ଯାହାର ଡର ଥିଲା ପୁଣି ସେଇୟା ହେଲା । ବର୍ତମାନ ସମୟରେ ରାଜ୍ୟ ତଥା ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଏବେ କଟକଣା ବଢ଼ାଇ ଦେଇଛି । ଭୁବନେଶ୍ବରରେ ରହୁଥିଲେ କିମ୍ବା ବାହାରୁ ଭୁବନେଶ୍ବରକୁ ଆସୁଥିଲେ ଏଣିକି ବାଧ୍ୟତାମୂଳକ ଭାବେ ମାସ୍କ ପରିଧାନ କରିବାକୁ ପଡ଼ିବ । ତେଣୁ ସର୍ବସାଧାରଣ ସ୍ଥାନରେ ଏବେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଆଜି ଭୁବନେଶ୍ବରରେ ମାସ୍କ ପରିଧାନକୁ ବି-ଏମ-ସି ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି ।
ଏହାସହିତ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ କଟକଣା ମଧ୍ୟ ବି-ଏମ-ସି ବଢ଼ାଇ ଦେଇଛି । ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ ବୋଲି ବି-ଏମ-ସି ପକ୍ଷରୁ କୁହାଯାଇଛି । ମାସ୍କ ପରିଧାନ ସହ ୨ ମିଟର ସାମାଜିକ ଦୂରତ୍ବ ପାଇଁ ନିର୍ଦେଶ ଦିଆଯାଇଛି । ତେବେ ସପିଂ ମଲ, ଦୋକାନ ଆଦିରେ ସାମାଜିକ ଦୂରତ୍ବ ରଖିବାକୁ ବି ନିର୍ଦେଶ ରହିଛି । ବାହାରେ ଛେପ ପକାଇବା ମନା ଏବଂ ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।
ତେବେ ବନ୍ଧୁଗଣ କିଛିଦିନରେ ବ୍ୟବଧାନ ପରେ ପୁଣି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପୂର୍ବ ପରି ଖୋର୍ଦ୍ଧା ଜିଲ୍ଲା ଓ ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ଅଧିକ ରହୁଛି । ସୂଚନାଯୋଗ୍ୟ ଯେ ଆଜି ଭୁବନେଶ୍ବର ମହାନଗର ନିଗମ (ବି-ଏମ୍-ସି) ଅଞ୍ଚଳରେ ମୋଟ ୬୯ ଜଣ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ସ୍ଥାନୀୟ ଲୋକଙ୍କ ଦ୍ବାରା ସଂକ୍ରମିତ ହୋଇଥିବା ବିଏମ୍ସି ପକ୍ଷରୁ ଟୁଇଟ୍ କରି କୁହାଯାଇଛି । ଭୁବନେଶ୍ବରରେ ୧ ଲକ୍ଷ ୫୭ ହଜାର ୨୫୧ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏଥିରୁ ୧ ଲକ୍ଷ ୫୫ ହଜାର ୭୩୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ମୋଟ ୧୧୯୩ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛନ୍ତି ଏବଂ ୩୦୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଏବେ ଜାରି ରହିଛି । ତେବେ ଏସବୁ କାରଣରୁ ପୁଣି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ସହ ଦୁଇମିଟର ସାମାଜିକ ଦୂରତା ରକ୍ଷା କରିବାକୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଜାରି କରି ଦିଆଯାଇଛି । କଟକଣା ନ ମାନିଲେ ଦୃଢ କାର୍ଯ୍ଯନୁଷ୍ଠାନ ନିଆଯିବ ବୋଲି ବି-ଏମ୍-ସି ପକ୍ଷରୁ କୁହାଯାଇଛି ।