71,000 ହଜାର ଟଙ୍କାର ସ୍କୁଟିକୁ କିଣିବାପାଇଁ ବ୍ୟକ୍ତି ଜଣକ ଖର୍ଚ୍ଚ କଲେ 15 ଲକ୍ଷ ଟଙ୍କା। ସାମ୍ନାକୁ ଆସିଲା ରହସ୍ୟ

ଭାରତରେ ଲୋକମାନେ ନିଜ ଗାଡ଼ିରେ ଫ୍ୟାନସି ନମ୍ବର ଲଗାଇବାକୁ ପସନ୍ଦ କରିଥାଆନ୍ତି। ବିଏମ୍ଡ଼ବ୍ଲ୍ୟୁ ହେଉ କିମ୍ବା ଏସ୍ୟୁଭି ଲୋକମାନେ ନିଜ ଗାଡିରେ ୟୁନିକ ନମ୍ବର ପ୍ଲେଟ ଲଗାଇଥାନ୍ତି। ଏହି ଜିନିଷ ବାଇକରେ ବହୁତ କମ ଦେଖିବାକୁ ମିଳିଥାଏ ଲୋକେ ସ୍କୁଟିରେ ଏହାକୁ ଲଗାଇବା ପାଇଁ ସେତେଟା ଇଂପୋର୍ଟାନ୍ସ ଦେଇନଥାନ୍ତି। ବର୍ତ୍ତମାନ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଲୋକ ସ୍କୁଟିର ନମ୍ବର ପ୍ଲେଟ ପାଇଁ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି।

ଫ୍ୟାନ୍ସି ନମ୍ବର ପ୍ଲେଟ ପାଇଁ ଲାଗିଲା ଲକ୍ଷେ ଟଙ୍କାର ନିଲାମ:-

ଚଣ୍ଡିଗଡ଼ରେ ରହୁଥିବା ଜଣେ ବ୍ୟକ୍ତି ନିଲାମ ସମୟରେ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି। ଯେତେବେଳେ ସେ ଏକ ଫ୍ୟାନ୍ସି ନମ୍ବର ପ୍ଲେଟ ପାଇଁ ଲକ୍ଷାଧିକ ଟଙ୍କାର ନିଲାମ ଲଗାଇଥିଲେ। ମିଡ଼ିଆ ରିପୋର୍ଟସ ମୁତାବିକ ବ୍ୟକ୍ତି ଜଣକ CH01-CJ-0001 ନମ୍ବର କିଣିବାପାଇଁ 15.44 ଲକ୍ଷ ଟଙ୍କାର ବୋଲି ଲଗାଇଥିଲେ। ବ୍ୟକ୍ତି ଜଣକ 15 ଲକ୍ଷ ଟଙ୍କାରୁ ଅଧିକ ଦର ଦେଇ ଏହି 71,000 ଟଙ୍କାର ହୋଣ୍ଡା ଆକ୍ଟିଭା କିଣିଥିଲେ।

10 ବର୍ଷ ପୂର୍ବରୁ ମରସେଡେଜ ବେଞ୍ଜ ପାଇଁ ଲାଗିଥିଲା ନିଲାମ:-

ଏଚଟି ସହିତ କଥା ହୋଇ ବୃଜ2 ମୋହନ ନାମକ ବ୍ୟକ୍ତି ଜଣକ କହିଥିଲେ କି, ମୁଁ ମୋ ଆକ୍ଟିଭା ପାଇଁ ଏହି ନମ୍ବର ବ୍ୟବହାର କରିବି। ଯାହାକୁ ମୁଁ ଏବେଏବେ କିଣିଥିଲି। ହୁଏତ ପରବର୍ତ୍ତୀ ସମୟରେ ମୁଁ ଏହାକୁ ମୋ କାର ରେ ବ୍ୟବହାର କରିବି। 2012 ମସିହାରେ 0001 ନମ୍ବର ପାଇଁ 26.05 ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା ଓ ଏହାକୁ ଏକ ଏସ କ୍ଲାସ ମରସେଡେଜ ରେ ବ୍ୟବହାର କରାଯାଇଥିଲା।

ନିଲାମ ଲଗାଉଥିବା ଲୋକେ ମୋଟ 1.5 କୋଟି ଟଙ୍କା ଖର୍ଚ୍ଚ କଲେ:-

ଚଣ୍ଡିଗଡ଼ ପଞ୍ଜୀକରଣ ଓ ଲାଇସେନସିଂ ପ୍ରାଧିକରଣ ଏପ୍ରିଲ 14 ରୁ 16 ତାରିଖ ପର୍ଯ୍ୟନ୍ତ CH01-CJ ସିରିଜରେ ଫ୍ୟାନ୍ସି ନମ୍ବର ଓ ବଞ୍ଚିଥିବା ନମ୍ବର ପାଇଁ ନିଲାମୀ ଆୟୋଜିତ କରିଥିଲେ। ନମ୍ବର ପ୍ଲେଟ ପାଇଁ ଏହାମଧ୍ୟରେ 378 ସଂଖ୍ୟା ହାମର ଯାଇଥିଲା। ଲୋକେ ଏହି ନମ୍ବର ପ୍ଲେଟ ପାଇଁ ମୋଟ 1.5 କୋଟି ଖର୍ଚ୍ଚ କଲେ। CH01-CJ-0002 ନମ୍ୱର ପ୍ଲେଟ ପାଇଁ ମଧ୍ୟ 5.4 ଲକ୍ଷ ଟଙ୍କାର ନିଲାମୀ ଲଗା ଯାଇଥିଲା।

odiasambada
Comments (0)
Add Comment