ବିନା ପରୀକ୍ଷାରେ ମିଳିବ ନିଯୁକ୍ତି,ECIL ରେ ଖାଲିପଡିଛି ୧୬୨୫ ଜୁନିଅର ଟେକ୍ନିସିଆନ ପଦବୀ,ତୁରନ୍ତ ଆବେଦନ କରନ୍ତୁ !

ଇଲେକ୍ଟ୍ରିସିଆନ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡରେ ଜୁନିଅର ଟେକ୍ନସିଆନ ପାଇଁ ୧୬୨୫ଟି ପଦବୀ ଖାଲି ପଡିଛି। ଯେଉଁମାନେ ଏଥିପାଇଁ ଆବେଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ ଅଧିକାରକ ୱେବସାଇଟ www.ecil.co.in କୁ ଯାଇ ଆପଣ ଆବେଦନ କରିପାରିବେ। ଆବେଦନ କରିବାର ପ୍ରକ୍ରିୟା ୧ ଏପ୍ରିଲ ତାରିଖରୁ ଆରମ୍ଭ ହୋଇଛି। ଆବେଦନକାରୀ ଏଥିନିମନ୍ତେ ୧୧ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପଦବୀ ବିବରଣୀ: ୧୬୨୫

ଇଲେକ୍ଟ୍ରୋନିକ୍ସ ମେକାନିକ: ୮୧୪

ଇଲେକ୍ଟ୍ରିସିଆନ : ୧୮୪

ଫିଟର: ୬୨୭

ଆବେଦନ କରିବେ କେମିତି:-

– ପ୍ରାର୍ଥୀ ପ୍ରଥମେ ECIL ର ୱେବସାଇଟ ecil.co.in କୁ ଯାଆନ୍ତୁ।

– ହୋମପେଜରେ ଥିବା କ୍ୟାରିଅର ଟାବରେ କ୍ଲିକ କରନ୍ତୁ।

– ତା’ ପରେ Click here to apply for Junior Technician on Contract positions against Advt. No. 13/2022 ଲିଙ୍କରେକ୍ଲିକ କରନ୍ତୁ।

– ଏଠାରେ କ୍ଲିକ କରି ସାରିବା ପରେ ଆପ୍ଲାଏ ଲିଙ୍କ ଉପରେ କ୍ଲିକ କରନ୍ତୁ।

– ଫର୍ମ ଭରନ୍ତୁ, ଫର୍ମ ଜମା କରିବା ପରେ ପ୍ରିଣ୍ଟଆଉଟ୍‌ ରଖନ୍ତୁ।

ବୟସ ସୀମା:-

ପ୍ରାର୍ଥୀମାନଙ୍କର ବୟସ ୩୦ ବର୍ଷରୁ ଅଧିକ ହୋଇନଥିବା ଜରୁରୀ।

ଚୟନ ପ୍ରକ୍ରିୟା:-

ପ୍ରାର୍ଥୀମାନଙ୍କର ଚୟନ ମେରିଟ ଆଧାରରେ କରାଯିବ। ଅର୍ଥାତ୍‌ ପ୍ରାର୍ଥୀମାନଙ୍କୁ କୌଣସି ପ୍ରକାର ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ଡକ୍ୟୁମେଣ୍ଟ ଭେରିଫିକେସନ କରି ତାଙ୍କୁ ନିଯୁକ୍ତି ମିଳିବ।

odia sambada
Comments (0)
Add Comment