ଦେଖନ୍ତୁ ଭିଡ଼ିଓ : ୮ ବର୍ଷୀୟ ପୁଅର ଶବକୁ କାନ୍ଧରେ ଲଦି ବାଇକରେ ନେଇଯିବାକୁ ବାଧ୍ୟ ହେଲେ ବାପା, ଆମ୍ବୁଲାନ୍ସ ବାଲା କଲେ ନାହିଁ ସାହାଯ୍ୟ

ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ମାନବତାକୁ ଲଜ୍ଜିତ କରିଦେବା ଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଅସହାୟ ବାପା ନିଜ 8 ବର୍ଷର ପୁଅର ଶବକୁ କାନ୍ଧରେ ଲଦି ବାଇକରେ ନେଇଯିବାକୁ ବାଧ୍ୟ ହୋଇଥିଲେ । କାରଣ ତାଙ୍କୁ ନିଜ ପୁଅର ଶବକୁ ବୋହି ନେବା ପାଇଁ ଗାଡି ମିଳିଲା ନାହିଁ ।

ବାସ୍ତବରେ ଏହି ଘଟଣାଟି ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ସଙ୍ଗମ ଗାଁର ଅଟେ, ଯେଉଁଠାରେ ଆମ୍ବୁଲାନ୍ସ ଡ଼୍ରାଇଭର ସାହାଯ୍ୟ କରିବାକୁ ମନା କରି ଦେଇଥିଲା । ଯେଉଁ କାରଣରୁ ଜଣେ ଅସହାୟ ବାପାଙ୍କୁ ନିଜ 8 ବର୍ଷୀୟ ପୁଅର ଶବକୁ କାନ୍ଧରେ ରଖି ବାଇକରେ ଘରକୁ ନେବାକୁ ପଡ଼ିଲା ।

ପାଣିରେ ବୁଡିଯିବା କାରଣରୁ ହୋଇଥିଲା ମୃତ୍ୟୁ :-

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାକୁ ନେଇ ଏପରି କୁହାଯାଉଛି ଯେ ବୁଧବାର ଦିନ ନେଲୋର ଜିଲ୍ଲାର କାନିଗିରି ଜଳଭଣ୍ଡାରର ମୁଖ୍ୟ କେନାଲରେ ଦୁଇଜଣ ପିଲା ବୁଡିଯାଇଥିଲେ, ଯେଉଁ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଯାଇ ଥିଲା । ତହସିଲଦାରଙ୍କ ଅନୁଯାୟୀ, ଶ୍ରୀରାମ (8) ଏବଂ ଇଶ୍ୱର (10) ନାମକ ଦୁଇଟି ପିଲା କେନାଲରେ ବୁଡ଼ି ଯାଇଥିଲେ । ଗ୍ରାମବାସୀଙ୍କ ଦ୍ବାରା ଈଶ୍ବରଙ୍କ ଶବକୁ କେନାଲରୁ ବାହାର କରି ଘରକୁ ନିଆଯାଇଥିଲା ।

କିନ୍ତୁ ଶ୍ରୀରାମଙ୍କୁ ପାଣିରୁ ବାହାର କରିବା ପରେ ତାଙ୍କ ବାପା ତୁରନ୍ତ ତାଙ୍କୁ ନିକଟସ୍ଥ PHC କୁ ଚିକିତ୍ସା ପାଇଁ ନେଇଯାଇଥିଲେ । ଯେତେବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିଥିଲେ, ସେତେବେଳେ ସେମାନେ ଶ୍ରୀରାମଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବାନୁସାରେ, ଶିଶୁଟିକୁ ମୃତ ଅବସ୍ଥାରେ ଅଣାଯାଇଥିଲା । ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ଆମ୍ବୁଲାନ୍ସ ବାଲା ସାହାଯ୍ୟ କରିବାକୁ ମନା କଲେ :-

ସେହିପରି ଡାକ୍ତର ଆମ୍ବୁଲାନ୍ସ ସେବା ଦ୍ଵାରା ଶବକୁ ଘରକୁ ନେବାକୁ କହିଥିଲେ । ଏହା ପରେ ଶ୍ରୀରାମଙ୍କ ବାପା ଆମ୍ବୁଲାନ୍ସରେ ପହଞ୍ଚିଥିଲେ, କିନ୍ତୁ ସେ ଶବକୁ ନେବାକୁ ମନା କରିଦେଇଥିଲେ । ଏହା ସହିତ ଗାଡ଼ି ଉପଲବ୍ଧତା ନାହିଁ ବୋଲି କୁହାଯାଇଥିଲା । ଏହା ପରେ, ଅନ୍ୟ ଏକ ଯାନର ବ୍ୟବସ୍ଥାକୁ ଅପେକ୍ଷା କରିବା ପରିବର୍ତ୍ତେ, ବାପା ଗୋଟିଏ ବାଇକରେ ବାଧ୍ୟ ହୋଇ ନିଜ ପୁଅର ଶବକୁ ଘରକୁ ନେଇଗଲେ ।

PHC ରୁ ଘରର ଦୂରତା ଏକ କିଲୋମିଟରରୁ କମ ଅଟେ । ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇବା ମାତ୍ରେ ରାଜ୍ୟରେ ରାଜନୀତିକ ସମାଲୋଚନା ଦେଖାଗଲା । ଅନେକ ନେତା ଏବଂ ଅଫିସର୍ ଟୁଇଟ କରି ଏହାକୁ ନିନ୍ଦା କରିଥିଲେ ।

odia sambada
Comments (0)
Add Comment