ଭାରତ – ଇଂଲଣ୍ଡ ୱର୍ମ ଅପ୍ ମ୍ୟାଚ: ଚେତଶ୍ୱର ପୂଜାରା,ଋଷଭ ପନ୍ଥ,ଓ ଜଶପ୍ରୀତ ବୁମରା ଖେଳିବେ ଭାରତୀୟ ଦଳ ବିରୁଦ୍ଧରେ, ଜାଣନ୍ତୁ କ’ଣ ରହିଛି ମାମଲା

ଭାରତୀୟ କ୍ରିକେଟ ଦଳ ଏବେ ଇଂଲଣ୍ଡ ଗସ୍ତରେ ରହିଛି|ଏଠାରେ ରୋହିତ ଶର୍ମାଂକ ଅଧିନାୟକତ୍ୱରେ ଭାରତକୁ ଇଂଲଣ୍ଡ ବିରୁଦ୍ଧରେ ଗୋଟିଏ ଟେଷ୍ଟ,୩ ଟି ଏକଦିବସୀୟ, ୩ ଟି ଟି-୨୦ ମ୍ୟାଚ ଖେଳିବାର ରହିଛି|ପାଞ୍ଚ ଟେଷ୍ଟ ସିରିଜର ଶେଷ ମ୍ୟାଚ ଜୁଲାଇରେ ବର୍ମିହାମରେ ଖେଳାଯିବ|

ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଏକ ୱର୍ମ ଅପ୍ ମ୍ୟାଚ ଖେଳିବାର ଅଛି|ଏହି ମୁକାବିଲା ଗୁରୁବାର (୨୩-୨୬ ଜୁନ୍) ଇଂଲିଶ କ୍ଲବ ଲିସେଷ୍ଟ ସାୟାରରେ ଖେଳାଯିବ|ଏହି ୱର୍ମ ଅପ ମ୍ୟାଚରେ ଭାରତର ୪ ଖେଳାଳି ନିଜ ଦଳ ବିରୁଦ୍ଧରେ ଖେଳିବାକୁ ଓହ୍ଲାଇବେ|

ଏହି ଖେଳାଳି ଚେତଶ୍ୱର ପୂଜାରା,ଋଷଭ ପନ୍ଥ,ଜଶପ୍ରୀତ ବୁମରା,ଓ ପ୍ରସିଦ୍ଧ କ୍ରୀଷ୍ଣା|ଏହି ଚାରି ଖେଳାଳି ଲିସେଷ୍ଟସାୟାର କ୍ଲବ ତରଫରୁ ଖେଳିବେ|ଏହି କ୍ଲବର ଅଧିନାୟକ ସୈମ ଇବାସ ହାତରେ ରହିବ|ଭାରତୀୟ ଦଳର ନେତୃତ୍ଵ ରୋହିତ ଶର୍ମାଂକ ହାତରେ ରହିବ|ଏହି ୪ ଦିବସୀୟ ୱର୍ମ ଅପ ମ୍ୟାଚରେ ୧୩-୧୩ ଖେଳାଳି ରହିବେ ଯେପରିକି ବୋଲିଙ୍ଗ ଉପରେ ଅଧିକ ୱର୍କ ଲୋଡ ପଡିବ ନାହିଁ|

ଲିସେଷ୍ଟସାୟାର କ୍ଲବ କହିଛନ୍ତି ଆମେ ୱର୍ମ ଅପ ମ୍ୟାଚ ପାଇଁ ଭାରତୀୟ ଦଳକୁ ସ୍ବାଗତ କରୁଛୁ|ଭାରତୀୟ ଦଳର ଚେତଶ୍ୱର ପୂଜାରା,ଋଷଭ ପନ୍ଥ,ଜଶପ୍ରୀତ ବୁମରା,ଓ କ୍ରୀଷ୍ଣା ଆମ କ୍ଲବ ତରଫରୁ ଖେଳିବେ|

ବୟାନରେ ସେ କହିଛନ୍ତି ଏହି ଚାରି ଖେଳାଳୀଙ୍କୁ ଆମ କ୍ଲବ ତରଫରୁ ଖେଳିବା ପାଇଁ ଭାରତୀୟ ବୋର୍ଡ ଓ ଇଂଲିଶ ବୋର୍ଡ ତରଫରୁ ସହମତି ମିଳିଛି|

ୱର୍ମ ଅପ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମାଂ( ଅଧିନାୟକ),ଶୁଭମ ଗିଲ,ବିରାଟ କୋହଲି,ଶ୍ରେୟଶ ଆୟର,ହନୁମା ବିହାରୀ,କେଏସ୍ ଭରତ( ୱିକେଟ କିପର), ରବୀନ୍ଦ୍ର ଜାଡେଜା,ଶାର୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ,ଉମେଶ ଯାଦବ

ଲିସେଷ୍ଟ ସାୟାର ଦଳ:

ସୈମ ଇବାନ୍ସ( ଅଧିନାୟକ),ରେହାନ ଅହମ୍ମଦ,ସୈମ ବେଟ୍ସ( ୱିକେଟ୍ କିପର),ନୈଟ ବାଉଲି,ବିଲ ଡେଭିସ୍,ଜୟ ଇବିସନ,ଲୂଇସ କିମ୍ବେର,ଅବି ସମ୍ଫଦେ,ରୋମନ ୱଙ୍କର,ଚେତଶ୍ୱର ପୂଜାରା,ଋଷଭ ପନ୍ଥ,ଜଶପ୍ରୀତ ବୁମରା,ଓ ପ୍ରସିଦ୍ଧ କ୍ରୀଷ୍ଣା

odia sambada
Comments (0)
Add Comment