ମଣ୍ଡପରେ ଅଚାନକ ସାମ୍ନାକୁ ଆସିଲା ବରର ଅଜବ କାମ, ସମସ୍ତେ ହସିଲେ, କନ୍ୟା ଦେଖିବା ମାତ୍ରେ ହିଁ ବିବାହ କରିବାକୁ କରିଦେଲା ମନା

ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି, ତେବେ କୌଣସି ଜିନିଷକୁ ଲୁଚାଇ ରଖନ୍ତୁ ନାହିଁ, ନଚେତ୍ ଏହା ଆପଣଙ୍କ ଉପରେ ଭାରି ପଡିପାରେ । କାନପୁରର ଯୁବକଙ୍କୁ ଏହି ଶିକ୍ଷା ମିଳିଯାଇଛି, ଯେତେବେଳେ ତାର କନ୍ୟା ବିବାହ କରିବାକୁ ମନା କରିଦେଲା । ମାମଲା କାନପୁର ନଗରର ଅଟେ । ଏଠାରେ ସଫିପୂର୍ କୋଟବାଲି ଅଞ୍ଚଳରେ ରଖୁଥିବା ଲଖନ୍ କଶ୍ୟପ ନିଜ ଝିଅ ନିଶାଙ୍କ ପାଇଁ ବର ଦେଖୁଥିଲେ ।

ଏହି ସମୟରେ ତାଙ୍କର କାନପୁରର ବିକାଶ କଲୋନୀରେ ରହୁଥିବା କଶ୍ୟପ ପରିବାର ସହିତ ଦେଖା ହେଲା । ତାଙ୍କ ପୁଅ ପଙ୍କଜ ମଧ୍ୟ ବିବାହ ଯୋଗ୍ୟା ଥିଲା ଏବଂ ନିଜ ପାଇଁ ଝିଅ ଖୋଜୁଥିଲା । ଉଭୟ ପରିବାର ଦେଖା କରିବାକୁ ନିଷ୍ପତ୍ତି ନେଲେ । ଏହାପରେ ନିଶା ଏବଂ ପଙ୍କଜଙ୍କର ମଧ୍ୟ ଦେଖା ହେଲା । ଦୁହେଁ ପରସ୍ପରକୁ ପସନ୍ଦ କଲେ ଏବଂ ବିବାହ ପାଇଁ ରାଜି ହୋଇଗଲେ ।

ଧୁମଧାମରେ ଆସିଲେ ବରଯାତ୍ରୀ, ବରର ମୁଣ୍ଡ ବୁଲାଇଲା :-

ମେ 20 ତାରିଖରେ ଦୁଇ ପରିବାର ବିବାହ ପାଇଁ ପ୍ରସ୍ତୁତି କରିଥିଲେ । ନିଶାଙ୍କ ଘରଲୋକେ ବିବାହର ସବୁ ବ୍ୟବସ୍ଥା କରି ରଖିଥିଲେ । ବରଯାତ୍ରୀଙ୍କ ସ୍ବାଗତ ପାଇଁ ସବୁ ପ୍ରସ୍ତୁତି ହୋଇଥିଲା । ସ୍ଥିର ସମୟରେ ବର ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଗଲା । ଏହାପରେ ବରଯାତ୍ରୀଙ୍କୁ ସ୍ଵାଗତ ପାଇଁ ସବୁ ଲୋକ ଲାଗିପଡିଲେ ।

ସମସ୍ତଙ୍କର ବହୁତ୍ ସମ୍ମାନର ସହିତ ସ୍ବାଗତ କରାଗଲା । ବାଜା ଏବଂ ସାଉଣ୍ଡ ସହିତ ନାଚି ନାଚି ବରଯାତ୍ରୀ ମଧ୍ୟ ବହୁତ୍ ଖୁସି ହେଲେ । ଏହାପରେ ଯୁବକ ଏବଂ ଯୁବତୀଙ୍କୁ ବରଣମାଳା ପାଇଁ ଡକାଗଲା । ବରଣମାଳା ସମ୍ପନ୍ନ ହେବାପରେ ବର ମଣ୍ଡପରେ ପହଞ୍ଚିବା ମାତ୍ରେ ଅଚାନକ ତାର ମୁଣ୍ଡ ବୁଲାଇଲା । ଏହାପରେ ଯାଇ ତାର ପୋଲ ଖୋଲିଗଲା ।

ଜାଣନ୍ତୁ କଣ ଦେଖିବାରୁ କନ୍ୟା ହେଲା ଆଶ୍ଚର୍ଯ୍ୟ :-

ମଣ୍ଡପରେ ଯେତେବେଳେ ବରର ମୁଣ୍ଡ ବୁଲାଇଲା ସେତେବେଳେ ସେ ବେହୋସ୍ ହୋଇଗଲା ଏବଂ ତଳେ ପଡ଼ିଲା । ଏହାପରେ ହେବାକୁ ଯାଉଥିବା ଭେନେ଼ଇକୁ ସମ୍ଭାଳିବା ପାଇଁ ତାର ଶଳା ବିପିନ ଆସିଗଲା । ସେ ବରର ମୁଣ୍ତରେ ପାଣି ଛିଟା ମାରିଲା ଏବଂ ଭେନେଇର ମୁଣ୍ଡ ହଲିବାକୁ ଲାଗିଲା । ଏତିକିରେ ହିଁ ବରର ବିଗ ବାହାରିଗଲା । ଏହି ଦୃଶ୍ୟ ଦେଖି ସେଠାରେ ଥିବା ଲୋକମାନେ ହସିବାକୁ ଲାଗିଲେ ।

ସେହିପରି କନ୍ୟା ଚନ୍ଦା ବରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସେ ଚନ୍ଦା ବର ସହିତ ବିବାହ କରିବାକୁ ସିଧାସଳଖ ମନା କରିଦେଲା । ସେହିପରି କନ୍ୟାର ଘର ଲୋକମାନେ ମଧ୍ୟ ବର ଉପରେ ଧୋକା ଦେବାର ଆରୋପ ଲଗାଇଲେ । ଏହାମଧ୍ୟରେ ସେହି ଲୋକମାନେ ବରକୁ ବନ୍ଧକ କରିଦେଲେ । କଥା ପୋଲିସ ପର୍ଯ୍ୟନ୍ତ ପହଞ୍ଚିଲା । ତାପରେ ପୋଲିସ ଯେମିତି ବି ହେଉ ସେଠାରୁ ବରକୁ ମୁକ୍ତ କରାଇଲା । ପୋଲିସ ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା କରିଦେଲା ।

odia sambada
Comments (0)
Add Comment