ଆସିବ କରୋନାର ଚତୁର୍ଥ ଲହର ? ୬ଟି ଦେଶରେ ପହଞ୍ଚିଲା Omicron ର BA.4 ଏବଂ BA.5 ଭ୍ୟାରିଆଣ୍ଟ,WHO ଦେଲା ଏମିତି ଚେତାବନୀ !

ଓମିକ୍ରନ ଭ୍ୟାରିଆଣ୍ଟ (Omicron Variants) ର ଦୁଇଟି ସବ୍ – ଭ୍ୟାରିଆଣ୍ଟ (BA.4 ଏବଂ BA.5) ଦୁନିଆର ଅନେକ ଦେଶରେ ପହଞ୍ଚିସାରିଥିବାର ନିଶ୍ଚିନ୍ତ ହୋଇଛି । ଏହା ମଧ୍ୟରେ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ( WHO ) କହିଛି କି ଏହି ଦୁଇଟି ଭ୍ୟାରିଆଣ୍ଟ ସଂକ୍ରାମକତା କିମ୍ବା ଗମ୍ଭୀରତା ଦୃଷ୍ଟିରୁ ତାଙ୍କର ପୂର୍ବ ଭ୍ୟାରିଆଣ୍ଟ ଠାରୁ ଅଧିକ ଭିନ୍ନ ନୁହେଁ । ତେବେ WHO ଏହା ଚେତାବନୀ ଦେଇଛି କି ଆଗକୁ ଏହା ମଧ୍ୟ ବଦଳିପାରେ ।

WHO ଏହି ଅପଡେଟକୁ ଏମିତି ସମୟରେ ଦେଇଛି ଯେତେବେଳେ ଓମିକ୍ରନ୍ ର BA.2 ଭ୍ୟାରିଆଣ୍ଟ ଯୋଗୁ ଏସିଆ ଏବଂ ୟୁରୋପର ଅନେକ ଦେଶରେ କରୋନା ର ଏକ ନୂଆ ଲହର ଆସିବାର ଦେଖାଯାଉଛି ।

ଏହି ସପ୍ତାହର ଆରମ୍ଭରେ ଦକ୍ଷିଣ ଆଫ୍ରିକାର ଦୁଇଜଣ ବୈଜ୍ଞାନିକ BA.4 ଏବଂ BA.5 ନାମକ ଓମିକ୍ରନ୍ ର ଦୁଇଟି ନୂତନ ଭ୍ୟାରିଆଣ୍ଟ ମିଳିଥିବା ବିଷୟରେ ସୂଚନା ଦେଇଥିଲେ ।ତେବେ ସେ କହିଛନ୍ତି ଯେ ଏହି ଦୁଇଟି ନୂତନ ଭ୍ୟାରିଆଣ୍ଟ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ମାମଲାରେ କୌଣସି ଜମ୍ପ ସୃଷ୍ଟି କରି ନାହିଁ । ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବ୍ୟତୀତ ବୋସ୍ୱାନା,ବେଲଜିୟମ,ଜର୍ମାନୀ, ଡେନମାର୍କ ଏବଂ ୟୁକେ ସମେତ ୬ଟି ଦେଶରେ ଏହି ଦୁଇଟି ନୂତନ ସବ-ଭ୍ୟାରିଆଣ୍ଟ ଦେଖିବାକୁ ମିଳିଛି ।

ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକ ତୁଲୀୟୋ ଡ଼ି ଓଲିଭିରା କହିଛନ୍ତି,”ଦକ୍ଷିଣ ଆଫ୍ରିକା ରେ ବହୁତ କମ ସଂକ୍ରମଣ ଦର,ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ଏବଂ ମୃତ୍ୟୁ କୁ ଦେଖିକରି ଆମେ ଏଥିପାଇଁ ଚିନ୍ତିତ ନୁହେଁ,କିନ୍ତୁ ଆମେ ଏହାର ଲଗାତାର ବଦଳୁଥିବାର ସ୍ୱରୂପକୁ ନେଇ ନିଶ୍ଚିତ ସତର୍କ ଅଛୁ । ଭାଇରସର ପ୍ରଭାବକୁ କମ୍ କରିବା ଏବଂ ଟୀକାକୁ ନେଇ ପ୍ରଥମରୁ ହିଁ ଲ୍ୟାବ ରେ କାମ ଚାଲିଛି ଏବଂ ଆମେ ଜେନୋମ କ୍ରମର ପ୍ରକ୍ରିୟାକୁ ମଜବୁତ କରୁଛୁ। ”

WHO ମଧ୍ୟ ଏହି ସବ – ଭ୍ୟାରିଆଣ୍ଟ ଉପରେ ଲଗାତାର ନଜର ରଖିଛି । WHO ର ବୈଜ୍ଞାନିକ ମାରିଆ ବୈନ କରଖୋବ କହିଛନ୍ତି କି ଏପର୍ଯ୍ୟନ୍ତ ଆମେ BA.4 ଏବଂ BA.5ର ସଂକ୍ରମଣତା ଏବଂ ଗମ୍ବିରତା ରେ ଏହାର ପୂର୍ବ ଭ୍ୟାରିଆଣ୍ଟ ତୁଳନାରେ ବହୁତ ଅନ୍ତର ପାଇନାହୁଁ,କିନ୍ତୁ ଏହା ଆଗକୁ ବଦଳି ବି ଯାଇପାରେ ।

ଏହାପୂର୍ବରୁ ବୁଧବାର ଅନୁଷ୍ଠିତ ଏକ ବୈଠକରେ WHO ଜରୁରୀକାଳୀନ କମିଟିରେ ସର୍ବସମ୍ମତି କ୍ରମେ କରୋନାଭାଇରସ୍ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଏବେଯାଏଁ ମଧ୍ୟ ଗୋଟିଏ ପ୍ରମୁଖ ବିପଦ ହୋଇ ରହିଛି ।

ତେବେ ବିଶ୍ୱ ସ୍ତରରେ କ୍ରମାଗତ ତୃତୀୟ ସପ୍ତାହ ପାଇଁ କରୋନା ମାମଲାରେ ହ୍ରାସ ଘଟିଛି । କିନ୍ତୁ ଚୀନ୍ ସମେତ କେତେକ ଦେଶରେ କରୋନା ରୋଗ ଦ୍ରୁତ ଗତିରେ ବଢୁଛି, ଯାହା ଦ୍ୱାରା ସେଠାରେ ଥିବା ଡାକ୍ତରଖାନାଗୁଡ଼ିକ ଉପରେ ଚାପ ବଢୁଛି । ଏହା ସହିତ WHO ମଧ୍ୟ ଦେଶଗୁଡ଼ିକୁ ନିବେଦନ କରିଛି ଯେ ସେମାନେ କରୋନା ମହାମାରୀ ବିରୁଦ୍ଧରେ ନିୟମଗୁଡିକରେ ଢିଲା ଦେବା ଉଚିତ୍ ନୁହେଁ।

odia sambada
Comments (0)
Add Comment