ଏୟାରପୋର୍ଟରୁ ଚୋରି ହେଲା ଇମ୍ରାନ ଖାନଙ୍କ ମୋବାଇଲ ଫୋନ୍, ” ହତ୍ୟାର ଷଡ଼ଯନ୍ତ୍ର” କରୁଥିବା ଲୋକଙ୍କର ଥିଲା ଭିଡିଓ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦୁଇଟି ଦୁଇଟି ମୋବାଇଲ ଫୋନ୍ ଚୋରି ହୋଇଯାଇଛି । କିନ୍ତୁ ଏହି ଫୋନ୍ ଚୋରି ହେବାର ଟାଇମିଙ୍ଗ ଉପରେ ପ୍ରଶ୍ନ ଉଠୁଛି । ବାସ୍ତବରେ ପାକିସ୍ତାନର ସର୍ବୋଚ୍ଚ ଶାସକ ଦଳର ନେତା ମରିୟମ ନୱାଜ ଇମ୍ରାନ ଖାନଙ୍କ ଠାରୁ ତାଙ୍କର କଥିତ “ହତ୍ୟା ଷଡଯନ୍ତ୍ର”ର ପ୍ରମାଣ ମାଗିଥିଲେ । ଏହା ପରେ ବର୍ତ୍ତମାନ ଇମ୍ରାନ ଖାନଙ୍କ ଜଣେ ସହଯୋଗୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦୁଇଟି ସେଲଫୋନ, ଯେଉଁଥିରେ ଭିଡିଓ ରେକର୍ଡିଂ ଏବଂ କଥିତ ଭାବରେ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିବା ସମସ୍ତ ବ୍ୟକ୍ତିଙ୍କ ନାମ ଥିଲା, ତାହା ଚୋରି ହୋଇଯାଇଛି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦ୍ଵାରା ତାଙ୍କ ହତ୍ୟାର କଥିତ ଭାବରେ ଷଡଯନ୍ତ୍ର କରିଥିବା ସବୁ ପ୍ରକାଶ କରୁଥିବା ଏକ ଭିଡିଓ କ୍ଲିପ ପ୍ରସ୍ତୁତ କରିବାର ଦାବି କରାଯିବା ପରେ ତାଙ୍କର ଦୁଇଟି ମୋବାଇଲ ଫୋନ ଚୋରି ହୋଇଛି । ଏହି ସୂଚନା ସୋମବାର ଦିନ ସାମ୍ନାକୁ ଆସିଛି । ଖାନଙ୍କ ମୁଖପାତ୍ର ଶାହବାଜ ଗିଲ ଟ୍ୱିଟ୍ କରି କହିଛନ୍ତି ଯେ ଖାନ ଶନିବାର ଦିନ ରାଲିକୁ ସମ୍ବୋଧିତ କରିବାକୁ ଯାଇଥିଲେ, ଠିକ୍ ସେତିକିବେଳେ ସିଆଲକୋଟ ଏୟାରପୋର୍ଟରେ ତାଙ୍କ ଫୋନ ଚୋରି ହୋଇଗଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଲିରେ ତାଙ୍କ ସମର୍ଥକଙ୍କୁ କହିଥିଲେ ଯେ ତାଙ୍କ ଜୀବନ ବିପଦରେ ଅଛି ଏବଂ ସେ “ସମସ୍ତ ଷଡଯନ୍ତ୍ରକାରୀଙ୍କ” ନାମ ପ୍ରକାଶ କରୁଥିବା ଏକ ଭିଡିଓ ରେକର୍ଡ କରିଛନ୍ତି । ସେ ଚେତାବନୀ ଦେଲେ ଯେ ଯଦି ତାଙ୍କର (ଖାନ) ହତ୍ୟା ହୁଏ, ତେବେ ଏପରି ପରିସ୍ଥିତିରେ ଏହି ଭିଡିଓ ରିଲିଜ କରିଦିଆଯିବ ।

ଗିଲ କହିଛନ୍ତି ଯେ ଗୋଟିଏ ପଟେ ଇମ୍ରାନ ଖାନଙ୍କୁ ଜାଣିଶୁଣି କୌଣସି ସୁରକ୍ଷା ଯୋଗାଇ ଦିଆଯାଇ ନାହିଁ ଏବଂ ଅନ୍ୟ ପଟେ ତାଙ୍କର ଦୁଇଟି ଫୋନ ଚୋରି ହୋଇଯାଇଛି । ପୂର୍ବତନ ପରାମର୍ଶଦାତା କାହାର ନାମ ନ ଦେଇ କହିଛନ୍ତି ଯେ, ” ଆପଣ ସମ୍ପୂର୍ଣ୍ଣ ଭାବରେ ଦ୍ୱନ୍ଦ୍ୱରେ ପଡିଛନ୍ତି, କାରଣ ଖାନ ଯେଉଁ ଭିଡିଓ ରେକର୍ଡ କରିଛନ୍ତି, ତାହା ଏହି ଫୋନରେ ନାହିଁ ।” ଏହି ଚୋରି ସମ୍ପର୍କରେ ଗିଲଙ୍କ ମନ୍ତବ୍ୟ ଉପରେ ସରକାରଙ୍କ ତରଫରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ ।

odia sambada
Comments (0)
Add Comment