ମାତ୍ର 5000 ଟଙ୍କା ଲଗାଇ ଆରମ୍ଭ କରନ୍ତୁ ଏହି ସୁପରହିଟ ବିଜନେସ, ମାସକୁ ହେବ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର,ଜାଣନ୍ତୁ ଏହି ବିଜିନେସ ବିଷୟରେ ସଂପୂର୍ଣ୍ଣ ସୂଚନା

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକଙ୍କୁ ଚାଷ ପାଇଁ ସର୍ବଦା ନୂଆ ଟେକନିକ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି। ପିଏମ ମୋଦି ସର୍ବଦା ଆତ୍ମନିର୍ଭର ହେବାର କଥା କହିଥାନ୍ତି। ଏହାସହ କୃଷି କ୍ଷେତ୍ରକୁ ବଢାଇବା ପାଇଁ ସରକାରଙ୍କ କେତେକ ଯୋଜନା ମଧ୍ୟ ଚାଲିଆସୁଛି। ଏମିତିରେ ଯଦି ଆପଣ କୃଷି କ୍ଷେତ୍ରରେ କିଛି କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏହି ବଢ଼ିଆ ଆଇଡ଼ିଆ ବିଷୟରେ ଜାଣିବାକୁ ହେବ। ଆମେ ଆପଣଙ୍କୁ ମସରୁମ ଚାଷ ବିଷୟରେ କହୁଛୁ। ଏହାକୁ ଘରର ଚାରି କାନ୍ଥ ଭିତରେ ମଧ୍ୟ ଆରମ୍ଭ କରିପାରିବେ।

ମସରୁମ ଚାଷ ପାଇଁ ଆପଣଙ୍କୁ ଖାଆସ ଟ୍ରେନିଂ ର ଆବଶ୍ୟକ ହୋଇଥାଏ। ଏହାକୁ ଆପଣ 5,000 ଟଙ୍କାରୁ ମଧ୍ୟ ଆରମ୍ଭ କରିପାରିବେ। ବିଗତ କିଛି ବର୍ଷରେ ମସରୁମ ର ଡିମାଣ୍ଡ ମଧ୍ୟ ଦେଖିବାକୁ ମିଳିଛି। ଏମିତିରେ ମସରୁମ ଚାଷ ବହୁତ ଫାଇଦା ସାବ୍ୟସ୍ତ ହୋଇପାରେ।

କେମିତି ଚାଷ କରିବା ?:-

ଅକ୍ଟୋବର ରୁ ମାର୍ଚ୍ଚ ମାସ ମଧ୍ୟରେ ଏହାର ଚାଷ କରାଯାଇଥାଏ। ମସରୁମ ବନାଇବା ପାଇଁ ଗହମ ଓ ଚାଉଳରେ କିଛି କେମିକାଲ ମିଶାଇ କମ୍ପୋଷ୍ଟ ପ୍ରସ୍ତୁତ କରାଯାଇଥାଏ। କମ୍ପୋଷ୍ଟ ଖତ ପ୍ରସ୍ତୁତ ପାଇଁ ମାସ ମାସର ସମୟ ଲାଗିଥାଏ। ଏହାପରେ ଏକ ଚଟାଣରେ 6-8 ଇଞ୍ଚ ମୋଟା ପରଦା ବିଛାଇ ମସରୁମ ମଞ୍ଜି ଲଗାଇ ଯାଇଥାଏ, ଯାହାକୁ ସ୍ପନିଂ ମଧ୍ୟ କୁହାଯାଏ। ମଞ୍ଜିକୁ କମ୍ପୋଷ୍ଟରେ ଘୋଡ଼ାଇ ଦିଆଯାଇଥାଏ। ପାଖାପାଖି 40-50 ଦିନରେ ଆପଣଙ୍କ ମସରୁମ ବିକ୍ରି ହେବାପାଇଁ ପ୍ରସ୍ତୁତ ହୋଇଯାଇଥାଏ। ପ୍ରତ୍ୟକ ଦିନ ବହୁତ ମାତ୍ରାରେ ମସରୁମ ମିଳିବ। ମସରୁମ ଚାଷ ଖୋଲାରେ ହୋଇନଥାଏ ଏଥିପାଇଁ ଶେଡ଼ ଆବଶ୍ୟକ ହୋଇଥାଏ। ଯାହାକୁ ଆପଣ ଏକ ରୁମ ଭିତରେ ବି କରିପାରିବେ।

ଏହିକଥାର ଧ୍ୟାନ ରଖନ୍ତୁ:-

ଏହି ଚାଷକୁ ଅଧିକ ଧ୍ୟାନର ଆବଶ୍ୟକ ସେଥିପାଇଁ ଏହାର କମ୍ପିଟିସନ ବହୁତ କମ ଥାଏ। ଏହାପାଇଁ 15-22 ଡ଼ିଗ୍ରୀ ତାପମାନ ମଧ୍ୟ ରହିବା ଆବଶ୍ୟକ। ଅଧିକ ତାପମାତ୍ରା ଫସଲ ନଷ୍ଟ କରି ଦେଇଥାଏ। ଏହି ଚାଷ ପାଇଁ ଉପଯୁକ୍ତ କମ୍ପୋଷ୍ଟ ମଧ୍ୟ ଆବଶ୍ୟକ ହୋଇଥାଏ। ଯେତେବେଳେ ଛତୁ ବାହାରିବାକୁ ଲାଗେ ଆପଣଙ୍କୁ ତାହା ତୋଳି ନେଇ ବିକ୍ରି କରିବାକୁ ହୋଇଥାଏ।

ଟ୍ରେନିଂ ମଧ୍ୟ ନେଇପାରନ୍ତି:-

ସମସ୍ତ ଏଗ୍ରିକଲଚର ୟୁନିଭର୍ସିଟି ଓ କୃଷି ରିସର୍ଚ୍ଚ ସେଣ୍ଟରରେ ମସରୁମ ଚାଷର ଟ୍ରେନିଂ ଦିଆଯାଇଥାଏ। ଯଦି ଆପଣ ଏହାକୁ ବଡ଼ ଭାବରେ ଚାଷ କରିବାକୁ ଚାହାଁନ୍ତି ତାହେଲେ ଭଲ ହେବ ଆପଣ ଏହାର ଟ୍ରେନିଂ ନିଅନ୍ତୁ। ଯଦି ଜାଗାର କଥା କୁହାଯାଏ ତାହେଲେ ପ୍ରତି ବର୍ଗ ମିଟରରେ 10 କିଲୋଗ୍ରାମ ମସରୁମ ବହୁତ ସହଜରେ ଉତ୍ପାଦନ କରାଯାଇ ପାରିବ। କମ ସେ କମ 40×30 ଫୁଟ ଜାଗାରେ ତିନି ତିନି ଫୁଟ ଚଉଡ଼ା ରାଙ୍କ ବନାଇ ମସରୁମ ଚାଷ କରାଯାଇ ପାରିବ।

ହେବ ବମ୍ପର ରୋଜଗାର:-

ମସରୁମ ଚାଷ ବିଜନେସ ବହୁତ ଭଲ ଲାଭଦାୟକ ଅଟେ। ଏଥିରେ 10 ଗୁଣା ପର୍ଯ୍ୟନ୍ତ ଫାଇଦା ହୋଇଥାଏ। ଏହାକୁ ଆପଣ ନିଜର ପାଖ ପରିବା ମଣ୍ଡି କିମ୍ବା ହୋଟେଲରେ ବିକ୍ରି କରିପାରିବେ। ଆପଣ ଏହାକୁ ବିକ୍ରି କରିବାପାଇଁ ଅନଲାଇନ ମାର୍କେଟ ର ସାହାରା ନେଇପାରିବେ।

odia sambada
Comments (0)
Add Comment