ଏହି ଦେଶରେ ଅଣ ମହିଳାଙ୍କ ସହିତ ସମ୍ବନ୍ଧ ରଖିବା ମହଙ୍ଗା ପଡିପାରେ, ହୋଇପାରେ ସାତ ବର୍ଷର ଜେଲ

ମୁସଲିମ ଦେଶରେ ଅଣ-ପୁରୁଷ କିମ୍ବା ଅଣ-ମହିଳାଙ୍କ ସହିତ ସମ୍ବନ୍ଧ ରଖିଲେ କଡା ଦଣ୍ଡର ବ୍ୟବସ୍ଥା ଅଛି। ଏହି ଦେଶରେ ସ୍ଵାମୀ-ସ୍ତ୍ରୀଙ୍କ ବ୍ୟତୀତ କେହିବି ବ୍ୟକ୍ତି ଅନ୍ୟ କାହାରି ସହିତ ସେକ୍ସ କରିପାରିବେ ନାହିଁ, ଯଦି ସେ ଏମିତି କରନ୍ତି ତେବେ ତାଙ୍କୁ କଡା ଦଣ୍ଡ ଦିଆଯାଏ। ମୁସଲିମ ଦେଶରେ ଏହି ନିୟମ ସେହି ଦେଶକୁ ଯାଉଥିବା ଅନ୍ୟ ବିଦେଶୀଙ୍କ ଉପରେ ମଧ୍ୟ ଲାଗୁ ହୁଏ

କତାରରେ ଲାଗୁ ଅଟେ ଏହି ନିୟମ:-

ଆପଣଙ୍କୁ ଜଣାଇଦେଉଛୁକି କତାରରେ ଫିପା ଫୁଟବଲ ବିଶ୍ଵକପ ଆୟୋଜନ ହେବାକୁ ଯାଉଛି। ଏଥିରେ ସାରା ବିଶ୍ବରୁ ଲୋକ ଫୁଟବଲ ମ୍ୟାଚ ଦେଖିବାକୁ କତାରକୁ ଆସିବେ। କିନ୍ତୁ ଏଠାକୁ ଆସୁଥିବା ଖେଳ ପ୍ରେମୀଙ୍କ ପାଇଁ ଏକ ଚେତାବନୀ ଅଛି। ଚେତାବନୀ ହେଉଛିକି କେହିବି ନିଜର ବିବାହିତା ସାଥୀଙ୍କ ବ୍ୟତୀତ ଆଉ କାହାରି ସହିତ ଶାରୀରିକ ସମ୍ବନ୍ଧ ରଖିପାରିବେ ନାହିଁ। ଏଠାରେ ସମଲିଙ୍ଗିକ ସମ୍ବନ୍ଧ ମଧ୍ୟ ଆଇନ ବିରୋଧୀ ଅଟେ। ଯଦି ଏମିତି କରୁଥିବା ସମୟରେ କୌଣସି ବିଦେଶୀ ନାଗରିକ ଧରାପଡ଼ନ୍ତି ତେବେ ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିବ। ସ୍ଵାମୀ-ସ୍ତ୍ରୀଙ୍କ ବିନା ସହମତିରେ ପରସ୍ପର ସହିତ ସମ୍ବନ୍ଧ ରଖିବା ଅପରାଧ ଅଟେ ଓ ତାଙ୍କୁ ଦଣ୍ଡ ମଧ୍ୟ ମିଳିପାରେ।

କତାରରେ ଫୁଟବଲ ମ୍ୟାଚ ପରେ ହେଉଥିବା ୱାଇନ ପାର୍ଟି ମଧ୍ୟ ହୋଇପାରିବ ନାହିଁ। କାରଣ ଏଠାରେ ମଦ ପିଇବା ଆଇନ ବିରୋଧୀ ଅଟେ। ଅଧିକାରୀମାନେ ସମସ୍ତ ହୋଟେଲରେ ନିର୍ଦ୍ଦେଶ ଦେଇଛନ୍ତିକି ଯେଉଁ ମହିଳା-ପୁରୁଷଙ୍କର ସରନେମ ଏକ ପ୍ରକାରର ନୁହେଁ ତାଙ୍କୁ ହୋଟେଲରେ ଗୋଟିଏ ରୁମ ଏଲର୍ଟ କରାଯିବ ନାହିଁ। ଏକ ସାଥିରେ ରୁମ ନେବା ପାଇଁ ତାଙ୍କୁ ଏକ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ହେବକି ସେମାନେ ସ୍ଵାମୀ-ସ୍ତ୍ରୀ ଅଟନ୍ତି।

ସାଉଦି ଆରବରେ ଏହି ନିୟମ:-

ସାଉଦି ଆରବରେ ଅଜଣା ପୁରୁଷ କିମ୍ବା ସ୍ତ୍ରୀ ଲୋକ ସମ୍ବନ୍ଧ ରଖିଲେ ତାଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହିପରି କାଣ୍ଡ କରୁଥିବା ଲୋକଙ୍କୁ ପଥର ମାରି ମୃତ୍ୟୁ ଦଣ୍ଡ ଦିଆଯାଏ। କୁମାରକୁ ଏଥିପାଇଁ ଶହେ କୋଡେ ମାରିବା ପାଇଁ ଦଣ୍ଡ ଦିଆଯାଏ।

ଇରାନରେ ମଧ୍ୟ ଏହି ନିୟମ:-

ଇରାନରେ ମଧ୍ୟ ସାଉଦି ଆରବ ପରି ଅବୈଧ ଶାରୀରିକ ସମ୍ବନ୍ଧ ରଖିଲେ ମୃତ୍ୟୁ ଦଣ୍ଡ ଶୁଣାଯାଏ। ଇରାନରେ ୨୦୧୩ ମସିହା ପୂର୍ବେ ପଥର ମାରି ମୃତ୍ୟୁ ଦଣ୍ଡ ଦିଆଯାଉଥିଲା। କିନ୍ତୁ ପରେ ଏହା ଅମାନବୀୟ ହେତୁ ଫାଶୀର ଦିଆଗଲା।

ୟୁଏଇରେ ମଧ୍ୟ ଏହି ନିୟମ:-

ସଂଯୁକ୍ତ ଆରବ ଏମିରଟରେ ଅନ୍ୟ ମୁସଲିମ ଦେଶ ଅପେକ୍ଷା କମ କଠୋର ଆଇନ ଅଟେ। ଏଠାରେ ୬ ମାସରୁ ନେଇ କିଛି ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଦିଆଯାଏ।

ଭାରତରେ ଏହି ନିୟମ:-

ଭାରତରେ ୧୮ ବର୍ଷରୁ ଅଧିକ ବୟସରୁ ଅଧିକ ବୟସର ଲୋକ ପରସ୍ପର ମଧ୍ୟରେ ଶାରୀରିକ ସମ୍ବନ୍ଧ ରଖନ୍ତି ତେବେ ସେ ଏହା ବେଆଇନ ନୁହେଁ। ନିକଟରେ ଭାରତର ସୁପ୍ରିମ କୋର୍ଟ ସମଲିଙ୍ଗିକ ଓ ଅଣ ସ୍ଵାମୀ-ସ୍ତ୍ରୀଙ୍କ ସମ୍ବନ୍ଧକୁ ଅପରାଧ ଶ୍ରେଣୀରୁ ବାହାର କରିଦିଆଯାଇଛି। କିନ୍ତୁ ଭାରତୀୟ ସେନା କଥା କହିଲେ ଏହାକୁ ଅପରାଧ ମନାଯାଏ। ଭାରତୀୟ ସେନାର କୌଣସି ଯବାନ ଯଦି କୌଣସି ଦ୍ଵିତୀୟ ଯବାନଙ୍କ ପତ୍ନୀଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖନ୍ତି ତେବେ ଏହା ଅନୁଶାସନହୀନତା ଶ୍ରେଣୀରେ ରଖାଯାଏ।

odiasambada
Comments (0)
Add Comment