ଏହି ଯୁବକଙ୍କ ପଛପଟେ ରହିଛି ଲାଙ୍ଗୁଡ, ଲୋକମାନେ କହୁଛନ୍ତି ଭଗବାନ ହନୁମାନଙ୍କ ସାକ୍ଷାତ ଅବତାର

ଆମେ ସମସ୍ତେ ଜାଣିଛେ କି, ମାଙ୍କଡ଼ ଆମର ପୂର୍ବ ପୁରୁଷ ଅଟନ୍ତି କିନ୍ତୁ ଏହିକଥାରେ କେତେ ସତ୍ୟତା ରହିଛି ତାହା ଏବେଯାଏଁ ସ୍ପଷ୍ଟ ହୋଇନାହିଁ। ଲୋକମାନେ ଆଜିବି ମାଙ୍କଡ଼ଙ୍କୁ ଆମର ପୂର୍ବଜ ମାନି ଆସୁଛନ୍ତି। ସାଧାରଣତଃ ଆମେ ଜାଣିଛେ କି ମାଙ୍କଡ଼ ମାନଙ୍କର ଲାଙ୍ଗୁଡ ରହିଛି କିନ୍ତୁ କଣ ଆପଣ ଜାଣନ୍ତି କି, ମାଙ୍କଡ଼ ପରି ଜଣେ ପିଲାଟର ମଧ୍ୟ ଏକ ଲାଙ୍ଗୁଡ଼ ରହିଥିବାର ସାମ୍ନାକୁ ଆସିଛି। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

ଆଜି ଆମେ ଆପଣଙ୍କୁ ଯେଉଁ କଥା ବିଷୟରେ କହିବାକୁ ଯାଉଛୁ ତାହା ନେପାଳ ର ଅଟେ। ଯେଉଁଠାରେ ଏକ ପିଲାର ଅଣ୍ଟା ପାଖରେ ଲାଞ୍ଜ ବାହାରି ଆସିଛି, ଯାହାପାଇଁ ଏହି ପିଲାଟି ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏତିକି ନୁହେଁ ସ୍ଥାନୀୟ ପୂଜାରୀ ଯୁବକଟିକୁ ହନୁମାନଙ୍କ ଅବତାର କହି ସାରିଛନ୍ତି। ସୋସିଆଲ ମିଡ଼ିଆରେ ପିଲାଟିର ଭିଡ଼ିଓ ହେଉଛି ଭାଇରାଲ।

ପିଲାଟିକୁ ହନୁମାନଙ୍କ ଅବତାର ମାନୁଛନ୍ତି ଲୋକେ:-

ରିପୋର୍ଟ ମୁତାବିକ, ଏହି ପିଲାଟିର ନାମ ଦେଶାନ୍ତ ଅଧିକାରୀ ବୋଲି କୁହାଯାଉଛି। ତାଙ୍କର ବୟସ 16 ବର୍ଷ ଅଟେ। ଖବର ଅନୁଯାୟୀ କିଛିଦିନ ପୂର୍ବରୁ ପିଲାଟିର ଅଣ୍ଟା ପାଖରେ ଲାଙ୍ଗୁଡ଼ ଉଠିବା ଆରମ୍ଭ ହୋଇଯାଇଛି। ଦେଖୁ ଦେଖୁ ଏହା 70 ସେଣ୍ଟିମିଟର ପର୍ଯ୍ୟନ୍ତ ବଢ଼ି ଯାଇଛି। ପିଲାଟି ଏହାକୁ ବେଣି ବାନ୍ଧି ଲାଙ୍ଗୁଡ଼ ପରି କରିଦେଇଛି।

ଦେଶାନ୍ତ ର ଲାଞ୍ଜକୁ ଦେଖି ସ୍ଥାନୀୟ ଲୋକ ହଇରାଣ ହୋଇଯାଉଛନ୍ତି। ଏବେ ସେହି ବାଳ ଗୁଡ଼ିକର ବେଣି ବାନ୍ଧି ଏହାକୁ ଲାଙ୍ଗୁଡ଼ ରୂପ ଦିଆଗଲା। ଲୋକମାନେ ତାଙ୍କୁ ଭଗବାନ ହନୁମାନ ଜୀ ଙ୍କ ଅବତାର ମାନିବାରେ ଲାଗିଛନ୍ତି।

ଚିକିତ୍ସାର କୌଣସି ପ୍ରଭାବ ପଡ଼ିଲା ନାହିଁ:-

ଖବର ମୁତାବିକ, ଦେଶାନ୍ତଙ୍କ ମାତା-ପିତା ତାଙ୍କୁ ଚିକିତ୍ସା ପାଇଁ ନେପାଳ ଓ ଭାରତର କେତେକ ହସ୍ପିଟାଲ ନେଇଥିଲେ କିନ୍ତୁ କୌଣସି ଫାଇଦା ହୋଇନଥିଲା। ତାଙ୍କର ଲାଞ୍ଜ ଲଗାତାର ବଢ଼ି ଚାଲିଲା। ମାତା-ପିତା ଚିକିତ୍ସା କରି ଥକି ଗଲେଣି। ଶେଷରେ ସେମାନେ ଦେଶାନ୍ତଙ୍କୁ ନେଇ ଏକ ପୂଜାରୀଙ୍କ ପାଖରେ ପହଞ୍ଚି ଥିଲେ ଓ ସେ ତାଙ୍କୁ ଭଗବାନ ହନୁମାନ ଜୀଙ୍କ ଅବତାର ବୋଲି କହିଥିଲେ।

ଯେତେବେଳେ ପୂଜାରୀ ଙ୍କ ଦ୍ଵାରା ତାଙ୍କୁ ଭଗବାନ ହନୁମାନଙ୍କ ଅବତାର ବତା ଯାଇଥିଲା ସେତେବେଳେ ତାଙ୍କୁ ଦେଖିବାପାଇଁ ବହୁତ ମାତ୍ରାରେ ଲୋକେ ଆସିଥିଲେ ଓ ସବୁ ଲୋକେ ଲାଞ୍ଜ ଦେଖି ବହୁତ ହଇରାଣ ମଧ୍ୟ ହୋଇଯାଇଥିଲେ।

ଜନ୍ମର ପାଞ୍ଚଦିନ ପରେ ଲାଞ୍ଜ ନଜର ଆସିଥିଲା:-

ରିପୋର୍ଟ ଅନୁସାରେ, ଦେଶାନ୍ତଙ୍କୁ ଜନ୍ମରୁ ହିଁ ଲାଞ୍ଜ ଥିଲା। ଯାହାକି ମେରୁଦଣ୍ଡ ହାଡ଼ର ତଳ ଭାଗରୁ ବାହାରିଥିଲା। ଜନ୍ମର ପାଞ୍ଚଦିନ ପରେ ତାଙ୍କ ଲାଞ୍ଜ ବହାରିଥିବାର ତାଙ୍କ ମମି ଓ ବାପାଙ୍କୁ ଜଣାପଡ଼ିଲା। ତାଙ୍କର ପ୍ୟାରେଣ୍ଟସଙ୍କ କହିବାହେଲା ସେ ବର୍ତ୍ତମାନ କିଛି ଡକ୍ଟର୍ସଙ୍କ ସହିତ ଯୋଗାଯୋଗରେ ରହିଛନ୍ତି କିନ୍ତୁ ସେମାନେ ଏହି ଲାଞ୍ଜକୁ କାଟିବାକୁ ମନା କରୁଛନ୍ତି। ପୂର୍ବରୁ ଦେଶାନ୍ତଙ୍କୁ ନିଜର ଲାଞ୍ଜ ଦେଖାଇବାକୁ ଲାଜ ଲାଗେ କିନ୍ତୁ ବର୍ତ୍ତମାନ ସେ ଆଉ ଲାଜ କରୁ ନାହାଁନ୍ତି।

ପିଲାଟିର ଭିଡ଼ିଓ ଭାଇରାଲ:-

ଆପଣଙ୍କୁ ଜଣାଇଦେଉଛୁ କି, ସୋସିଆଲ ମିଡ଼ିଆରେ ଦେଶାନ୍ତଙ୍କୁ ନେଇ ବହୁତ ଭିଡ଼ିଓ ହୋଇସାରିଛି, ଯାହାକି ବହୁତ ଦ୍ରୁତ ବେଗରେ ଭାଇରାଲ ହେଉଛି। ଏବେ ବହୁତ ସାରା ଲୋକେ ମୋତେ ମୋ ଲାଞ୍ଜ ପାଇଁ ଜାଣିବାକୁ ଲାଗଲେଣି ଓ ଏହା ମୋତେ ବହୁତ ପସନ୍ଦ ଲାଗୁଛି। ତାଙ୍କର ଲାଞ୍ଜ ବର୍ତ୍ତମାନ ସୁଦ୍ଧା 70 ସେଣ୍ଟିମିଟର ହୋଇସାରିଛି।

odia sambada
Comments (0)
Add Comment