ଇଏ କେମିତିକା ପ୍ରେମ ! ବିବାହ ବନ୍ଧନରେ ବାନ୍ଧି ହୋଇ ଏକାଠି ରହିବାକୁ ଚାହୁଁଥିଲେ ଦିଅର- ଭାଉଜ, ପରିବାର ଲୋକ ରାଜି ନ ହେବାରୁ ଦୁହେଁ ନେଲେ ଏମିତି ପଦକ୍ଷେପ

ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟକ ସ୍ଥଳ ରାଜଗିର ସ୍ଥିତ ମା ଜରା ଦେବୀ ମନ୍ଦିର ପଛ ଜଙ୍ଗଲରେ ସୋମବାର ଦିନ ବିଳମ୍ବିତ ସନ୍ଧ୍ୟାରେ ଦୁଇଜଣ ପ୍ରେମୀ ଯୁଗଳ ବିଷ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଦୁହିଁଙ୍କର ଚିକିତ୍ସା କରିବାପାଇଁ ବିହାର ସରିଫ ସଦର ହସପିଟାଲକୁ ପଠାଇଛି, ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କ ଅବସ୍ଥାକୁ ଗୁରୁତର ଦେଖି ଡାକ୍ତରମାନେ ଭଲ ଚିକିତ୍ସା ପାଇଁ ପାଟଣା ରେଫର୍ କରିଦେଲେ ।

ଏହି ସମ୍ପର୍କରେ ରାଜଗିର ଥାନା ଅଧିକାରୀ ଦୀପକ କୁମାର କହିଛନ୍ତି ଯେ ଦୁଇ ପ୍ରେମୀ ଯୁଗଳଙ୍କ ସମ୍ପର୍କ ଦିଅର ଏବଂ ଭାଉଜଙ୍କର ଅଟେ । ପୀଡିତ ମହିଳା ଜଣକ ହେଉଛନ୍ତି ଔରଙ୍ଗାବାଦ ଜିଲ୍ଲାର ଖୁଦବାମ ଥାନା ଅଂଚଳର ରାମନଗର ଗାଁର ବାସିନ୍ଦା ମନିକାନ୍ତ ବର୍ମାଙ୍କ 24 ବର୍ଷୀୟ ସ୍ତ୍ରୀ ଅନିଭା କୁମାରୀ । ସେହିପରି ଯୁବକ ଜଣକ ହେଉଛନ୍ତି ଔରଙ୍ଗାବାଦ ଜିଲ୍ଲାର ମୁଫସିଲ ଥାନା ଅଞ୍ଚଳର ପୁହିମା ବାସିନ୍ଦା ଚନ୍ଦ୍ରଦେବ ସିଂହଙ୍କର 21 ବର୍ଷୀୟ ପୁଅ ବିକାଶ କୁମାର ।

କୁହାଯାଉଛି ଯେ ଆତ୍ମହତ୍ୟା କରିବାପାଇଁ ଚେଷ୍ଟା କରିଥିବା ପ୍ରେମୀ ଯୁଗଳଙ୍କ ପାଖରେ ମୋବାଇଲ ଥିଲା । ସେହି ମୋବାଇଲ ମାଧ୍ୟମରେ ହିଁ ପୋଲିସ ଦୁହିଁଙ୍କ ପରିବାର ଲୋକଙ୍କୁ ଏହି ଘଟଣାର ସୂଚନା ଦେଲେ । ଘଟଣା ବିଷୟରେ କୁହାଯାଉଛି ଯେ ଦୁହିଙ୍କ ମଧ୍ୟରେ ବହୁତ୍ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା ।

କିନ୍ତୁ ପରିବାରର ଚାପ କାରଣରୁ ଦୁହେଁ ଏତେ ବଡ ଘଟଣା ଘଟାଇବାକୁ ଚେଷ୍ଟା କଲେ । ସେହିପରି ପୋଲିସ ବର୍ତ୍ତମାନ ପୁରା ମାମଲାକୁ ଟିକିନିଖି କରି ଯାଞ୍ଚ କରୁଛି । ପୋଲିସ କହିବା ଅନୁଯାୟୀ, ଦୁହେଁ ବୁଲିଯିବା ବାହାନାରେ ରାଜଗିର ପହଞ୍ଚିଥିଲେ ଏବଂ ଏଠାରେ ଦୁହେଁ ଏକାଠି ବଞ୍ଚି ନ ପାରିବା କାରଣରୁ ସାଙ୍ଗ ହୋଇ ମରିବାକୁ ଚେଷ୍ଟା କଲେ ।

odia sambada
Comments (0)
Add Comment