ସରକାରଙ୍କ ଗ୍ରାମ ସୁରକ୍ଷା ସ୍କିମ୍‌ । ଏହି ଯୋଜନାରେ ପ୍ରତିଦିନ ଭରନ୍ତୁ ୫୦ ଟଙ୍କା, ମିଳିବ ୩୫ ଲକ୍ଷ ଟଙ୍କା

ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା । ଆଉ ମାସକୁ ୧୫ ଶହ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା । କଣ କଥାଟି ବିଶ୍ୱାସ କରି ପାରୁନାହାଁନ୍ତି କି । ତେବେ ଆଜ୍ଞା ହଁ ଦର୍ଶକବନ୍ଧୁ ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁଯୋଗ । ନିଜ କଷ୍ଟ ଅର୍ଜିତ ଧନକୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁଥିଲେ ମାର୍କେଟରେ ଅନେକ ବିକଳ୍ପ ରହିଛି ।

ଅଧିକାଂଶ ଯୋଜନାରେ ଭଲ ରିଟର୍ଣ୍ଣ ମିଳୁଥିବା ବେଳେ କିଛି ଯୋଜନାରେ ଘାଟା ହେବା ଆଶଙ୍କା ରହିଥାଏ । ଏଥି ପାଇଁ ସମସ୍ତେ ବିପଦରେ ନ ପଡିବା ପାଇଁ ଭଲ ଯୋଜନାକୁ ବାଛିଥାନ୍ତି । ଯଦି ଆପଣ ଏମିତି ଯୋଜନା ଖୋଜୁଥାନ୍ତି ତେବେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ଆଣିଛି ‘ଗ୍ରାମ ସୁରକ୍ଷା ଯୋଜନା’ । ଏହା ଏମିତି ଏକ ସ୍କିମ ଯେଉଁଥିରେ ଜଣେ ସାଧାରଣ ଲୋକକୁ ମିଳିଥାଏ ଭଲ ରିଟର୍ଣ୍ଣ । ଏବେ ଜାଣନ୍ତୁ ସ୍କିମ କରିବାକୁ ଚାହୁଁଥିଲେ ଏସବୁ ଥିବା ଆବଶ୍ୟକ । ୧୯ରୁ ୫୫ ବର୍ଷ ବୟସ ମଧ୍ୟରେ କେହିବି ଭାରତୀୟ ନାଗରିକ ‘ଗ୍ରାମ ସୁରକ୍ଷା ଯୋଜନା’କୁ ନେଇ ପାରିବେ ।

ଏହି ଯୋଜନାରେ ସର୍ବନିମ୍ନ ବୀମା ରାଶି ୧୦ ହଜାର ଟଙ୍କା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିହେବ । ଯୋଜନାର ପ୍ରିମିୟମ୍ ପେମେଣ୍ଟ ମାସିକ, ତ୍ରୈମାସିକ, ଅର୍ଦ୍ଧ-ବାର୍ଷିକ ବା ବାର୍ଷିକ କରିପାରିବେ । ସବୁଠାରୁ ବଡ କଥା ଏହି ବୀମା ଯୋଜନାରେ ଋଣ ସୁବିଧା ରହିଛି । ପଲିସି କିଣିବାର ୪ବର୍ଷ ପରେ ଜଣେ ଋଣ ସୁବିଧାର ଲାଭ ଉଠାଇ ପାରିବେ ।

ଯଦି କୌଣସି ୧୯ ବର୍ଷ ବୟସ୍କ ୧୦ ଲକ୍ଷର ଗ୍ରାମ ସୁରକ୍ଷା ପଲିସି କିଣନ୍ତି, ତେବେ ମାସିକ ପ୍ରିମିୟମ୍ ୧୫୧୫ ଟଙ୍କା ଦେବାକୁ ହେବ । ଦିନକୁ ହିସାବ କଲେ ପ୍ରାୟ ୫୦ ଟଙ୍କା ହେବ । ପଲିସି କ୍ରେତାଙ୍କୁ ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ ଟଙ୍କା ଓ ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଟଙ୍କାର ମାଚ୍ୟୁରିଟି ବେନିଫିଟ୍ ମିଳିବ । ୬୦ ବର୍ଷ ପାଇଁ ମ୍ୟାଚୁରିଟି ବେନିଫିଟ୍ ୩୪.୬୦ ଲକ୍ଷ ଟଙ୍କା ରହିବ । ତେବେ ଗ୍ରାମ ସୁରକ୍ଷା ଯୋଜନା’ର ଲାଭ ପାଇବାକୁ ଚାହୁଁଥିଲେ, ସୁଯୋଗକୁ ହାତଛାଡା କରିବାକୁ କେବେ ହେଲେ ଭାବନ୍ତୁ ନାହିଁ । ତୁରନ୍ତ ପୋଷ୍ଟ ଅଫିସ ସହ ଯୋଗାଯୋଗ କରି ସ୍ପେଶାଲ ସୁବିଧା ବିଷୟରେ ସଠିକ ତଥ୍ୟ ଜାଣନ୍ତୁ ।

odia sambada
Comments (0)
Add Comment