ଗ୍ରୀଷ୍ମ ଋତୁରେ ଫ୍ୟାନ ବିନା ବଂଚିବା ବିଷୟରେ ଚିନ୍ତା କରିବା ମଧ୍ୟ ଅସମ୍ଭବ ମନେ ହୁଏ। ବେଳେବେଳେ ପାୱାର କଟ ହେବା କାରଣରୁ ଘରର ପଙ୍ଖା ଏବଂ କୁଲର ସବୁ ବନ୍ଦ ହୋଇଯାଏ। ଯେଉଁକାରଣରୁ ଆମକୁ ନ ଚାହିଁଲେ ମଧ୍ୟ ଗରମକୁ ସହିବାକୁ ପଡେ। କିନ୍ତୁ ଆଜି ଆମେ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବାକୁ ଯାଉଛୁ। ଆପଣଙ୍କ ପାଇଁ ଏମିତି ଫ୍ୟାନ ମାର୍କେଟରେ ଆସିବାକୁ ଯାଉଛି ଯାହା ଏସି ପରି କାମ ଦେବ। ଆଜି ଆମେ ଆପଣଙ୍କୁ ଏପରି ଏକ ଫ୍ୟାନ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ କମ ମୂଲ୍ୟରେ ମିଳିବ। ଏହା ମଧ୍ୟ ପୋର୍ଟେବଲ୍ ଅଟେ। ଏହି ପଙ୍ଖା ଆପଣଙ୍କ ଘର ଶୁଖାଇବା ସହିତ, ଗରମରୁ ରକ୍ଷା କରିବ।
*ପୋର୍ଟେବଲ୍ ଏଲଇଡି ଫ୍ୟାନ୍:-
ଏହି ଫ୍ୟାନ ତିନୋଟି ବ୍ଲେଡ଼ ସହିତ ଆସିଥାଏ ଏବଂ ଆପଣକୁ ଧଳା ରଙ୍ଗରେ ମିଳିଯିବ। ଯଦି ଆପଣ ଚାହିଁବେ ତେବେ ଏହାକୁ ଆପଣ ଟେବୁଲ ଉପରେ ରଖିପାରିବେ ଏବଂ ଯଦି ଆପଣ ଚାହିଁବେ ଏହାକୁ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆରାମ ରେ ନେଇ ପାରିବେ। ତେବେ ଏହି ଏଲଇଡି ଫ୍ୟାନ୍ 2200mAh ର ଏକ ଶକ୍ତିଶାଳୀ ବ୍ୟାଟେରୀ ସହିତ ଆସିଥାଏ। ଥରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଗଲେ, ଏହା ପ୍ରାୟ ୧୩ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ଫ୍ୟାନରେ ତିନୋଟି ସ୍ପିଡ୍ ମୋଡ୍ ଉପଲବ୍ଧ। ହାଇ ସ୍ପିଡରେ ଚାଲିବା ସମୟରେ ଏହା ୭ ଘଣ୍ଟା ପାଇଁ ନନ୍-ଷ୍ଟପ୍ ଏୟାର ଯୋଗାଏ।ଏହି ଏଲଇଡି ଫ୍ୟାନ୍ ମାତ୍ର ୨୦୦ ଟଙ୍କାରେ କିଣି ପାରିବେ। ଯଦି ଆପଣ ଏହାକୁ ଆମାଜନରୁ କିଣନ୍ତି, ତେବେ ୬୦ ପ୍ରତିଶତ ରିହାତି ପରେ ଆପଣ ଏହାକୁ ମାତ୍ର ୧୯୯ ଟଙ୍କାରେ ପାଇପାରିବେ।
*ଗିକ୍ ରିଚାର୍ଜେବୁଲ ଫ୍ୟାନ୍:-
ଏହି ଫ୍ୟାନ ରାତିରେ ନାଇଟ୍ ବଲ୍ବ ପରି କାମ କରିବ। ଏହାର 4000mAh ର ଏକ ଶକ୍ତିଶାଳୀ ବ୍ୟାଟେରୀ ଅଛି। ଏହା ବହୁତ ବଡ ବ୍ୟାକଅପ୍ ଦେଇଥାଏ। ଏହା ୯୦ ଡିଗ୍ରୀ ପର୍ଯ୍ୟନ୍ତ ଫୋଲ୍ଡ ହୋଇପାରିବ। ଏଥିରେ ୫ ଟି ବ୍ଲେଡ୍ ଅଛି, ଯାହା ଭଲ ଥଣ୍ଡା ପ୍ରଦାନ କରିଥାଏ।ଏହି ଫ୍ୟାନ ଆମାଜନରେ ୨୯୭୫ ଟଙ୍କାରେ କିଣାଯାଇପାରିବ।
*Bulfyss USB ରିଚାର୍ଜେବୁଲ ଟେବୁଲ୍ ଏୟାର ଫ୍ୟାନ୍:-
ଏହି ରିଚାର୍ଜେବୁଲ ଟେବୁଲ୍ ଏୟାର ଫ୍ୟାନ୍ ମଧ୍ୟ ବିଦ୍ୟୁତ୍ ସରିବା ପରେ ଘୁରିଥାଏ।ଆପଣ ଏହାକୁ ଟେବୁଲ ଉପରେ ସହଜରେ ରଖି ପାରିବେ। ରୋଷେଇ ଘରେ ମଧ୍ୟ ଏହାକୁ ସହଜରେ ବ୍ୟବହାର କରାଯାଇପାରିବ। ଏହି ଫ୍ୟାନ ଆମାଜନରେ ୧ ହଜାର ୨୯୯ ଟଙ୍କାରେ କିଣାଯାଇ ପାରିବ। ଏହି ଫ୍ୟାନକୁ ଆପଣ ନିଜ ସହିତ ନେଇ ପାରିବେ।