଆନ୍ଧ୍ରପ୍ରଦେଶ ୟୁନିଭରସିଟିରୁ ଫିଜିକ୍ସରେ B.Sc କରିଥିଲେ ଓ ପରେ ମାଇକ୍ରୋୱେବ ସ୍ପେକ୍ଟ୍ରୋକୋପିରେ D.Sc କରିଥିଲେ। 1956ରେ ଫିଜିକ୍ସ ଲେକ୍ଚର ଭାବରେ ସେ ଆନ୍ଧ୍ରପ୍ରଦେଶ ୟୁନିଭରସିଟିରେ ପଢ଼ାଇବାକୁ ଆରମ୍ଭ କଲେ।

ବହୁତସାରା ସରକାରୀ ଡିପାର୍ଟମେଣ୍ଟରେ ମଧ୍ୟ କାମ କରିସାରିଛନ୍ତି:-

ସେ କେତେକ କେନ୍ଦ୍ରସରକାରୀ ଡ଼ପାର୍ଟମେଣ୍ଟ ଯଥାକ୍ରମେ: କାଉନ୍ସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲିଷ୍ଟ ରିସର୍ଚ୍ଚ (ସିଏସଆଇଆର), ୟୁନିଭରସିଟି ଗ୍ରାଣ୍ଟସ କମିଶନ (ୟୁଜିସି) ଓ ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଡିପାର୍ଟମେଣ୍ଟରେ କାମ କରିଛନ୍ତି। 60 ବର୍ଷର ଆୟୁରେ 1989 ମସିହାରେ ସେ ରିଟାୟାର ହୋଇଯାଇଥିଲେ। କିନ୍ତୁ ଏହି ରିଟାୟାରମେଣ୍ଟ ଟର୍ମ ତାଙ୍କ ଫିଜିକ୍ସ ପ୍ୟାସନରେ କିଛି ଫରକ ପକାଇନଥିଲା।

93 ବର୍ଷ ବୟସ୍କା ସନ୍ତମା ଦୀର୍ଘ 6 ଦଶକ ହେବ ଆନ୍ଧ୍ରପ୍ରଦେଶର ସେଞ୍ଚୁରିୟନ ୟୁନିଭରସିଟିରେ ଫିଜିକ୍ସ ପଢ଼ାଉଛନ୍ତି ଓ ଯୁବାଙ୍କୁ ପ୍ରେରିତ କରୁଛନ୍ତି। ଆଣ୍ଠୁର ସର୍ଜରୀ ହେବାପରେ ସେ ଚାଲି ପାରୁନାହାଁନ୍ତି ଓ ଯେଉଁଥିପାଇଁ ସେ ତାଙ୍କର ସାହାରା ବାଡ଼ି ଦ୍ୱାରା ଚାଲୁଛନ୍ତି। ତାଙ୍କୁ ହୁଏତ କଷ୍ଟ ହେଉଥିବ କିନ୍ତୁ ସେ ହସ ହସ ମୁହଁରେ କ୍ଲାସ ନେଉଛନ୍ତି।

ଛାତ୍ର ମଧ୍ୟ ପ୍ରଫେସର ସନ୍ତମାଙ୍କ ପରିଶ୍ରମ ଓ ଡେଡ଼ିକେସନ ଦ୍ୱାରା ପ୍ରଭାବିତ ଅଟନ୍ତି। ସେ କୌଣସି ମୁହୂର୍ତ୍ତରେ କ୍ଲାସକୁ ମିସ କରିବାକୁ ଚାହୁଁ ନାହାଁନ୍ତି ଓ ଟିଚର ଆସିବା ପୂର୍ବରୁ ସେ ଅପେକ୍ଷା କରି ବସୁଛନ୍ତି। ପ୍ରଫେସର ସନ୍ତମାଙ୍କୁ ପ୍ରତିଟି ବିଷୟରେ ବହୁତ ଜ୍ଞାନ ରହିଥିବାରୁ ଛାତ୍ରମାନେ ତାଙ୍କୁ ଚଲାବୁଲା କରୁଥିବା ଇଂସାଇକ୍ଲୋପିଡ଼ିଆ କହିଥାନ୍ତି। ପ୍ରଫେସର ଅନୁଶାସନ, ଡେଡିକେସନ ଓ କମିଟମେଣ୍ଟର ମୂର୍ତ୍ତି ଅଟନ୍ତି।

ନିଜ ଘର ମଧ୍ୟ ପ୍ରଫେସର ଦାନ କରିସାରିଛନ୍ତି:-

ଆପଣଙ୍କୁ ଜଣାଇଦେଉଛୁ ଫିଜିକ୍ସ ବ୍ୟତୀତ ପ୍ରଫେସର ସନ୍ତମାଙ୍କୁ ବେଦ, ପୁରାଣ ଓ ଉପନିଷେଦରେ ବହୁତ ରୁଚି ରହିଛି। ସେ ଗୀତାର ଶ୍ଳୋକକୁ ଇଂରାଜୀରେ ଅନୁବାଦିତ Bhagavad Gita- The Divine Direcctive ନାମକ ପୁସ୍ତକ ପ୍ରକାଶିତ କରିଛନ୍ତି।

ଏହି ପ୍ରଫେସର କେବଳ ବିଦ୍ୟା ଦାନ କରିନାହାଁନ୍ତି ସେ ଏଥିସହ ବିବେକାନନ୍ଦ ମେଡ଼ିକାଲ ଟ୍ରଷ୍ଟକୁ ନିଜର ଘର ଦାନ କରିଦେଇଛନ୍ତି ଓ ଭଡ଼ା ଘରେ ରହୁଛନ୍ତି। ତାଙ୍କର ଦିନର ଆରମ୍ଭ ସକାଳ 4 ଘଟିକା ସମୟରୁ ଆରମ୍ଭ ହୋଇଯାଉଛି। ସେ ଗୋଟିଏ ଦିନରେ 6ଟି କ୍ଲାସ। ନିଅନ୍ତି।

odia sambada
Comments (0)
Add Comment