ଚପଲ ପିନ୍ଧି ବାଇକ କିମ୍ବା ସ୍କୁଟି ଚଳାଉଥିଲେ ଆପଣଙ୍କୁ ଭରିବାକୁ ହେବ ଏତେ ଟଙ୍କାର ଫାଇନ। ଜାଣନ୍ତୁ କେତେ କଟିବ ଚାଲାଣ

ଭାରତ ସରକାର ଟ୍ରାଫିକ ରୁଲ ଓ ସେଫ୍ଟିକୁ ନନେଇ ଲଗାତାର ଷ୍ଟ୍ରିକ୍ଟ ହେଉଛନ୍ତି। ଏଥିପାଇଁ ବେହିକଲ ବନାଇବାର ଦିଗ ନିର୍ଦେଶକୁ ନେଇ ବହୁତ ସାରା ଜିନିଷ ଉପରେ ଧ୍ୟାନ ଦେଉଛନ୍ତି। ଆଜି ଆମେ ଆପଣଙ୍କୁ ଜଣାନଥିବା ଟ୍ରାଫିକ ନିୟମ ବିଷୟରେ କହିବାକୁ ଯାଉଛୁ। ଆପଣଙ୍କୁ ସଠିକ ଭାବରେ ଟ୍ରାଫିକ ନିୟମର ସୂଚନା ରହିବା ଉଚିତ ଯେମିତିକି ଗାଡ଼ି ଚାଳନା ସମୟରେ ହେଲମେଟ ବ୍ୟବହାର କରିବା ଇତ୍ୟାଦି। ଆଇନ ଅନୁସାରେ ଆପଣଙ୍କୁ ସ୍ଲିପର୍ସ କିମ୍ବା ଚପଲ ପିନ୍ଧି ଗାଡ଼ି ଚଲାଇବା ଅନୁଚିତ। ଆଜି ଆମେ ଆପଣଙ୍କୁ ଏହିପରି ଏକ ଟ୍ରାଫିକ ସୂଚନା ବିଷୟରେ ଜଣାଇବାକୁ ଯାଉଛୁ।

ମୋଟର ବାହାନ ଅଧିନିୟମ ଅନୁସାରେ, ଆପଣଙ୍କୁ ଭାରତରେ ଡ୍ରାଇଭିଂ କରିବା କିମ୍ବା ବାହାନ ଚଲାଇବା ସମୟରେ ଏକ ନିଶ୍ଚିତ ଜିନିଷ ପିନ୍ଧିବାକୁ ହେବ। ନିୟମ ଅନୁସାରେ, ଟୁ ହ୍ବିଲର୍ସ ଚଳାଉଥିବା ସମୟରେ ସମ୍ପୂର୍ଣ୍ଣ ଭାବରେ ଜୋତା ପିନ୍ଧିବା ଉଚିତ। କାନୁନର ଉଲ୍ଲଂଘନ କରିବା ଦିଗରେ ଆପଣଙ୍କ ଉପରେ 1000 ଟଙ୍କାର ଜରିମାନା ରାଶି ଲଗାଯିବ। ଏହାସହ ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କୁ ଶାର୍ଟ କିମ୍ବା ଟି-ଶାର୍ଟ ପିନ୍ଧିବା ଉଚିତ। ଏହି ନିୟମ ଯେ, ଉଲ୍ଲଂଘନ କରିଥାଏ ତାଙ୍କ ଉପରେ 2000 ଟଙ୍କାର ଫାଇନ ଲାଗିଥାଏ।

ଦୁଇଟି ଡ୍ରାଇଭିଂ ଲାଇସେନ୍ସ:-

ଯଦି କୌଣସି ବ୍ୟକ୍ତି ପାଖରେ ଦୁଇଟି ଡ୍ରାଇଭିଂ ଲାଇସେନ୍ସ ମିଳେ ତାହେଲେ ତାଙ୍କୁ ଜରିମାନା ଭରିବାକୁ ହେବ ଓ ଏହାକୁ ଅପରାଧ ବୋଲି ମାନି ନିଆଯିବ।

ଫୋନ ର ବ୍ୟବହାର:-

ଆମ ସମସ୍ତଙ୍କୁ ଜଣାଅଛି ଯେ, ଗାଡ଼ି ଚଳାଉଥିବା ସମୟରେ ଫୋନରେ କଥା ହେବାଦ୍ୱାରା ଆମକୁ ଚାଲାଣ ଭରିବାକୁ ପଡ଼ିଥାଏ। ଗାଡ଼ି ଚଳାଉଥିବା ବ୍ୟକ୍ତି କେବଳ ନିଜ ମୋବାଇଲ ଦ୍ୱାରା ନାଭିଗେସନ ବ୍ୟବହାର କରିବାର ଅନୁମତି ରହିଛି। ଏହାକୁ କୌଣସି ଅନ୍ୟ ଜିନିଷ ପାଇଁ ବ୍ୟବହାର କରାଗଲେ ଆପଣଙ୍କୁ ନିଶ୍ଚିତ ରୂପରେ ଜରିମାନା ଲାଗିବ। ଆଇନର ଉଲ୍ଲଙ୍ଘନ କରୁଥିବା ଦେଖାଗଲେ 5,000 ଟଙ୍କାର ଜରିମାନା ଲାଗିବ।

odia sambada
Comments (0)
Add Comment