ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ଏମିତି ଗୋଟିଏ ନିବେଶ ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କୁ ମାତ୍ର 95 ଟଙ୍କା ଲଗାଇବାକୁ ପଡ଼ିବ ଏବଂ ପରିପକ୍ୱତା ସମୟରେ ଆପଣଙ୍କୁ 14 ଲକ୍ଷ ଟଙ୍କାର ଫଣ୍ଡ ମିଳିବ । ତେବେ ଚାଲନ୍ତୁ ଜାଣିବା ଏହି ସ୍କୀମର ସମ୍ପୂର୍ଣ୍ଣ ସୂଚନା …
ବାସ୍ତବରେ ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ଯେଉଁ ଯୋଜନା ବିଷୟରେ କହିବୁ, ଏହା ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଅଟେ । ପୋଷ୍ଟ ଅଫିସର ଏହି ଯୋଜନାର ନାମ ” ଗ୍ରାମ ସୁମଙ୍ଗଳ ଗ୍ରାମୀଣ ଡାକ ଜୀବନ ବୀମା ” ଅଟେ । ଏହି ସ୍କିମ ଅଧୀନରେ ଆପଣ ପ୍ରତିଦିନ 95 ଟଙ୍କା ସଞ୍ଚୟ କରି 14 ଲକ୍ଷ ଟଙ୍କା ହାସଲ କରିପାରିବେ । ଏହି ଯୋଜନାରେ ପଲିସି ହୋଲ୍ଡର ଜୀବିତ ରହିଲେ ମନି ବ୍ୟାଙ୍କର ଲାଭ ମଧ୍ୟ ପାଇପାରିବେ, ଅର୍ଥାତ୍ ଯେତେ ପଇସା ଆପଣ ଲଗାଇବେ ତାହା ସଂପୂର୍ଣ୍ଣ ଫେରସ୍ତ ହେବ ।
ଏହି ପଲିସି ନେବାର ବୟସସୀମା :-
ଗ୍ରାମ ସୁମଙ୍ଗଳ ଯୋଜନାରେ ହୋଲ୍ଡରଙ୍କୁ ପରିପକ୍ୱତା ସମୟରେ ବୋନସ ମଧ୍ୟ ମିଳିଥାଏ । ଏହି ବିମାକୁ 15 ଏବଂ 20 ବର୍ଷ ପାଇଁ ନିଆଯାଇପାରେ । ପଲିସିଧାରୀଙ୍କ ବୟସ 19ରୁ 45 ବର୍ଷ ମଧ୍ୟରେ ହେବା ଉଚିତ୍ ଏବଂ ସବୁଠାରୁ ବିଶେଷ କଥା ଏହା ଯେ ଏହି ଯୋଜନାର ଲାଭ ଭାରତର ପ୍ରତ୍ୟେକ ନାଗରିକ ପାଇପାରିବେ ।
ପରିପକ୍ୱତା ସମୟରେ ବୋନସ ଏବଂ 40% ମିଳିଥାଏ ପଇସା :-
ଏହି ପଲିସି ଅନୁଯାୟୀ, ଆପଣଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ ଏସ୍ୟୋର୍ଡ ମିଳିଥାଏ । ସେହିପରି ପଲିସି ସମୟରେ ବ୍ୟକ୍ତି ଜୀବିତ ରହିଲେ ତାଙ୍କୁ 15 ବର୍ଷରେ 6 ବର୍ଷ, 9 ବର୍ଷ ଏବଂ 12 ବର୍ଷରେ 20 ପ୍ରତିଶତ ପର୍ଯ୍ୟନ୍ତ ମନି ବ୍ୟାକ ମିଳିଥାଏ । ଏହାପରେ ପରିପକ୍ୱତା ସମୟରେ ବୋନସ ସହିତ ଆପଣଙ୍କୁ ଅବଶିଷ୍ଟ 40% ପଇସା ମଧ୍ୟ ମିଳିଯିବ ।
ଯଦି କୌଣସି ବ୍ୟକ୍ତି 20 ବର୍ଷର ପଲିସି ନିଅନ୍ତି, ତେବେ ତାଙ୍କୁ ମନି ବ୍ୟାକ 8 ବର୍ଷ, 12 ବର୍ଷ ଏବଂ 16 ବର୍ଷର ଅବଧିରେ 20% ହିସାବରେ ମିଳିଥାଏ । ଅବଶିଷ୍ଟ 40% ପଇସା ବୋନସ ସହିତ ପରିପକ୍ୱତା ସମୟରେ ଦିଆଯାଇଥାଏ । ପଲିସିଧାରୀଙ୍କ ମୃତ୍ୟୁ ହେଲେ ନୋମିନିଙ୍କୁ ବୀମାଭୁକ୍ତ ରାଶି ସହିତ ବୋନସ ରାଶି ମଧ୍ୟ ଦିଆଯାଏ ।
ଯଦି କୌଣସି ବ୍ୟକ୍ତି 25 ବର୍ଷ ବୟସରେ ଯଦି 7 ଲକ୍ଷ ଟଙ୍କାର ବୀମା ରାଶି ସହିତ 20 ବର୍ଷ ପାଇଁ ଏହି ପଲିସି ନିଅନ୍ତି, ତେବେ ପ୍ରତିଦିନ 95 ଟଙ୍କା ଅର୍ଥାତ୍ ମାସକୁ 2850 ଟଙ୍କା କିସ୍ତି ଆକାରରେ ଦେବାକୁ ପଡିବ | 3 ମାସରେ କିସ୍ତି ଦେଲେ ଆପଣଙ୍କୁ 8850 ଟଙ୍କା ଦେବାକୁ ପଡିବ ଏବଂ 6 ମାସରେ ଆପଣଙ୍କୁ 17100 ଟଙ୍କା ଦେବାକୁ ପଡିବ | ଆପଣଙ୍କୁ ପରିପକ୍ୱତା ଉପରେ ପ୍ରାୟ 14 ଲକ୍ଷ ଟଙ୍କା ମିଳିଯିବ ।