ଯଦି ଆପଣ ଚାଷ କରି ବମ୍ପର ଆୟ କରିବାକୁ ଚାହୁଁଛନ୍ତି ତେଵେ ମୁଁ ଆଜି ଆପଣଙ୍କୁ ଏଭଳି ଏକ ପ୍ରଡକ୍ଟ ବିଷୟରେ କହିବି ଫଳରେ ଆପଣଙ୍କ ଭାଗ୍ୟ ଖୋଲିଯିବ|ଏହା ଏପରି ଏକ ବ୍ୟବସାୟ ଯାହା ଗୋଟିଏ ଝଟକାରେ ମାଲାମାଲ ହେବାର ପୂରା ସମ୍ଭାବନା ରହିଛି|ମୁ କହୁଛି କଳା ହଳଦୀ ସମ୍ପର୍କରେ,ଏହା ସବୁଠାରୁ ମହଙ୍ଗା ବିକ୍ରି ହେଉଥିବା ପ୍ରଡକ୍ଟ ମଧ୍ୟରେ ଅନ୍ୟତମ|ଏହାର ବହୁ ଔଷଧୀୟ ମୂଲ୍ୟ ହେତୁ ଏହାର ଦାମ ଅଧିକ ରହିଛି|
ଏହି ଚାଷ ଏକ ଲାଭଜନକ ବ୍ୟବସାୟ|କଳା ହଳଦୀ ଗଛର ପତ୍ରର ମଝିରେ ଗୋଟିଏ କଳା ଧାର ହୋଇଥାଏ|ଏହାର କନ୍ଦ ଭିତରେ କଳା ବା ବାଇଗଣି ରଙ୍ଗର ହୋଇଥାଏ|ଚାଲନ୍ତୁ ଏହାର ଚାଷ ସମ୍ପର୍କରେ ଜାଣିବା:
କଳାହଳଦୀ ଚାଷ ଜୁନ ମାସରେ କରାଯାଏ|ଏହାର ଚାଷ ଧୂସର ଦୋମଟ ମାଟିରେ ହୋଇଥାଏ|ଏହାର ଚାଷ କରିବା ସମୟରେ ଧ୍ୟାନ ଦେବା ଆବଶ୍ୟକ ଯେ କ୍ଷେତରେ ଯେପରି ବର୍ଷ ପାଣି ଜମିବ ନାହିଁ|ଏକ ହେକ୍ଟରରେ ଏହାର ୨ କୁଇଣ୍ଟାଲ ମଞ୍ଜି ଲଗାଯାଇ ପାରିବ|ଏଥିରେ ଅଧିକ ଜଳସେଚନ ଆବଶ୍ୟକ ନାହିଁ|ଏଥିରେ ମଧ୍ୟ କୈାଣସି ପ୍ରକାରର କୀଟନାଶକ ଆବଶ୍ୟକ ପଡି ନଥାଏ|ଏଥିପାଇଁ ଏଥିରେ କୈାଣସି କୀଟ ଲାଗନ୍ତି ନାହିଁ|ଭଲ କମଳ ପାଇଁ ଚାଷ ପୂର୍ବରୁ ଭଲ ମାତ୍ରାରେ ଗୋବର ଦେଵା ଆବଶ୍ୟକ|
ସାମାନ୍ୟ ହଳଦୀ କିଗ୍ରା ପ୍ରତି ୬୦-୧୦୦ ଟଙ୍କାରେ ବିକ୍ରି ହୋଇଥାଏ|କଳା ହଳଦୀ ଦର ୮୦୦-୧୦୦୦ ଟଙ୍କା ପ୍ରତି ଦରରେ ବିକ୍ରୀ ହୋଇଥାଏ|ଏହି ସମୟରେ କଳାହଳଦୀ ବଡ କଷ୍ଟରେ ମିଳେ|କରୋନା ପରେ ଏହାର ମୂଲ୍ୟ ବଢିଯାଇଛି|ଇମ୍ୟୁନିଟି ବୁଷ୍ଟର ଭାବେ ଏହାକୁ ବ୍ୟବହାର କରାଯାଏ|ଆୟୁର୍ବେଦ, ହୋମିଓପାଥିକ ଓ ଔଷଧ ବନାଇବାରେ ଏହା ବ୍ୟବହୃତ ହୋଇଥାଏ|
ଏକ ଏକରରେ କଳା ହଳଦୀର କ୍ଷେତରୁ ପାଖାପାଖି ୫୦-୬୦ କୁଇଣ୍ଟାଲ ମାନେ ସୁଖା ହଳଦୀର ପାଖାପାଖି ୧୨-୧୫ କୁଇଣ୍ଟାଲ ସହଜରେ ଉତ୍ପାଦନ ହୋଇଥାଏ|ଏହା କେଜି ପ୍ରତି ୫୦୦ ଟଙ୍କା ବିକ୍ରି ହୋଇଯାଏ|ଏଭଳି କୃଷକ ରହିଛନ୍ତି ଯିଏ ୪୦୦୦ ପ୍ରତି କିଗ୍ରା ବିକ୍ରି କରିଛନ୍ତି|ବହୁ ଅନଲାଇନ ୱେବସାଇଟରେ ଏହା ୫୦୦-୫୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଦେଖାଯାଏ|ଯଦି ଆପଣଙ୍କୁ ୫୦୦ ଟଙ୍କା କେଜି ପ୍ରତି ମିଳେ ତେଵେ ୧୫ କୁଇଣ୍ଟାଲରେ ଆପଣ ୭.୫ ଲକ୍ଷ ଟଙ୍କା ଲାଭ ପାଇବେ|ଯଦି ୪୦୦୦ ଟଙ୍କା କେଜି ପ୍ରତି ମିଳେ ତେଵେ ମାଲାମାଲ ହୋଇଯିବେ|