ମା ବାପା ପରିବା ଠେଲା ଲଗାନ୍ତି,ଆଉ ବର୍ତମାନ ତାଙ୍କ ଝିଅ ହୋଇଗଲେ ଜଜ୍, ଜାଣନ୍ତୁ ପରିଶ୍ରମ ଆଗରେ କିପରି ଭାଗ୍ୟ ମଧ୍ୟ ହାର ମାନେ

ଗରିବର ଜୀବନ ହେଉ,ମାତା ପିତା ଠେଲାରେ ପରିବା ବିକ୍ରି କରି ଜୀବିକା ଉପାର୍ଜନ କରିଥାନ୍ତି ସେତେବେଳେ ଭାଗ୍ୟ ଏଭଳି କଠିନ ପରିସ୍ଥିତିରେ ଦୁଃଖମୟ ଜୀବନ ଲେଖିଥିଲେ|କିନ୍ତୁ ଏହି ଝିଅ ନିଜର ଅଧ୍ୟୟନ ଓ ସାଧନା ବଳରେ ନିଜ ଭାଗ୍ୟ ଲେଖିଥିଲେ ଫଳରେ ଉଚ୍ଚ ପଦରେ ବସିଥିଲେ|

ମଧ୍ୟପ୍ରଦେଶର ଇନ୍ଦୋରରେ ପରିବା ବିକାଳୀର ଝିଅ ସିଭିଲ ଜଜ୍ ବନିଗଲେ|ବୁଧବାର ୨୫ ବର୍ଷୀୟ ଅଙ୍କିତା ନାଗର ଏହି ଖୁସି ଖବର ପ୍ରଥମେ ମା’କୁ ଦେଇଥିଲେ|ମା ଠେଲାରେ ପରିବା ବିକ୍ରି କରୁଥିଲେ|ଅଙ୍କିତା ରେଜଲ୍ଟର ପ୍ରିଣ୍ଟ ନେଇ ମା ପାଖକୁ ଯାଇ କହିଲେ ମୁଁ ଜଜ୍ ବନିଗଲି|ସେ କହିଛନ୍ତି ରେଜଲ୍ଟ ଏକ ସପ୍ତାହ ପୂର୍ବରୁ ବାହାରିଲା କିନ୍ତୁ ପରିବାରର ଜଣଙ୍କ ମୃତ୍ୟୁ ଫଳରେ ସମସ୍ତେ ବାହାରେ ଥିଲେ|ଦୁଃଖମୟ ପରିସ୍ଥିତି ଥିଲା ତେଣୁ ସେ ବତାଇ ପାରି ନଥିଲେ|

ଅଙ୍କିତା ନଗରର ସିଭିଲ ଜଜ୍ ପରୀକ୍ଷାରେ ନିଜ ଏସସି କୋଟାରେ ପଞ୍ଚମ ସ୍ଥାନ ହାସଲ କରିଛନ୍ତି|ସେ କହିଛନ୍ତି ପରିବାରର ସମସ୍ତ ସଦସ୍ୟ ପରିବା ବିକୁଥିଲେ|ବାପା ୫ଟାରେ ଉଠି ମଣ୍ଡି ଯାଇଥାନ୍ତି|ମା ୮ ଟା ଭିତରେ ଖାଇବା ବନାଇ ଠେଲା ପାଖକୁ ଯାଇଥାନ୍ତି|ବଡ ଭାଇ ଆକାଶ ରେତ ମଣ୍ଡିରେ ମଜଦୁର କରେ|ଛୋଟ ଭଉଣୀର ଵିଵାହ ହୋଇ ସାରିଛି|

ସେ ଦୈନିକ ୮ ଘଣ୍ଟା ପଢୁଥିଲେ|ସନ୍ଧ୍ୟାରେ ଯେତେବେଳେ ଠେଲାରେ ଅଧିକ ଭିଡ ଲାଗେ ସେ ପରିବା ବିକିବା ପାଇଁ ଯାଇଥାନ୍ତି|ରାତି ୧୦ଟାରେ ଦୋକାନ ବନ୍ଦ କରି ଆସନ୍ତି|୧୧ ଟାରେ ପଢିବା ପାଇଁ ବସି ଯାଇଛନ୍ତି|

ସେ ତିନି ବର୍ଷ ଧରି ସିଭିଲ ଜଜ୍ ପ୍ରସ୍ତୁତି କରୁଥିଲେ|୨୦୧୭ ରେ ସେ ଇନ୍ଦୋରର ବୈଷ୍ଣବ କଲେଜରୁ ଏଲ୍ଏଲବି କରିଥିଲେ|ଏହାପରେ ୨୦୨୧ରେ ଏଲ୍ଏଲ୍ଏମ ରେ ପାସ କରିଥିଲେ|ବାପା ଉଧାର ନେଇ ଫିସ ଦେଉଥିଲେ|ସେ ଲଗାତାର ପ୍ରସ୍ତୁତି କରୁଥିଲେ|ଦୁଇଥର ଅସଫଳ ପରେ ବାପା ମା ସାହସ ଦେଉଥିଲେ|ଯେତେବେଳେ ପରୀକ୍ଷା ଫଳ ପ୍ରକାଶିତ ହେଲା ସେତେବେଳେ ସେ ପ୍ରଥମେ ମା ପାଖକୁ ଯାଇଥିଲେ|

ସେ କହିଲେ ତାଙ୍କ ଘରେ ଛୋଟ ବଖରା ଥିଲା|ଗରମରେ ଛାତ ଗରମ ଓ ବର୍ଷାରେ ପାଣି ପଡ଼ୁଥିଲା|ଭାଇ କିଛି ଦିନ ପୂର୍ବେ ଗୋଟିଏ କୁଲର ଆଣିଥିଲେ|ମୋ ପରିବାର ମୋ ପାଇଁ ଯାହା କଲେ ତା ପାଇଁ ଶବ୍ଦ ନାହିଁ|

ତାଙ୍କ ବାପା କହିଲେ ଯେ ଅଙ୍କିତା ବହୁ ସଂଘର୍ଷ କରିଥିଲେ|ଆମର ଆର୍ଥିକ ଅନଟନ ସତ୍ୱେ ତାଙ୍କ ପଢା ଅଟକାଇ ନଥିଲେ|ତାଙ୍କ ମା କହିଛନ୍ତି ଝିଅ ଜଜ୍ ବନିବା ଖଵର ଶୁଣି ମୋ ଆଖିରୁ ଖୁସିରେ ଲୁହଧାର ଝରିଗଲା|

odiasambada
Comments (0)
Add Comment