ପୁଣିଥରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ମାସ୍କ ନ ପିନ୍ଧିଲେ ଜୋରିମାନା ୫୦୦ ଟଙ୍କା

ଦେଶରେ ପୁଣିଥରେ କେତେକ ଅଂଶରେ କୋରୋନା ମାମଲା ଦେଖିବାକୁ ମିଳୁଛି। ପୁଣି ଧୀରେ ଧୀରେ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ସେସବୁ ଅଞ୍ଚଳରେ କୋରୋନାର କଟକଣା ଲାଗୁ କରାଯାଉଛି। ଉତ୍ତର ପ୍ରଦେଶ, ହରିୟାଣା ଓ ଦିଲ୍ଲୀରେ ମାସ୍କକୁ ବାଧ୍ୟତାମୂଳକ କରିଦିଆଯାଇଛି। ରାଜଧାନୀ ଦିଲ୍ଲୀରେ ଲଗାତର କରୋନା ମାମଲାରେ ବୃଦ୍ଧି ହେଉଥିବାର ରେକର୍ଡ କରାଯାଉଛି। ଯାହା ଫଳରେ ସରକାର ଏଠାରେ କଡ଼ା କଟକଣା ଲାଗୁ କରିପାରନ୍ତି। ଏପ୍ରିଲ ୨୦ ତାରିଖରେ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏହି ବୈଠକରେ କରୋନାକୁ ନେଇ ଆଗାମୀ ଦିନ ପାଇଁ ବର୍ତ୍ତମାନ ରଣନୀତି ପ୍ରସ୍ତୁତ କରାଯାଇଛି। ପୁଣିଥରେ ଦିଲ୍ଲୀରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଦିଆଯାଇଛି।

ସୂଚନା ଅନୁସାରେ, ସୋମବାର ଦିନ ଦିଲ୍ଲୀରେ ୮ ପ୍ରତିଶତ ପଜିଟିଭିଟି ରେଟ ରେକର୍ଡ କରାଯାଇଛି। ସାଧାରଣତଃ ପଜିଟିଭିଟି ରେଟ୍ ୫ ପ୍ରତିଶତରୁ ଅଧିକ ହେଲେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଯାଏ, କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ମୃତ୍ୟୁ ଦର ଓ ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟା ବହୁତ କମ ଅଛି। ତେବେ କୋରୋନାକୁ ଦୃଷ୍ଟିରେ ରଖି ପ୍ରତିବନ୍ଧକ ଲଗାଯିବା ଉଚିତ କି ନୁହେଁ, ତାହା ଉପରେ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ଏକ ବୈଠକ କରିଛି।

ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ଏହି ବୈଠକରେ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସମେତ ଅନେକ ଅନ୍ୟାନ୍ୟ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ। ଏହି ବୈଠକରେ ଅନେକ ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ, ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ବୈଠକରେ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରିଦିଆଯାଇଛି। ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କାର ଜରିମାନା ଆଦାୟ କରାଯିବ। ସହରରେ କୋଭିଡ ପରୀକ୍ଷଣକୁ ବଢ଼ାଇବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଟିକାକରଣ ଉପରେ ଅଧିକ ମାତ୍ରାରେ ଗୁରୁତ୍ୱ ଦିଆଯାଉଛି। ଏହି ବୈଠକରେ ସ୍କୁଲକୁ ବନ୍ଦ ନ କରିବା ପାଇଁ ଏମିତି ନିଷ୍ପତ୍ତି ନିଆଯାଇଛି। ସେହିପରି ସାର୍ବଜନୀନ ଉତ୍ସବ ଉପରେ ମଧ୍ୟ ପ୍ରଶାସନର କଡ଼ା ନଜର ରହିବ।

odia sambada
Comments (0)
Add Comment