କରୋନାର ଚତୁର୍ଥ ଲହରରେ ଆପଣଙ୍କ ଦାନ୍ତକୁ ଆସିପାରେ ବିପଦ ! ଏହି ୬ଟି ଲକ୍ଷଣକୁ କରନ୍ତୁନି ଅଣଦେଖା !

କୋଭିଡ୍‌-୧୯ର ତୃତୀୟ ଲହର ଆସିବା ପରଠାରୁ ମାମଲା ବର୍ତ୍ତମାନ ଧୀରେ ଧୀରେ କମିବାରେ ଲାଗିଥିଲା। କିନ୍ତୁ ବର୍ତ୍ତମାନ କରୋନା ପୁଣିଥରେ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ୟୁରୋପ ଏବଂ ଏସିଆ ଦେଶଗୁଡ଼ିକରେ ବର୍ତ୍ତମାନ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଯେଉଁ କାରଣରୁ ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତିକି କରୋନାର ଚତୁର୍ଥ ଲହରରେ ଅନ୍ୟ ବଡ଼ ବଡ ଦେଶଗୁଡ଼ିକରେ ମଧ୍ୟ ପ୍ରଭାବ ବିସ୍ତାର କରିପାରେ। ଆଉ ଏଥିପାଇଁ ଓମିକ୍ରନର ସବ ଭ୍ୟାରିଏଣ୍ଟ BA.2 ହିଁ ଦାୟୀ ଅଟେ।

କରୋନା ମୁଖ୍ୟ ରୂପରେ ଶ୍ୱାସଜନିତ ରୋଗ, ଯାହା ଫୁସ୍‌ଫୁସକୁ କ୍ଷତି ପହଞ୍ଚାଇଥାଏ। ଏଥିରେ ଭୀଷଣ ଜ୍ୱର, କାଶ, ଗଳା ଗତଗତ ଆଦି ସମସ୍ୟା ଦେଖାଦେଇଥାଏ। କିନ୍ତୁ ବର୍ତ୍ତମାନ ଏହି ଭାଇରସ୍‌ ଶରୀରର ଅନ୍ୟାନ୍ୟ ଅଙ୍ଗରେ ମଧ୍ୟ ପ୍ରଭାବ ପକାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଭିଡ-୧୯ ଦାନ୍ତ ଓ ମାଢ଼ିକୁ ମଧ୍ୟ କ୍ଷତି ପହଞ୍ଚାଉଛି, ଯାହାର ଲକ୍ଷଣ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି। ଏହାକୁ ‘କୋଭିଡ୍‌ ଟିଥ’ ନାମ ଦିଆଯାଇଛି। କରୋନାର ଚତୁର୍ଥ ଲହର ପୂର୍ବରୁ ଏହି ଲକ୍ଷଣକୁ ଭଲ ଭାବରେ ବୁଝିବା ଆପଣଙ୍କ ପାଇଁ ଜରୁରୀ ଅଟେ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛିକି କରୋନା ଭାଇରସର ଲକ୍ଷଣ ଏବଂ ଡେଣ୍ଟାଲ ହେଲଥ ମଧ୍ୟରେ ଗଭୀର ସମ୍ବନ୍ଧ ରହିଛି। ବୈଜ୍ଞାନିକମାନଙ୍କ କହିବା ଅନୁସାରେ, କୋଭିଡ-୧୯ ଦାନ୍ତ ଉପରେ ମଧ୍ୟ ପ୍ରଭାବ ପକାଇପାରେ। କାରଣ ବର୍ତ୍ତମାନ ୭୫ ପ୍ରତିଶତ କରୋନା ରୋଗୀ ଦାନ୍ତ ସମସ୍ୟାରେ ପୀଡ଼ିତ ହୋଇଛନ୍ତି। ତେବେ ଆସନ୍ତୁ ବର୍ତ୍ତମାନ କରୋନାର ଲକ୍ଷଣ କ’ଣ ରହିଛି ଜାଣିବା।

– ମାଢ଼ିରେ ଯନ୍ତ୍ରଣା

– ଦାନ୍ତରେ ଯନ୍ତ୍ରଣା

– ମାଢ଼ିରେ ରକ୍ତ ଜମାଟ ବାନ୍ଧିଯିବା

– ଜ୍ୱର

– କାଶ

– ଥକ୍କାପଣ.

‘କୋଭିଡ୍‌ ଟିଥ’ର ଚିକିତ୍ସା:-

ବର୍ତ୍ତମାନ କରୋନା ସମୟରେ ଦାନ୍ତ କିମ୍ବା ମାଢ଼ି ଯନ୍ତ୍ରଣା କାହାକୁ ମଧ୍ୟ ଅସୁବିଧାରେ ପକାଇପାରେ। ତେଣୁ ସମୟ ରହିବା ପୂର୍ବରୁ ଏହାର ଚିକିତ୍ସା କରାଇ ନେବା ଭଲ ଅଟେ। ଯନ୍ତ୍ରଣାକୁ କମ କରିବା ପାଇଁ ଏସିଟାମିନୋଫେନ ପରିବର୍ତ୍ତେ ୪୦୦ ମିଲିଗ୍ରାମ ଇବୁପ୍ରୋଫେନ ନେବା ଅଧିକ ପ୍ରଭାବଶାଳୀ ହୋଇପାରେ। ଆପଣ କୌଣସି ପ୍ରକାରର ଔଷଧ ବିନା ଡାକ୍ତରଙ୍କର ପରାମର୍ଶରେ ଆଦୌ ଗ୍ରହଣ କରନ୍ତୁ ନାହିଁ।

odia sambada
Comments (0)
Add Comment