ପୋଷାକ ସବୁବେଳେ ଇସ୍ତ୍ରୀ କରାଯାଇଥିଲେ ହିଁ ଭଲ ଲାଗେ । ଡ୍ରେସ୍ ଚକାଚକ କରିବାକୁ ଲୋକମାନେ ପ୍ରାୟତଃ ପୋଷାକରେ ପ୍ରେସ କରନ୍ତି । କିଛି ଘରେ ଏହି ପୋଷାକକୁ ଇସ୍ତ୍ରୀ କରନ୍ତି ଏବଂ ଆଉ କିଛି ଲୋକ ପଇସା ଦେଇ ବାହାରେ ଇସ୍ତ୍ରୀ କରାନ୍ତି । ସାଧାରଣତଃ ପୋଷାକ ମୁଚା ହୋଇଯାଇଥିଲେ କିଛି ପାଣି ଛିଟା ଦରକାର୍ ହୁଏ । ଏହା କରିବାପାଇଁ ସେ ନିଜ ହାତ କିମ୍ବା ସ୍ପ୍ରେ ବୋତଲ ବ୍ଯବହାର କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ପ୍ରେସ ବାଲା ବିଷୟରେ କହିବାକୁ ଯାଉଛୁ, ଯିଏ ନିଜ ପାଟି ସାହାଯ୍ୟରେ ସ୍ପ୍ରେ କରି ପୋଷାକକୁ ଓଦା କରନ୍ତି ।
ଇସ୍ତ୍ରୀ ବାଲା ପୋଷାକରେ ଥୁକିଲା ପାଣି :-
ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ଜଣେ ଇସ୍ତ୍ରୀ ବାଲାର ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଲୋକମାନେ ଏହି ବ୍ୟକ୍ତିଙ୍କ ଇସ୍ତ୍ରୀ କରିବାର ପଦ୍ଧତିକୁ ଦେଖି ରାଗି ଯାଇଛନ୍ତି । ଏହି ବ୍ୟକ୍ତି ପୋଷାକକୁ ପ୍ରେସ କରିବା ସମୟରେ ଓଦା କରିବାପାଇଁ ନିଜ ପାଟିରେ ପାଣି ଭର୍ତ୍ତି କରି ଥୁକେ । ସେ ପ୍ରଥମେ ଗ୍ଲାସରୁ ପାଣି ପାଟିକୁ ନିଏ । ତାପରେ ପାଟିରୁ ହିଁ ଏହି ପୋଷାକ ଉପରେ ତାକୁ ସ୍ପ୍ରେ ପରି ଛିଞ୍ଚି ପ୍ରେସ କରନ୍ତି ।
ଆଶ୍ଚର୍ଯ୍ୟର କଥା ଏହା ଯେ ବ୍ୟକ୍ତିଙ୍କ ପାଖରେ ସ୍ପ୍ରେ ବୋତଲ ପୂର୍ବରୁ ଥିଲା । କିନ୍ତୁ ଏହା ସତ୍ତ୍ବେ ମଧ୍ୟ ସେ ପାଟିରୁ ପାଣି ଥୁକି ପୋଷାକକୁ ଖରାପ କରୁଛି । ଏଥିରେ ଜୀବାଣୁ ବିସ୍ତାର କରୁଛି । ବ୍ୟକ୍ତି ଦେଖିବାପାଇଁ ଜଣେ ବୃଦ୍ଧବ୍ୟକ୍ତି ଜଣାପଡ଼ୁଛନ୍ତି । ଏହି ଭିଡିଓ କେବେର ଏବଂ କେଉଁ ସ୍ଥାନର ଅଟେ, ଏହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । କିନ୍ତୁ କମେଣ୍ଟ ସେକ୍ସନରେ କିଛି ଲୋକ ଏହାକୁ ପାକିସ୍ତାନର ବୋଲି କହୁଛନ୍ତି ।
ଦେଖନ୍ତୁ ଭିଡିଓ :-
ଭିଡିଓ ଦେଖି ରହିଲେ ଲୋକେ :-
ଭିଡ଼ିଓ ଦେଖି ଲୋକଙ୍କ କ୍ରୋଧ ସାମ୍ନାକୁ ଆସୁଛି । ଜଣେ କହିଛନ୍ତି ” ଇଏ ତ କରୋନା ବିସ୍ତାର କରୁଛି ।” ତାପରେ ଅନ୍ୟ ଜଣେ କହିଛନ୍ତି ” ତା ପାଖରେ ସ୍ପ୍ରେ ଅଛି, ତଥାପି ସେ ପାଟି ଦ୍ଵାରା ପୋଷାକ ଜାଣିଶୁଣି ଖରାପ କରୁଛି । ୟା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।” ସେହିପରି ଜଣେ ବ୍ୟକ୍ତି ଲେଖିଛନ୍ତି ” ଏପରି ବ୍ୟକ୍ତିକୁ କଠିନରୁ କଠିନ ଦଣ୍ଡ ମିଳିବା ଉଚିତ୍ ।”