ଡାକ ବିଭାଗ ତରଫରୁ ଆସିଲା ବଡ ନିଯୁକ୍ତି, ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ ପଦବୀ ଖାଲିପଡ଼ିଛି,ତୁରନ୍ତ ଆବେଦନ କରନ୍ତୁ !

ଭାରତୀୟ ଡାକ ବିଭାଗରେ ନିଯୁକ୍ତି ପାଇଁ ସୁଯୋଗ ବାହାରିଛି। ମେକାନିକ, ଇଲେକ୍ଟ୍ରିକାଲ, ଟାୟରମ୍ୟାନ, ବ୍ଲାକସ୍ମିଥ୍ ଆଦି ପଦବୀ ପାଇଁ ବିଜ୍ଞାପନ ବାହାରିଛି। ଏଥିରେ ଆପଣଙ୍କୁ ସପ୍ତମ ପେ କମିଶନ ସ୍କେଲରେ ଦରମା ମିଳିବ। ଜାତି ପ୍ରମାଣପତ୍ର ଆଧାରରେ ବୟସସୀମା କୋହଳ ମଧ୍ୟ କରାଯିବ। ଆଗ୍ରହୀ ଥିବା ଏବଂ ଯୋଗ୍ୟ ଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ।

ପଦବୀ:-

– ମେକାନିକ୍ (ମୋଟର ଯାନ)

– ଇଲେକ୍ଟ୍ରିକାଲ୍

– ଟାୟରମ୍ୟାନ୍

– ବ୍ଲାକସ୍ମିଥ

ବୟସ (ଜୁଲାଇ ୧ ତାରିଖ ୨୦୨୨ ସୁଦ୍ଧା):-

– ଅସଂରକ୍ଷିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ଶ୍ରେଣୀ (UR/EWS): ୧୮ରୁ ୩୦ ବର୍ଷ

– ଅନୁସୂଚିତ ଜନଜାତି (ST): ୫ ବର୍ଷ କୋହଳ

– ଅନ୍ୟାନ୍ୟ ପଛୁଆ ଶ୍ରେଣୀ (OBC): ୩ ବର୍ଷ କୋହଳ (Non-Creamy Layer)

ଶିକ୍ଷାଗତ ଏବଂ ଅନ୍ୟାନ୍ୟ ଯୋଗ୍ୟତା:-

– ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେକୌଣସି ବୈଷୟିକ ଅନୁଷ୍ଠାନରୁ ସମ୍ପୃକ୍ତ ବିଷୟରେ ପାସ କରିଥିବେ।

– କିମ୍ବା ସପ୍ତମ ଶ୍ରେଣୀ ପାସ ସହ ଏକ ବର୍ଷର ଅଭିଜ୍ଞତା ଥିବ।ମେକାନିକ (ମୋଟର ଯାନ) ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଭାରୀଯାନ ଚଳାଇବା ସହିତ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବ ଆବଶ୍ୟକ।

ଚୟନ ପ୍ରକ୍ରିୟା:-

– ଶିକ୍ଷାଗତ ଯୋଗ୍ୟତା ଏବଂ ବୈଧ ଡ୍ରାଇଭିଂ ଲାଇସେନ୍ସ ଆଧାରରେ ପ୍ରାର୍ଥୀମାନଙ୍କ ମଧ୍ୟରୁ ଦକ୍ଷ କାରିଗରମାନଙ୍କୁ ଚୟନ କରାଯିବ।

– ମେକାନିକ୍ (ମୋଟର ଯାନ) ପାଇଁ ପ୍ରାର୍ଥୀମାନଙ୍କର ପରୀକ୍ଷା ହେବ।
କେବଳ ଯୋଗ୍ୟଥିବା ପ୍ରାର୍ଥୀମାନଙ୍କୁ ସେମାନଙ୍କ ଡାକ ଠିକଣାରେ ସିଲାବସ ସହ ପରୀକ୍ଷା ତାରିଖ ଏବଂ ସ୍ଥାନ ସମ୍ବନ୍ଧ ବିଷୟରେ ସୂଚନା ଦିଆଯିବ।

ଦରମା:

ସପ୍ତମ ବେତନ କିମିଶନ ସ୍କେଲର ପେ ଅନୁସାରେମ୍ୟାଟ୍ରିକ୍ସରେ ଲେଭଲ-୨ ଆଧାରରେ ୧୯,୯୦୦ ଟଙ୍କା ଲେଖାଏଁ ଦରମା ମିଳିବ।

odia sambada
Comments (0)
Add Comment