ଆଜିର ସମୟରେ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ପାଲଟି ଯାଇଛି, ଯାହାଦ୍ଵାରା ଆମେ ନିଜ ଘରେ ବସି ମଧ୍ୟ ଦୁନିଆର ସବୁ ସ୍ଥାନର ଖବର ଜାଣି ପାରୁଛନ୍ତି । ଏହି ଖବର ଗୁଡ଼ିକ ମଧ୍ୟରୁ କିଛି ଖବର ଶୁଣିବାକୁ ଅଜବ ହୋଇଥାଏ, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଖବର ନେଇ ଆସିଛୁ, ଯାହାକି ଆଜିକାଲି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି ।
ବାସ୍ତବରେ ଏହି ଖବର ଝାଡ଼ଖଣ୍ଡର ଲୋହରଦଗାରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ଏକାବେଳେ ଦୁଇଜଣ ଯୁବତୀଙ୍କୁ ବିବାହ କରିଛନ୍ତି । ଏଥିରେ ସବୁଠାରୁ ଖାସ କଥା ଏହା ଯେ ଏହି ବିବାହରେ ସବୁ ସମ୍ପର୍କୀୟଙ୍କ ସହିତ ଜଣେ ବର ଏବଂ ଦୁଇଜଣ କନ୍ୟା ଉପସ୍ଥିତ ଥିଲେ । ଏକ ସାମୁହିକ ବିବାହ ହୋଇଥିଲେ ମଧ୍ୟ ସେଥିରେ ଜଣେ ବର ଏବଂ ଜଣେ କନ୍ୟା ଥାଆନ୍ତି । କିନ୍ତୁ ଝାଡ଼ଖଣ୍ଡରେ ରହୁଥିବା ଜଣେ ଯୁବକ ଦୁଇ ଯୁବତୀଙ୍କ ସହିତ ଏକାବେଳେ ବିବାହ କରିଛନ୍ତି । ସେ କହିଛି ଯେ ସେ ଦୁଇଜଣଙ୍କୁ ଭଲ ପାଏ ଏବଂ ଉଭୟଙ୍କ ମଧ୍ୟରୁ ସେ କାହାକୁ ବି ଛାଡ଼ି ପାରିବ ନାହିଁ । କୁହାଯାଏ ଯେ ପ୍ରେମ ଅନ୍ଧ ହୋଇଥାଏ, ଏହି କଥାକୁ ଏହି ଯୁବକ ଏବଂ ଦୁଇ ଯୁବତୀ ମିଶି ପ୍ରମାଣିତ କରିଦେଲେ ।
ଲିଭ-ଇନ୍ରେ ରହୁଥିବାବେଳେ ଗୋଟିଏ ସନ୍ତାନକୁ ଦେଇଥିଲେ ଜନ୍ମ :-
ଗୋଟିଏ ମଣ୍ଡପରେ ଦୁଇଜଣ ମହିଳାଙ୍କ ସହ ସାତ ଫେରା ନେଇଥିବା ଏହି ଯୁବକଙ୍କର ନାମ ହେଉଛି ସନ୍ଦୀପ । ସନ୍ଦୀପ କିଛି ସମୟ ପାଇଁ କୁସୁମ ନାମକ ଜଣେ ଝିଅ ସହ ଲିଭ୍-ଇନ୍ ସଂପର୍କରେ ଜୀବନ ବିତାଉଥିଲେ । କିନ୍ତୁ ତା’ପରେ ହଠାତ୍ ସେ ସ୍ଵାତି ନାମକ ଝିଅକୁ ଭଲପାଇ ବସିଲେ । ସ୍ଵାତି ଏବଂ ସନ୍ଦୀପଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଗଲେ ସନ୍ଦୀପ ପଶ୍ଚିମବଙ୍ଗରେ ଅବସ୍ଥିତ ଗୋଟିଏ ଇଟାଭାଟିରେ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ । କିନ୍ତୁ ଏହି ଯୁବକ ଏଠାରେ ସ୍ଵାତି ନାମକ ଜଣେ ଝିଅକୁ ଭେଟିଥିଲେ । ସେଠାରୁ ଫେରିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିଲା ।
ଉଲ୍ଲେଖନୀୟ କଥା ଏହା ଯେ ସନ୍ଦୀପ ନିଜେ ମଧ୍ୟ ଜାଣି ନଥିଲେ ଯେ ସେମାନଙ୍କ ବାର୍ତ୍ତାଳାପ କିପରି ପ୍ରେମରେ ପରିଣତ ହୋଇଗଲା । ଆଜ୍ଞା ହଁ, ଏହି ଯୁବକ କୁସୁମ ନାମକ ଝିଅ ସହ ସମ୍ପର୍କ ରଖିଥିବାବେଳେ ସ୍ଵାତି ନାମକ ଝିଅକୁ ମଧ୍ୟ ଭଲପାଇ ବସିଲେ । କେବଳ ଏତିକି ନୁହେଁ, ଯେତେବେଳେ ସନ୍ଦୀପ ଏବଂ କୁସୁମ ଲିଭ୍-ଇନ୍ ସଂପର୍କରେ ଏକାଠି ଜୀବନ ବିତାଉଥିଲେ, ସେତେବେଳେ ସେମାନଙ୍କର ଗୋଟିଏ ପୁଅ ମଧ୍ୟ ହୋଇଥିଲା । ତାଙ୍କ ପୁଅକୁ ବର୍ତ୍ତମାନ 3 ବର୍ଷ ହୋଇଯାଇଛି । ଏଭଳି ପରିସ୍ଥିତିରେ ସ୍ୱାତିଙ୍କ ସହ ତାଙ୍କର ଘନିଷ୍ଠତାକୁ କୁସୁମ କିମ୍ବା ତାଙ୍କ ଗ୍ରାମବାସୀ ପସନ୍ଦ କରୁନଥିଲେ ।
ସୂଚନା ପାଇଁ କହିରଖୁଛୁ ଯେ ସନ୍ଦୀପଙ୍କ ପରିବାର ସଦସ୍ୟଙ୍କ ସହ ସ୍ୱାତି ଏବଂ କୁସୁମଙ୍କ ପରିବାର ମଧ୍ୟ ଏହାକୁ ଦୃଢ଼ ବିରୋଧ କରିଥିଲେ । ପରିବାରରେ ଅନେକ ଝଗଡା ହୋଇଥିଲା ଏବଂ ଲୋକଙ୍କ କ୍ରୋଧ ବଢୁଥିବା ଦେଖି ସନ୍ଦୀପ ଉଭୟ କୁସୁମ ଏବଂ ସ୍ଵାତୀଙ୍କ ସହ ଗୋଟିଏ ମଣ୍ଡପରେ ବିବାହ କରିଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ବିବାହରେ ଉଭୟ ଯୁବତୀଙ୍କର କୌଣସି ଆପତ୍ତି ମଧ୍ୟ ନଥିଲା । କିନ୍ତୁ ଏହି ତିନିଜଣଙ୍କ ପରିବାର ସଦସ୍ୟ ଏଥିରେ ଆଦୌ ସହମତ ନଥିଲେ । ପରିଶେଷରେ ଏହି ମାମଲା ପଞ୍ଚାୟତରେ ବସିଲା ଏବଂ ସନ୍ଦୀପ ଉଭୟ ଝିଅଙ୍କ ସହିତ ବିବାହ କରିବେ ବୋଲି ନିଷ୍ପତ୍ତି ନିଆଗଲା । ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।