ନବଜୋତ ସିଂହ ସିଦ୍ଧୁଙ୍କୁ ଜେ-ଲରେ ମିଳିଲା ମୁନ୍ସୀଙ୍କ କାମ, ଦୁଇଟି ଶିଫ୍ଟରେ କରିବେ ଡ୍ୟୁଟି …..

34 ବର୍ଷର ପୁରୁଣା ରୋଡ଼ ରେଜ ମାମଲାରେ ଏକବର୍ଷ ଧରି ଜେ-ଲଦ-ଣ୍ଡ ପାଇଥିବା ପୂର୍ବତନ କ୍ରିକେଟର ଓ ରାଜନେତା ନବଜୋତ ସିଂହ ସିଦ୍ଧୁଙ୍କୁ ପଟିୟାଲା ଜେଲରେ ଅଥରିଟିଙ୍କ ଦ୍ଵାରା ସହାୟକ କାମ ମିଳିଛି। ଯାହାକୁ ଜେ-ଲ ଭାଷାରେ ମୁନ୍ସୀ ବୋଲି କୁହାଯାଏ।

ଜେଲ ସୂତ୍ର କଥା ମାନିବାକୁ ଗଲେ ନବଜୋତ ସିଦ୍ଧୁ ମଙ୍ଗଳବାର ଠାରୁ ହିଁ ନିଜର କାମକୁ ଆରମ୍ଭ କରିସାରିଛନ୍ତି। ନବଜୋତ ସିଂହ ସିଦ୍ଧୁ ନିଜର କାମ ଦୁଇଟି ଶିଫ୍ଟରେ ପୂରଣ କରିବେ। ଗୋଟିଏ ଶିଫ୍ଟ ସକାଳ 9 ଘଟିକାରୁ 12 ଘଟିକା ଓ ଦ୍ୱିପ୍ରହର 3 ଘଟିକାରୁ ସନ୍ଧ୍ୟା 5 ଘଟିକା ରହିବ। ଏହାମଧ୍ୟରେ ତାଙ୍କୁ ତିନି ଘଣ୍ଟାର ବ୍ରେକ ମଧ୍ୟ ଦିଆଯିବ।

ସିଦ୍ଧୁ ଖାଉନାହାଁନ୍ତି ଜେ-ଲର ଡାଲି-ରୁଟି:-

ଖବର ଆସିଛି କି, ସିଦ୍ଧୁ ଜେ-ଲର ଡାଲି-ରୁଟି ଖାଇବାକୁ ମନା କରିଦେଲେ ଯାହାଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଥିଲା ଓ ସୋମବାର ଦିନ ପଟିୟାଲାର ରାଜେନ୍ଦ୍ର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ସିଦ୍ଧୁ ଏଥିରେ କୁହନ୍ତି କି, ତାଙ୍କୁ ଗହମରେ ଆଲର୍ଜି ରହିଛି। ଯାହାଦ୍ୱାରା ସେ ଜେ-ଲର ଖାଦ୍ୟ ଖାଇବାକୁ ମନା କରିଦେଇଛନ୍ତି। ବର୍ତ୍ତମାନ ସେ କେବଳ ସାଲାଡ଼ ଖାଉଛନ୍ତି।

ସିଦ୍ଧୁଙ୍କ ମିଡ଼ିଆ ଉପଦେଶକାରୀ ସୁରିନ୍ଦର ଡାଲାଙ୍କ କହିବା ହେଲା ବହୁତ ସମୟ ହେବ ତାଙ୍କର ଗହମରେ ଆଲର୍ଜି ରହିଛି। ସେଥିପାଇଁ ସେ ରୁଟି ଖାଉନାହାଁନ୍ତି ଓ ତାଙ୍କୁ ଏକ ସ୍ପେସିଆଲ ଡ଼ାଇଟ ଦିଆଯାଉଛି।

ଡାଇଟ ଚାର୍ଟ :-

ହସ୍ପିଟାଲ ତରଫରୁ କୁହାଯାଇଛି, ସିଦ୍ଧୁ ପ୍ରଥମେ ଖାଲି ପେଟରେ ନଡ଼ିଆ ପାଣି କିମ୍ବା ଜୁସ ପିଅନ୍ତି। ଏହାପରେ ରୋଜମାରି ଚା’ ପିଅନ୍ତି।

ଡ଼କ୍ଟର୍ସ ଉପଦେଶ ଦେଇଛନ୍ତି ଯେ, ଲଞ୍ଚ ପୂର୍ବରୁ ସିଦ୍ଧୁଙ୍କୁ ବିଟ,କାକୁଡ଼ି,ତୁଳସୀ,ଅଁଳା ର ରସ ଗୋଟିଏ ଗ୍ଲାସ ଦିଆଯିବ। ନହେଲେ ତରଭୁଜ, ଲିଚୁ, ପିଜୁଳି, ସେଓ କିମ୍ବା ବେଲ ରସ ପିଇପାରିବେ।

ଡ଼କ୍ଟର ଏହାମଧ୍ୟ କହିଛନ୍ତି, ଯଦି ଜୁସ ଉପଲବ୍ଧ ହେଉନାହିଁ ତାହେଲେ ପାଣିରେ ଭିଜା ଯାଇଥିବା ଚଣା, ଗ୍ରୀନ ମଟର, କାକୁଡ଼ି, ଟମାଟୋ ଓ ଲେମ୍ବୁ ସେବନ କରନ୍ତୁ। ଏହାସହ 5-6 ଟି ବାଦାମ ଖାଆନ୍ତୁ

odia sambada
Comments (0)
Add Comment