ମହାରାଷ୍ଟ୍ରରେ ଆତ୍ମହତ୍ୟା କରିବାର ଏକ ଭିଡ଼ିଓ ସାମ୍ନାକୁ ଆସିବାପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ଏଠାରେ ଜଣେ ବ୍ୟକ୍ତି କାର ଭିତରେ ନିଜ ପୁଅ ଓ ପତ୍ନୀଙ୍କ ସହିତ ନିଆଁ ଲଗାଇ ହୋଇ ଆତ୍ମହତ୍ୟା କରିଦେଇଛନ୍ତି। କାର ଚାଳକ ରାମରାଜ ଗୋପାଳକୃଷ୍ଣଙ୍କ ମୃତ୍ୟୁ ହୋଇଯାଇଛି। ପୋଲିସ କାର ଭିତରୁ ଶବକୁ ବାହାର କରି ପୋଷ୍ଟମର୍ଟମ କରିବାକୁ ପଠାଇଥିଲେ ଓ ଘଟଣାର ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଦେଇଥିଲେ।
ସୂଚନା ମୁତାବିକ, ମୃତକ ଜଣକ ନିଜ ମାରୁତି 800 କାରରେ ଜ୍ବଳନଶୀଳ ପଦାର୍ଥ ରଖି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ କାରରେ ବସିଥିବା ତାଙ୍କ ପୁଅ ଓ ପତ୍ନୀ ଆହତ ହୋଇଯାଇଛନ୍ତି। ସେମାନଙ୍କୁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ଦିଆଯାଉଛି।
କୁହାଯାଉଛି କାର ଚାଳକ ରାମରାଜ ଏକ ବାହାନା କରି କାରରୁ ଓହ୍ଲାଇଲେ ଓ କିଛି ସମୟ କାରରେ ବସିରହିବା ପରେ ଏଥିରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ତାଙ୍କ ପୁଅ ଓ ପତ୍ନୀ କାରରୁ ଓହ୍ଲାଇ ପଡ଼ିଲେ ଓ ରାସ୍ତାରେ ଜମି ରହିଥିବା ବର୍ଷା ପାଣିରେ ନିଆଁ ଲିଭାଇବାକୁ ଗଡ଼ିଗଲେ। କିନ୍ତୁ ରାମରାଜ କାର ଭିତରେ ହିଁ ଜଳିଗଲେ।
ଘଟଣାର ସୂଚନା ମିଳିବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲେ, ଘାୟଲ ଓ ମୃତକଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ। ଘଟଣା ସ୍ଥଳରୁ ପୋଲିସକୁ ଏକ ପଲିଥିନ ଭିତରୁ ସୁଇସାଇଡ଼ ନୋଟ ମିଳିଥିଲା। ଯେଉଁଥିରେ ଲେଖାଥିଲା, ଆର୍ଥିକ ଚିନ୍ତାରେ ଆସି ସେ ଏହି ପଦକ୍ଷେପ ଉଠାଇଛନ୍ତି। କରୋନା ପରେ ସେ ବହୁତ କ୍ଷତି ସହିଥିଲେ ଓ ତାଙ୍କର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲା। ଏଥିରୁ ମୁକୁଳିବା ପାଇଁ ସେ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ କିନ୍ତୁ ପାରିନଥିଲେ ଓ ବାଧ୍ୟ ହୋଇ ଏହି ପଦକ୍ଷେପ ଉଠାଇଥିଲେ।