ନିଦରେ ଅନ୍ୟ ମହିଳାଙ୍କର ଅଶ୍ଳୀଳ ସ୍ୱପ୍ନ ଦେଖୁଥିଲା ପତି, ଏହାପରେ ପତ୍ନୀ ଯାହାକଲେ ଆପଣ ବିଶ୍ବାସ କରି ପାରିବେନାହିଁ

ପତି ଓ ପତ୍ନୀଙ୍କ ସମ୍ପର୍କ ପ୍ରେମ ଓ ଭରସା ଉପରେ ତିଷ୍ଠି ରହିଥାଏ। ଯଦି ଉଭୟଙ୍କ ମଧ୍ୟରୁ କେହିବି ଏଥିରେ ଅବହେଳା କରିଥାଏ ତାହେଲେ ସମ୍ପର୍କ ଭାଙ୍ଗିବାରେ ଗୋଟିଏ ମିନିଟ ଲାଗିନଥାଏ। ଯେତେବେଳେ ପତି ଅନ୍ୟ ମହିଳାଙ୍କ ସହିତ ଆଫେୟାରରେ ଆସିଥାନ୍ତି ସେତେବେଳେ ପତ୍ନୀ ବହୁତ ନାରାଜ ହୋଇଯାଆନ୍ତି, ଏଥିରେ ସେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ମଧ୍ୟ ଦେଇଥାନ୍ତି। କିନ୍ତୁ କଣହେବ ଯେତେବେଳେ ଆପଣଙ୍କ ପତି ସ୍ବପ୍ନରେ ଅନ୍ୟ ମହିଳାଙ୍କ ସହିତ ରୋମାନ୍ସ କରନ୍ତି?

ଶୋଇ ରହିଥିବା ସ୍ୱାମୀଙ୍କ ଉପରେ ପକାଇଲେ ଗରମ ପାଣି:-

ଆଜି ଆମେ ଆପଣଙ୍କୁ ଏମିତି ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର ଶୋଇ ରହିଥିବା ପତିଙ୍କ ଉପରେ ଗରମ ପାଣି ପକାଇଛନ୍ତି କାରଣ ତାଙ୍କ ପତି ନିଦ୍ରାରେ ଅନ୍ୟ ମହିଳାଙ୍କ ସହିତ ରୋମାନ୍ସ କରୁଥିବାର ସ୍ବପ୍ନ ଦେଖି ଗଡ଼ଗଡ଼ ହେଉଥିଲେ ଯାହାଦ୍ୱାରା ମହିଳା ଜଣକ ଫୁଟୁଥିବା ଗରମ ପାଣି ନିଜ ପତି ଉପରକୁ ପକାଇ ଦେଇଥିଲେ।

ନିଦରେ ଅନ୍ୟ ମହିଳାଙ୍କ ସ୍ୱପ୍ନ ଦେଖୁଥିଲା ପତି:-

ଏହି ଅଦ୍ଭୁତ ଘଟଣାଟି ବୋଲିଭିଆର ଲା ପାଜ ଅଞ୍ଚଳର ଅଟେ। ଏଠାରେ ଜଣେ 45 ବର୍ଷୀୟ ସ୍ୱାମୀ ନିଦ୍ରାରେ ମହିଳାଙ୍କ ସ୍ୱପ୍ନ ଦେଖୁଥିଲେ। ଏହି ସ୍ୱପ୍ନ ଦେଖୁଥିବା ସମୟରେ ସେ ନିଦ୍ରାରେ କିଛି କହିବାକୁ ଲାଗିଲେ। ପତ୍ନୀଙ୍କ ଅନୁସାରେ ପତି ନିଦ୍ରାରେ ଅନ୍ୟ ମହିଳାଙ୍କୁ ନିଜର ପ୍ରେମର ପ୍ରତିପାଦନା କରୁଥିଲା। ଏହିକଥା ମହିଳାଙ୍କୁ ବାଧିଥିଲା, ଏହାପରେ ମହିଳା ସିଧା ରୋଷେଇ ଘରକୁ ଯାଇ ପାଣି ଗରମ କରିଥିଲେ ଓ ଏହାକୁ ନିଜ ପତିଙ୍କ ଉପରକୁ ଫିଙ୍ଗି ଦେଇଥିଲେ।

ଏହାପରେ ପତିଙ୍କ ପିଠି,ହାତ ଓ ଅଣ୍ଟା ଜଳି ଯାଇଥିଲା ଓ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ହସ୍ପିଟାଲ ବେଡ଼ ଉପରେ ପତି ସମସ୍ତ ଘଟଣା ବିଷୟରେ ପୋଲିସକୁ କହିଥିଲେ। ଲା ପାଜ ର ସ୍ପେଶାଲ କ୍ରାଇମ ଫାଇଟିଂ ଫୋର୍ସର ଡେପୁଟି ଡ଼ାଇରେକ୍ଟର ଜୁଆନ ଜୋଶ ମିଡ଼ିଆକୁ କହିଥିଲେ କି, ପୂର୍ବରୁ ମଧ୍ୟ ମହିଳା ଜଣକ ନିଜ ସ୍ୱାମୀକୁ ନିଆଁ ଲଗାଇ ମାରିବାପାଇଁ ଚେଷ୍ଟା କରିଥିଲେ।

ଭାରତରେ ମଧ୍ୟ ହୋଇସାରିଛି ଏମିତି ଏକ ଘଟଣା:-

ଜଣାଇଦେଉଛୁ କି, ଏମିତି ଏକ ମାମଲା ମେ ମାସରେ ଝାରଖଣ୍ଡର ହାଜାରୀବାଗ ଅଞ୍ଚଳରୁ ଦେଖିବାକୁ ମିଳିଥିଲା। ଏଠାରେ ଜଣେ ପତ୍ନୀ ନିଜର ଶୋଇ ରହିଥିବା ପତି ଉପରକୁ ଗରମ ପାଣି ପକାଇ ଦେଇଥିଲା ଯାହାଦ୍ୱାରା ତୁରନ୍ତ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା ଓ ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

odia sambada
Comments (0)
Add Comment