ଯଦି ଆପଣଙ୍କର କିମ୍ବା ଆପଣଙ୍କ ପରିବାରରେ କୌଣସି ବ୍ୟକ୍ତିର ପୋଷ୍ଟ ଅଫିସରେ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ବହୁତ୍ ଜରୁରୀ ଏହି ଖବର

ଯଦି ଆପଣଙ୍କର କିମ୍ବା ଆପଣଙ୍କ ପରିବାରରେ ଯେକୌଣସି ବ୍ୟକ୍ତିର ପୋଷ୍ଟ ଅଫିସରେ ଆକାଉଣ୍ଟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ୍ ଜରୁରୀ ଅଟେ । ଆଜିକାଲି ଆପଣ ଏବଂ ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ଏପରି ଖବର ଶୁଣିଥାଆନ୍ତି, ଯାହା ମାଧ୍ୟମରେ ସରକାରୀ ଯୋଜନା ନାମରେ ଫ୍ରଡ କେସ ସାମ୍ନାକୁ ଆସିଥାଏ ।

ଆଜିକାଲି ସୋସିଆଲ ମିଡିଆରେ ଗୋଟିଏ ଖବର ବହୁତ୍ ଭାଇରାଲ ହେଉଛି । ଏହି ଖବରରେ ଦାବି କରାଯାଉଛି ଯେ ପୋଷ୍ଟ ଅଫିସ ଗୋଟିଏ ଲକି ଡ୍ର ବାହାର କରିଛି । ଯାହା ମାଧ୍ୟମରେ ଆପଣ 6 ହଜାର ଟଙ୍କା ପର୍ଯ୍ୟନ୍ତ ଜିତି ପାରିବେ । ବର୍ତ୍ତମାନ ଏହାକୁ ନେଇ ପୋଷ୍ଟ ଅଫିସ ଗୋଟିଏ ପରାମର୍ଶ ଜାରି କରିଛି । ସେହିପରି ଆଜି ଗୋଟିଏ ଫେକ ୱେବସାଇଟ ଏବଂ ୟୁଆରଏଲକୁ ନେଇ ସୋସିଆଲ ମିଡିଆରେ ଗୋଟିଏ ପରାମର୍ଶ ଜାରି କରାଯାଇଛି ।

ଏହି ପରାମର୍ଶରେ କୁହାଯାଇଛି ଯେ ଇଣ୍ଡିଆ ପୋଷ୍ଟ କୌଣସି ପ୍ରକାରର ମଧ୍ୟ ଲକି ଡ୍ର କିମ୍ବା ଏହା ସହିତ ଜଡିତ କୌଣସି ଅଫର ଜାରି କରିନାହିଁ । ଏହାସହିତ ଲୋକମାନେ ଏହାଠାରୁ ଦୂରେଇ ରହିବାକୁ ମଧ୍ୟ କୁହାଯାଇଛି । ଏଥିରେ ଲୋକମାନଙ୍କୁ ନିବେଦନ କରାଯାଇଛି ଯେ ଯେତେବେଳେ ବି ସେମାନଙ୍କୁ ଏହିପରି ମେସେଜ ଦେଖାଯାଏ, ସେତେବେଳେ ଆପଣ ଇଣ୍ଡିଆନ ପୋଷ୍ଟର ୱେବସାଇଟକୁ ଯାଇ ଚେକ୍ କରିନିଅନ୍ତୁ ।

ବାସ୍ତବରେ କିଛି ଲୋକ ଏହିପରି କିଛି କାମ କରିଥାନ୍ତି, ସେମାନେ ସରକାରୀ ଯୋଜନା ନାମ ନେଇ ଲୋକଙ୍କୁ ମୂର୍ଖ କରିବାର କାମ କରନ୍ତି ।ବର୍ତ୍ତମାନ କିନ୍ତୁ ଏହି ମାମଲା ପୋଷ୍ଟ ଅଫିସ ସହିତ ଜଡ଼ିତ । ଏହିଥିରେ ଦାବି କରାଯାଉଛି ଯେ ପୋଷ୍ଟ ଅଫିସ ଆପଣଙ୍କୁ 6 ହଜାର ଟଙ୍କା ପର୍ଯ୍ୟନ୍ତ ଜିତିବାର ସୁଯୋଗ ଦେଉଛି ।

ଆମେ ମଧ୍ୟ ଆପଣଙ୍କୁ ପରାମର୍ଶ ଦେଉଛୁ ଯେ ଏହିପରି କୌଣସି ପ୍ରକାରର ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ ଏବଂ ଏପରି ସୂଚନା ମିଳିବା ମାତ୍ରେ ହିଁ ପୋଲିସକୁ ସୂଚନା ଦିଅନ୍ତୁ ।

odia sambada
Comments (0)
Add Comment