ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ ଗୋଟିଏ ଘରୁ 4 ଜଣ ଲୋକଙ୍କର ଶବ ମିଳିଛି । ପ୍ରାରମ୍ଭିକ ଯାଞ୍ଚ ପରେ କୁହାଯାଉଛି ଯେ ସ୍ବାମୀ ପ୍ରଥମେ ନିଜ ସ୍ତ୍ରୀ ଏବଂ ତାପରେ ଦୁଇ ଝିଅଙ୍କୁ ଗୁଳି କରି ହତ୍ୟା କଲା, ତାପରେ ନିଜେ ନିଜକୁ ସୁଟ କରିଦେଲା ।
ସୂଚନା ମିଳିଛି ଯେ ଜାଫରାବାଦରେ ଇସରାର ମହମ୍ମଦ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ ଗୁଳି ମାରିଦେଲା । ପରିବାରର ତିନିଜଣ ସଦସ୍ୟ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କଲେ । ଏହାପରେ ଇସରାର ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଦେଲେ । ଆଶ୍ଚର୍ଯ୍ୟର କଥା ଏହା ଯେ ଘର ବାହାରେ ସେହି ସମୟରେ ବ୍ୟକ୍ତିଙ୍କର ଦୁଇଜଣ ପୁଅ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଇସରାର ସେମାନଙ୍କର କିଛି ବି କଲେ ନାହିଁ । ଏପରି ପରିସ୍ଥିତିରେ କେଉଁ କାରଣରୁ ଇସରାର ନିଜ ସ୍ତ୍ରୀ ଏବଂ କେବଳ ଦୁଇ ଝିଅଙ୍କର ହିଁ ହତ୍ୟା କଲେ, ଏହାକୁ ନେଇ ପୋଲିସ ବର୍ତ୍ତମାନ ଯାଞ୍ଚ କରୁଛି ।
ଏହା ପୂର୍ବରୁ ମଧ୍ୟ ଦିଲ୍ଲୀରେ ଏପରି ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ପରିବାରର ହିଁ କୌଣସି ସଦସ୍ୟ ନିଜ ସମ୍ପର୍କୀୟଙ୍କ ହତ୍ୟା କରିଛନ୍ତି । କିନ୍ତୁ ବର୍ତ୍ତମାନ ଜାଫରାବାଦରେ ଘଟିଥିବା ମାମଲାରେ କେଉଁ କାରଣରୁ ଏପରି ଜଘନ୍ୟ ହତ୍ୟାକାଣ୍ଡ ହୋଇଛି, ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ବର୍ତ୍ତମାନ ପ୍ରାରମ୍ଭିକ ଯାଞ୍ଚ୍ ଚାଲିଥିବା କାରଣରୁ ପୋଲିସ ମଧ୍ୟ ଖୋଲାଖୋଲି ଭାବେ କିଛି କହିପାରୁ ନାହିଁ ।
ତେବେ ରାଜଧାନୀରେ ଦୁଇଦିନ ଭିତରେ ବଡ ଘଟଣା ଦେଖିବାକୁ ମିଳିଛି । ଗୁରୁବାର ଦିନ ମଡନ ଗଢି ଅଞ୍ଚଳର ଗୋଟିଏ ସରକାରୀ ସ୍କୁଲରେ ଛୁରୀରେ ଆକ୍ରମଣ ହୋଇଥିବା ଘଟଣା ଘଟିଥିଲା । ବ୍ରେକ ଟାଇମରେ ମୋହିତ ନାମକ ଛାତ୍ର କୌଣସି ବିବାଦକୁ ନେଇ ନିଜର କ୍ଲାସ ମେଟ୍ ଅନ୍ୟ ଛାତ୍ର ସହ ଝଗଡା କରିଥିଲେ । ଆରମ୍ଭରେ ତ ଏହି ଝଗଡା ବିଧା ଗୋଇଠାରେ ଚାଲିଥିଲା, କିନ୍ତୁ ତାପରେ ମୋହିତ ଅଧିକ ରାଗିଯାଇ ନିଜ ସାଙ୍ଗ ଉପରେ ଛୁରୀ ଦ୍ଵାରା ଆକ୍ରମଣ କରିଦେଲେ । ଏହି ଆକ୍ରମଣରେ ତିନିଜଣ ଛାତ୍ର ଆହତ ହୋଇଗଲେ, ଯେଉଁ ମାନଙ୍କର ଏମ୍ସରେ ଚିକିତ୍ସା ଜାରି ରହିଛି ।