ବହୁତ୍ କମ ଟଙ୍କା ନିବେଶ କରି ଆରମ୍ଭ କରନ୍ତୁ ଏହି ବିଜନେସ, ଘରେ ବସି କରିପାରିବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର,ଜାଣନ୍ତୁ ଏହି ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା

ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ବିଜନେସ ଆଇଡିଆ ଦେଉଛୁ, ଯାହାର ଦେଶ ବିଦେଶରେ ଭାରି ଡିମାଣ୍ଡ ରହିଛି । ଯଦି ଆପଣ ମଧ୍ୟ ଏହି ବିଜନେସକୁ ଆପଣାଇ ନିଅନ୍ତି, ତେବେ ନିଶ୍ଚିତ ଭାବେ ଆପଣଙ୍କର ପ୍ରତି ମାସରେ ମୋଟା ରକମ ରୋଜଗାର ହେବ । ଏପରିକି ଆପଣ ଚାକିରି ଠାରୁ ଅଧିକ ରୋଜଗାର କରିପାରିବେ ।

ଆଜି ଆମେ ଆପଣଙ୍କୁ ମହୁମାଛି ପାଳନର ବିଜନେସ ବିଷୟରେ କହୁଛୁ । ଏହି ବିଜନେସକୁ ଆରମ୍ଭ କରିବାପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ଏହାକୁ ଗାଁ କିମ୍ବା ସହରରେ ଯେକୌଣସି ସ୍ଥାନରେ ମଧ୍ୟ ଆରମ୍ଭ କରାଯାଇପାରେ

ଅନେକ ରାଜ୍ୟରେ କୃଷକମାନେ ପରମ୍ପରାଗତ ଚାଷ ଛାଡି ମହୁମାଛି ପାଳନ କରିବାରେ ଓହ୍ଲାଇ ପଡିଛନ୍ତି । ଏହାଦ୍ବାରା ସେମାନଙ୍କ ରୋଜଗାରରେ ବୃଦ୍ଧି ଘଟୁଛି । ମହୁମାଛି ପାଳନ ଏବଂ ହନି ପ୍ରୋଷେଶିଂ ୟୁନିଟ ଲଗାଇ ପ୍ରୋଷେଶିଂ ପ୍ଲାଣ୍ଟ ସାହାଯ୍ୟରେ ମହୁମାଛି ପାଳନ ମାଧ୍ୟମରେ ବମ୍ପର ରୋଜଗାର କରାଯାଇପାରିବ ।

ଏହିପରି ସରକାର କରିବେ ସାହାଯ୍ୟ :-

ଏହି ବିଜନେସକୁ ଷ୍ଟାର୍ଟ କରିବାପାଇଁ କୃଷି ଏବଂ କଲ୍ୟାଣ ମନ୍ତ୍ରଣାଳୟ ଫସଲ ଉତ୍ପାଦନରେ ସଂଶୋଧନ ପାଇଁ ମହୁମାଛି ପାଳନର ବିକାଶ ନାମରେ ଗୋଟିଏ କେନ୍ଦ୍ର ଯୋଜନା ଆରମ୍ଭ କରିଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମହୁମାଛି ପାଳନର ଅଞ୍ଚଳକୁ ବିକଶିତ କରିବା, ଉତ୍ପାଦନ ବଢ଼ାଇବା, ପ୍ରଶିକ୍ଷଣ କରିବା ଏବଂ ସଚେତନତା ବଢାଇବା ଅଟେ । ଜାତୀୟ ମହୁମାଛି ବୋର୍ଡ ନାବାର୍ଡ ସହିତ ମିଶି ଭାରତରେ ମହୁମାଛି ପାଳନ ପାଇଁ ଆର୍ଥିକ ସହାୟତା ପାଇଁ ଯୋଜନା ମଧ୍ୟ ଆରମ୍ଭ କରିଛି । ଏହି ବିଜନେସକୁ ଆରମ୍ଭ କରିବାପାଇଁ ସରକାର 80ରୁ 85 ପ୍ରତିଶତ ପର୍ଯ୍ୟନ୍ତ ସବ୍ସିଡି ଯୋଗାଇଥାନ୍ତି ।

କିପରି କରିବେ ରୋଜଗାର :-

ଯଦି ଆପଣ ଚାହିଁବେ, ତେବେ 10ଟି ବକ୍ସ ନେଇ ମଧ୍ୟ ମହୁମାଛି ପାଳନର ବିଜନେସ ଆରମ୍ଭ କରିପାରିବେ । ଯଦି ପ୍ରତି ବକ୍ସରୁ 40 କିଲୋଗ୍ରାମ ଲେଖାଏଁ ମହୁ ମିଳେ, ତେବେ ମୋଟ ମହୁ 400 କିଲୋ ମିଳିଥାଏ । କିଲୋ ପ୍ରତି 350 ଟଙ୍କା ହିସାବରେ 400 କିଲୋ ବିକ୍ରି କଲେ 1.40 ଲକ୍ଷ ଟଙ୍କା ରୋଜଗାର ହେବ । ଯଦି ପ୍ରତି ବକ୍ସ ପିଛା 3500 ଟଙ୍କା ଖର୍ଚ୍ଚ ହୁଏ, ତେବେ ମୋଟ ଖର୍ଚ୍ଚ 35,000 ଟଙ୍କା ହେବ ଏବଂ ଲାଭ 1,05,000 ଟଙ୍କା ହେବ । ଏହି ବିଜନେସ ପ୍ରତିବର୍ଷ ମହୁମାଛି ସଂଖ୍ୟା ବଢିବା ସହିତ 3 ଗୁଣା ଅଧିକ ବଢିଯାଏ । ଅର୍ଥାତ୍ 10ଟି ବକ୍ସରୁ ଆରମ୍ଭ କରାଯାଇଥିବା ବିଜନେସ ଏକ ବର୍ଷରେ 25ରୁ 30 ବକ୍ସ ହୋଇପାରେ ।

odia sambada
Comments (0)
Add Comment