ଜୁନ୍ ଓ ଜୁଲାଇରେ ଆସିବ କରୋନାର ଚତୁର୍ଥ ଲହର !

ସମଗ୍ର ବିଶ୍ବରେ ବର୍ତ୍ତମାନ କିଛି ମାତ୍ରାରେ କୋଭିଡର ମାମଲା କମୁଥିବା ସମୟରେ ଚୀନରେ ଏହା ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି। ଏମିତି କିଛିଦିନ ପୂର୍ବରୁ କୋଭିଡର ଏକ ନୂତନ ଭାରିଏଣ୍ଟ XE ଭାରିଏଣ୍ଟ ଆସିଛି। ଏହି ଭାରିଏଣ୍ଟ ପାଖାପାଖି ୮ ଟି ଦେଶରେ ଦେଖାଯାଇଛି। ତେବେ ଏକ କଅଧ୍ୟୟନରୁ ଜଣାପଡିଛିକି କୋଭିଡ – ୧୯ର ଚତୁର୍ଥ ଲହର ଜୁନ-ଜୁଲାଇରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ବୋଲି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି।

⁠ସେ କହିଛନ୍ତିକି ବର୍ତ୍ତମାନ ପର୍ଯ୍ୟନ୍ତ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ବର୍ତ୍ତମାନ ଅଧିକ ମାତ୍ରାରେ ଟେଷ୍ଟିଂ କରାଯାଉଛି ଏବଂ ଅନ୍ୟ ଦେଶରୁ ଆସୁଥିବା ଲୋକମାନଙ୍କୁ ସ୍କ୍ରିନିଂ ମଧ୍ୟ କରାଯାଉଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ବର୍ଷ ରୁ ୧୨ ବର୍ଷର ୫୦୦୦ ଛୋଟ ପିଲା ମଧ୍ୟ ଏହି ଭ୍ୟାକ୍ସିନକୁ ନେବା ପାଇଁ ସକ୍ଷମ ହୋଇ ନାହାନ୍ତି।

ତେଣୁ ବହୁତ ଶୀଘ୍ର ଟିକାକରଣ କରିବା ଦରକାର ବୋଲି ସେ କହିଛନ୍ତି। ଆହୁରି ୩୨ ଲକ୍ଷ ଲୋକ କୋଭିଡର ଦ୍ବିତୀୟ ଡୋଜ ବର୍ତ୍ତମାନ ପର୍ଯ୍ୟନ୍ତ ନେଇନାହାନ୍ତି। ତେଣୁ ବହୁତ ଶୀଘ୍ର ଏହି ଭ୍ୟାକ୍ସିନେସନ ହେବା ଆବଶ୍ୟକ। ଯାହାଦ୍ବାରା ଚତୁର୍ଥ ଲହରକୁ ମଧ୍ୟ ମାତ ଦିଆଯାଇପାରିବ।

ଏହା ସହ କୋଭିଡର ସମସ୍ତ ଗାଇଡଲାଇନ ମଧ୍ୟ ମାନିବା ଆବଶ୍ୟକ। କେ ସୁଧାକର ଏହା ମଧ୍ୟ କହିଛନ୍ତିଯେ ଭାରତରେ ବିଳମ୍ବରେ ମଧ୍ୟ ଅନେକ ଟିକା ପହଂଚିଛି ଓ ଏମିତିକି ଅନ୍ୟ ଦେଶ ଗୁଡିକ ତୁଳନାରେ ଭାରତରେ ଯେହେତୁ ଡେରିରେ ଟିକା ପହଁଚିଲା ଅନେକ ସ୍ଥାନରେ ଟିକା ପହଂଚି ପାରିଲା ନାହିଁ। ତେଣୁ ଟିକାକରଣରେ ପ୍ରଥମେ ବିଳମ୍ବତା ଦେଖା ଗଲା କିନ୍ତୁ ଏହା ପରେ ମଧ୍ୟ ଅନେକ ସ୍ଥାନରେ କିପରି ଏକା ସାଙ୍ଗରେ ଅଧିକ ମାତ୍ରାରେ ଟିକାକାରଣ ହେବ ସେ ବିଷୟରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଧ୍ୟାନ ଦେଇଛନ୍ତି।

ଆଜି ଯଦି ଦେଖାଯାଏ ପାଖାପାଖି ୧୦ଟି ଟିକା ଅନୁମୋଦନ କରାଯାଇଛି। ଏହା ଭାରତରେ ମଧ୍ୟ ଉପଲବ୍ଧ। ଏହା ଏକ ଗର୍ବର ବିଷୟ ଅଟେକି ସେମାନଙ୍କ ମଧ୍ୟରେ ଗୋଟିଏ ଘରୋଇ ଟିକା ଭାରତ ବାୟୋଟେକ ଦ୍ୱାରା ତିଆରି କୋଭାକ୍ସିନ ଅଟେ। ତେବେ ବର୍ତ୍ତମାନ ବାକି ଥିବା ଟିକା କାରଣ ସମ୍ପୂର୍ଣ ହେଲେ କୌଣସି ଅସୁବିଧା ହେବନାହିଁ। ଚତୁର୍ଥ ଲହର ସଂକ୍ରମଣକୁ ମଧ୍ୟ ରୋକା ଯାଇପାରିବ।

odia sambada
Comments (0)
Add Comment